Advertisment

IT Raids: କାହା ଛତ୍ରଛାୟାରେ ରହି ଦଲାଲି ଚଳାଇ ଆସୁଥିଲେ ହଂସିତା-ଅନୀଲ୍-ମନୋଜ-ସରୋଜ ?

ହାଇପ୍ରୋଫାଇଲ୍ କର୍ପୋରେଟ୍ ଦଲାଲ୍ ହଂସିତା ଅଭିଲିପ୍ସା ଉଡ଼ାଉଛନ୍ତି ହୋସ୍। ତାଙ୍କ ଠକ ସାମ୍ରାଜ୍ୟର ନେଟୱାର୍କରେ ନୂଆ ନୂଆ ଚେହେରାଙ୍କ ଆବିର୍ଭାବ। ପ୍ରଥମେ ଚର୍ଚ୍ଚା ହେଉଥିଲା କ୍ରାଇମ ପାର୍ଟନର ଅନୀଲ ମହାନ୍ତିଙ୍କ ନାଁ...ପରେ ସାମ୍ନାକୁ ଆସିଲେ କନ୍ଧମାଳ ବାଲିଗୁଡ଼ାର କଂଗ୍ରେସ ନେତା ମନୋଜ ଆଚାର୍ଯ୍ୟ...ଆଉ ଏବେ ସରୋଜ ସାହୁ।

author-image
Sujit kumar Swain
ଅଦ୍ୟତନ ହୋଇଛି
IT Officials Nab Hanshita Real Husband

IT Officials Nab Hanshita Real Husband

ମାଟି ଖୋଳୁ ଖୋଳୁ ମହାଦେବ ଭଳି କର୍ପୋରେଟ୍ ଦଲାଲ୍ ହଂସିତାଙ୍କ ନିଇତି ନୂଆ ଷ୍ଟୋରୀ। ବିଷ୍ଣୁପ୍ରିୟା ଓରଫ୍ ରାକ୍ଷୀ ଓରଫ୍ ହର୍ଷିତା ଓରଫ୍ ହଂସିତା ଅଭିଲିପ୍ସାଙ୍କ ଠକ ସାମ୍ରାଜ୍ୟର ଖୋଳତାଡ଼ ଭିତରେ ତାଙ୍କ ଅସଲ ସ୍ବାମୀଙ୍କୁ ସାମ୍ନାକୁ ଆଣିଛି ଆୟକର ବିଭାଗ। ପ୍ରଥମେ ଅନୀଲ ମହାନ୍ତି, ପରେ କଂଗ୍ରେସ ନେତା ମନୋଜ ଆଚାର୍ଯ୍ୟ ଆଉ ଏବେ ବ୍ୟବସାୟୀ ସରୋଜ ସାହୁ। ଆୟକର ବିଭାଗ କହିଛି, ସରୋଜ ହିଁ ହଂସିତାଙ୍କ ଠକ ସାମ୍ରାଜ୍ୟର ମାଷ୍ଟରମାଇଣ୍ଡ। ଯାହାଙ୍କୁ ଧରି ଆୟକର ବିଭାଗ ଘାଣ୍ଟୁଥିବାବେଳେ ଜେଲରେ ଥିବା ହଂସିତା-ଅନୀଲଙ୍କୁ କାଲି ଦିନିକିଆ ରିମାଣ୍ଡରେ ନେବ କମିଶନରେଟ୍ ପୋଲିସ।

Advertisment

ହାଇପ୍ରୋଫାଇଲ୍ କର୍ପୋରେଟ୍ ଦଲାଲ୍ ହଂସିତା ଅଭିଲିପ୍ସା ଉଡ଼ାଉଛନ୍ତି ହୋସ୍। ତାଙ୍କ ଠକ ସାମ୍ରାଜ୍ୟର ନେଟୱାର୍କରେ ନୂଆ ନୂଆ ଚେହେରାଙ୍କ ଆବିର୍ଭାବ। ପ୍ରଥମେ ଚର୍ଚ୍ଚା ହେଉଥିଲା କ୍ରାଇମ ପାର୍ଟନର ଅନୀଲ ମହାନ୍ତିଙ୍କ ନାଁ...ପରେ ସାମ୍ନାକୁ ଆସିଲେ କନ୍ଧମାଳ ବାଲିଗୁଡ଼ାର କଂଗ୍ରେସ ନେତା ମନୋଜ ଆଚାର୍ଯ୍ୟ...ଆଉ ଏବେ ସରୋଜ ସାହୁ। ସରୋଜ ସାହୁ ହିଁ କୁଆଡ଼େ ହଂସିତାଙ୍କ ଅସଲ ସ୍ବାମୀ। ଯାହାଙ୍କ ବୟସ ପ୍ରାୟ ୬୦ ବର୍ଷ। ଯାହାଙ୍କୁ ଜଟଣୀରୁ ଖୋର୍ଦ୍ଧା ଆଉ ଖୋର୍ଦ୍ଧାରୁ ପିଛା କରି ଶେଷରେ ଖଣ୍ଡଗିରିରେ ଏକ କାର ଭିତରୁ ଧରିଛି ଆୟକର ବିଭାଗ। ଗଞ୍ଜାମ ଜିଲ୍ଲାର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ହେଉଛନ୍ତି ସରୋଜ ସାହୁ। ଯାହାଙ୍କ ନାଁରେ ଠକେଇର ସାମ୍ରାଜ୍ୟ ଚଳାଇଥିଲେ ହଂସିତା ଅଭିଲିପ୍ସା। ରାଜଧାନୀର କୋଠାବାଡ଼ି ହେଉ କିମ୍ବା ନାମୀ ଦାମୀ କାର୍। ସବୁରି ପଛରେ ରହିଛି ସରୋଜ ସାହୁଙ୍କ ହାତ। ଅର୍ଥାତ ହଂସିତାଙ୍କ ବେନାମୀ ସଂପତ୍ତିର ବେନାମ୍ ବାଦଶାହ ହେଉଛନ୍ତି ସରୋଜ ସାହୁ। ଯାହାର ସୁରାଗ୍ ପାଇବା ପରେ ରାୟଗଡ଼ାରୁ ରାଜଧାନୀ ଭୁବନେଶ୍ବର ଯାଏଁ ଚଢ଼ାଉ କରୁଛି ଆୟକର ବିଭାଗ। 

