Advertisment

Online Fraud: ସାଇବର ଅପରାଧୀଙ୍କ ପ୍ରିୟ ଡିଜିଟାଲ ପ୍ଲାଟଫର୍ମ ହ୍ୱାଟସଆପ୍, ପଛକୁ ରହିଛି ଟେଲିଗ୍ରାମ-ଇନଷ୍ଟାଗ୍ରାମ

ଅନଲାଇନ ଠକେଇ ପାଇଁ ସାଇବର ଅପରାଧୀଙ୍କ ପ୍ରିୟ ପ୍ଲାଟଫର୍ମ ହ୍ୱାଟସଆପ୍ ସୋସିଆଲ ମିଡିଆ । ହ୍ୱାଟସଆପ୍‌ ପଛକୁ ରହିଛି ଟେଲିଗ୍ରାମ ଏବଂ ପରେ ଇନଷ୍ଟାଗ୍ରାମ ।

ଅଦ୍ୟତନ ହୋଇଛି
Online Fraud

Online Fraud

Advertisment

ଅନଲାଇନ ଠକେଇ ପାଇଁ ସାଇବର ଅପରାଧୀଙ୍କ ପ୍ରିୟ ପ୍ଲାଟଫର୍ମ ହ୍ୱାଟସଆପ୍ ସୋସିଆଲ ମିଡିଆ । ହ୍ୱାଟସଆପ୍‌ ପଛକୁ ରହିଛି ଟେଲିଗ୍ରାମ ଏବଂ ପରେ ଇନଷ୍ଟାଗ୍ରାମ । ଏସବୁ ସୋସିଆଲ ମିଡିଆକୁ ଠକେଇର ଅସ୍ତ୍ର ଭାବେ ବାଛିଛନ୍ତି ସାଇବର କ୍ରିମିନାଲ । ଗୃହ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ, ୨୦୨୪ ବର୍ଷର ପ୍ରଥମ ତିନି ମାସରେ ହ୍ୱାଟସଆପ ଜରିଆରେ ସାଇବର ଠକେଇ ସମ୍ପର୍କିତ ମୋଟ ୪୩ ହଜାର ୭୯୭ଟି ଅଭିଯୋଗ ହୋଇଛି ।

Advertisment

ତାପଛକୁ ରହିଛି ଟେଲିଗ୍ରାମ । ଟେଲିଗ୍ରାମ ଜରିଆରେ ୨୨ ହଜାର ୬୮୦ ଠକେଇ ଅଭିଯୋଗ ଏବଂ ଇନଷ୍ଟାଗ୍ରାମ ଜରିଆରେ ୧୯ ହଜାର ୮ ଶହ ଠକେଇ ଅଭିଯୋଗ ହୋଇଛି । ଖାଲି ଏତିକି ନୁହେଁ, ରିପୋର୍ଟରେ ଏହା ବି ମଧ୍ୟ କୁହାଯାଇଛି, ସାଇବର ଠକ ଗୁଗୁଲ ସେବା ପ୍ଲାଟଫର୍ମ ମଧ୍ୟ ବ୍ୟବହାର କରୁଛନ୍ତି ।

ଅଧିକ ପଢ଼ନ୍ତୁ: ଅପରାଧରେ ନମ୍ବର୍ ୱାନ୍ ୨୦୨୪, ଗତ ବର୍ଷ ଟ୍ୱିନ୍ ସିଟିରେ ୬୬ ଟି ହତ୍ୟା

Advertisment

ଗୁଗୁଲ ବିଜ୍ଞାପନ ପ୍ଲାଟଫର୍ମ ବ୍ୟବହାର କରୁଛନ୍ତି ସାଇବର ଠକ । ସାଇବର ଅପରାଧୀ ମୁଖ୍ୟତଃ ବେକାରୀ, ଗୃହିଣୀ, ଛାତ୍ରଛାତ୍ରୀ, ଅଭାବୀ ଲୋକଙ୍କୁ ଅଧିକ ଟାର୍ଗେଟ କରୁଥିବା ରିପୋର୍ଟରେ ଦର୍ଶାଯାଇଛି । ସେପଟେ ଗତ କିଛିଦିନ ତଳେ ହୋଇଥିବା ଏକ ଠକେଇ, ପୂରା ରାଜ୍ୟରେ ଚହଳ ପକାଇଥିଲା ।

ଠକେଇ ଗ୍ୟାଙ୍ଗ୍‌ରେ ରହିଥିଲେ ପୂରା ପରିବାର । ମାଆ ପୁଅ ଓ ଝିଅ ମିଶି ସାରା ରାଜ୍ୟରେ କୋଟି କୋଟି ଟଙ୍କା ଠକେଇ କରିଥିବା ନେଇ କଟକ ବିଡାନାସୀ ଥାନାରେ ଅଭିଯୋଗ ହୋଇଥିଲା । ପଞ୍ଚାୟତିରାଜ ବିଭାଗର ବରିଷ୍ଠ ଆଇଏଏସ୍ ଅଧିକାରୀ ପରିଚୟରେ କୋଟି କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା ।

Advertisment

ରେଳବାଇ, ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ, ଓଡ଼ିଶା ଲୋକସେବା ଆୟୋଗ ମାଧ୍ୟମରେ ହେଉଥିବା ବିଭିନ୍ନ ନିଯୁକ୍ତି ପରୀକ୍ଷାରେ ଚାକିରି କରାଇ ଦେବାକୁ କହି ଏକାଧିକ ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଠକି ନେଇଥିବା କଟକ ବିଡାନାସୀ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି ।

ଅଭିଯୁକ୍ତ ଜଣକ ବିଡ଼ାନାସୀ ସୁଭଦ୍ରାନଗର ଅଞ୍ଚଳର ଡାନିଏଲ୍ ରାଜ୍ । ଆଉ ଦୁଇଜଣ ଏହି ଘଟଣାରେ ଫେରାର ଅଛନ୍ତି । ସେହି ଦୁଇ ଜଣ ହେଲେ ଗିରଫ ଅଭିଯୁକ୍ତର ମାଆ ଓ ଭଉଣୀ । ଅଭିଯୁକ୍ତର ମାଆ ହେଉଛି ଏହି ରାକେଟର ମାଷ୍ଟର ମାଇଣ୍ଡ । ସେ ନିଜକୁ ଆଇଏଏସ୍ ଅଫିସର କହି ଲୋକଙ୍କୁ ଚୁନା ମାରୁଥିଲେ । ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

ଅଧିକ ପଢ଼ନ୍ତୁ: ହୋଟେଲ୍‌ରେ ଖାଇଲେ-ପିଇଲେ, ଅୟସ କଲେ; ଟଙ୍କା ନଦେଇ ଛୁ' ମାରିଲେ

WhatsApp Online Fraud Platform
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