• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳୁ ସକାଳୁ ରେଡ୍ କରିଛି ଭିଜିଲାନ୍ସ । ଭଞ୍ଜନଗର ଜଳସେଚନ ଡିଭିଜନର ସହକାରୀ ଯନ୍ତ୍ରୀ ପ୍ରସନ୍ନ କୁମାର ସ୍ୱାଇଁଙ୍କ ଭଞ୍ଜନଗର ବାଗଦେବୀ ରୋଡସ୍ଥିତ ତିନି ମହଲା ବିଶିଷ୍ଟ ବାସଭବନ ସମେତ ୮ଟି ସ୍ଥାନରେ ଚଢାଉ ଚାଲିଛି ।

ଅଧିକ ପଢନ୍ତୁ: ଭିଜିଲାନ୍ସ ଜାଲରେ ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ ,୭ଟି ସ୍ଥାନରେ ଚଢ଼ାଉ

ବ୍ରହ୍ମପୁର ତୁଳସୀନଗରର ୪ ମହଲା ବିଶିଷ୍ଟ ବିଲଡିଂ, ଭଞ୍ଜନଗର ଏନଏସିରେ ଥିବା ନିର୍ମାଣାଧୀନ ଏକ ଦୁଇ ମହଲା ଘର ଓ ଏକ ତିନି ମହଲା ଘରେ ଚାଲିଛି ରେଡ୍ । ଏହା ସହ ଭଞ୍ଜନଗର ରଘୁନାଥ ବିହାରରେ ଥିବା ଜଣେ ସଂପର୍କୀୟଙ୍କ ଘରେ, ବାଗଦେବୀ ରୋଡରେ ଥିବା ତାଙ୍କର ଜଣେ ଭାଇଙ୍କ ଘରେ ଭିଜିଲାନ୍ସ କର୍ମଚାରୀମାନେ ଚଢାଉ କରିଛନ୍ତି । ଏପରିକି ତାଙ୍କ ଭଞ୍ଜନଗର ଅଫିସ୍ ଓ ଲୁଡୁଲୁଡିରେ ଥିବା ପୈତୃକ ଘରେ ଛାନଭିନ୍ କରୁଛି ଭିଜିଲାନ୍ସ । ବ୍ରହ୍ମପୁର ଓ ଫୁଲବାଣୀର ଭିଜିଲାନ୍ସ କର୍ମଚାରୀମାନେ ଏହି ଚଢାଉରେ ସାମିଲ ହୋଇଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now