ଅଧିକ ପଢ଼ନ୍ତୁ : ହଂସିତା ଅଭିଲିପ୍ସାଙ୍କ ପ୍ରକୃତ ସ୍ବାମୀକୁ ଧରିଲା ଆୟକର ବିଭାଗ

ଗୋଟିଏ ପଟେ ସରୋଜ ସାହୁଙ୍କୁ ଜେରା, ଆରପଟେ ଜେଲରେ ବିଷ୍ଣୁପ୍ରିୟା ଓରଫ୍ ହଂସିତା ଅଭିଲିପ୍ସା ଓ କ୍ରାଇମପାର୍ଟନର୍ ଅନୀଲ ମହାନ୍ତି। ଏମାନଙ୍କୁ ମଧ୍ୟ ଜେଲ୍ ଭିତରେ ଜେରା କରିବ ଆୟକର ବିଭାଗ। ସେପଟେ ଆସନ୍ତାକାଲି କମିଶନରେଟ୍ ପୋଲିସ ମଧ୍ୟ ଦିନିକିଆ ରିମାଣ୍ଡରେ ନେଇ ଜେରା କରିବ। ଆୟକର ବିଭାଗର ତଥ୍ୟ କହୁଛି, ହଂସିତାଙ୍କ ଠକେଇର ଚେର, କେବଳ ଝାଡ଼ଖଣ୍ଡ ନୁହେଁ, ଛତିଶଗଡ଼ ଯାଏଁ ଲମ୍ବିଛି। ESL ନାମକ ଏକ ଠିକା ସଂସ୍ଥା ନାଁରେ ହଂସିତା ଏବଂ ବାଲିଗୁଡ଼ାର କଂଗ୍ରେସ ନେତା ମନୋଜ ଆଚାର୍ଯ୍ୟ ଚଳାଉଥିଲେ ଟେଣ୍ଡର ଫିକ୍ସିଂ। ଏପରିକି ଏକ ବହୁରାଷ୍ଟ୍ରୀୟ କମ୍ପାନୀ ପାଇଁ ଜମି ଅଧିଗ୍ରହଣ ନାଁରେ ଚଳାଇ ଆସୁଥିଲେ ଜାଲିଆତି। 

Advertisment

ଏପଟେ ବାଲିଗୁଡ଼ାରେ ଗତକାଲିଠୁ କ୍ରମାଗତ ରେଡ୍ ପରେ ଆୟକର ବିଭାଗ ମନୋଜଙ୍କୁ ଅଟକ ରଖିଛି। ମନୋଜଙ୍କ ସମେତ ପରିବାର ଲୋକଙ୍କୁ ମଧ୍ୟ ମାରାଥନ ଜେରା କରିଛି। ତା’ସହ ବାଲିଗୁଡ଼ା SBI ମୁଖ୍ୟବ୍ରାଞ୍ଚରେ ପଶି ଖୋଳତାଡ଼ କରିଛି ଆୟକର ବିଭାଗ। ଏପଟେ ହଂସିତା-ଅନୀଲଙ୍କ ଭୁବନେଶ୍ବର ସ୍ଥିତ କର୍ପୋରେଟ ଅଫିସ, SBT ଆପାର୍ଟମେଣ୍ଟରେ ଥିବା ଅନିଲ ମହାନ୍ତିଙ୍କ ଘରେ ଆଜି ବି ଜାରି ରହିଛି IT ରେଡ୍। ସେହିପରି ହଂସିତାଙ୍କ କଳାହାଣ୍ଡି ନର୍ଲା ସ୍ଥିତ ପୈତୃକ ଘରେ ବି ଛାପା ମାରିଛି ଆୟକର ବିଭାଗ। ତେବେ ତମାମ ଘଟଣା ସଂପର୍କରେକିନ୍ତୁ ମୁହଁ ଖୋଲୁନାହାଁନ୍ତି 

ତେବେ କେଉଁ ପ୍ରଭାବଶାଳୀଙ୍କ ଛତ୍ରଛାୟାରେ ରହି ଏଭଳି କର୍ପୋରେଟ୍ ଦଲାଲି ଚଳାଇ ଆସୁଥିଲେ ହଂସିତା-ଅନୀଲ୍-ମନୋଜ-ସରୋଜ ? ପାୱାର କରିଡ଼ରରେ ଏମାନଙ୍କୁ କିଏ ଦେଉଥିଲା ପ୍ରଶ୍ରୟ ? ଏଭଳି ନାନା ପ୍ରଶ୍ନ ଭିତରେ ଅପେକ୍ଷା ଆଗକୁ କି ସତ ସାମ୍ନାକୁ ଆଣୁଛି ପୋଲିସ ଏବଂ ଆୟକର ବିଭାଗ। 

ଅଧିକ ପଢ଼ନ୍ତୁ: ଠକ ହଂସିତା ଅଭିଲିପ୍ସାଙ୍କ ଘରେ IT ରେଡ୍‌, ଏକକାଳୀନ ୧୨ଟି ସ୍ଥାନରେ ଚାଲିଛି ଚଢ଼ାଉ

Crime News IT Raid
Advertisment
Advertisment