/odishatv-khabar/media/post_attachments/uploadimage/library/16_9/16_9_0/IMAGE_1725598531.jpg)
vigilance raid
ଭିଜିଲାନ୍ସ ଜାଲରେ ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ। କେନ୍ଦୁଝର ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ ସତ୍ୟପ୍ରକାଶ ସ୍ବାଇଁଙ୍କ ଘରେ ରେଡ୍। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରୁଛି ଭିଜିଲାନ୍ସ। କେନ୍ଦୁଝର ଅଫିସ ସହ ଭୁବନେଶ୍ବର ଓ ଭଦ୍ରକର ୭ଟି ସ୍ଥାନରେ ଏକକାଳୀନ ରେଡ୍ ଚାଲିଛି।
Advertisment
ଭୁବନେଶ୍ୱରର ଏକ ଟିମ ସହ କେନ୍ଦୁଝର ଭିଜିଲାନ୍ସ ସହାୟତାରେ ଚଢ଼ାଉ ଜାରି ରହିଛି। କେନ୍ଦୁଝର ଅଫିସ୍, ବାସଭବନ, ଭଦ୍ରକ ପୈତୃକ ଘର, ଭୁବନେଶ୍ବର ଲକ୍ଷ୍ମୀସାଗର ସ୍ଥିତ ଘର ଓ ଶ୍ୱଶୁର ଘର, ଜାଗମରା ସ୍ଥିତ ଘର ସମେତ ୭ଟି ସ୍ଥାନରେ ଚଢାଉ ହେଉଛି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ନେଇ ସତ୍ୟପ୍ରକାଶଙ୍କ ନାଁରେ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଏକ ମାମଲା ହୋଇ ଥିଲା। କୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ଚଢ଼ାଉ ଜାରି ରହିଛି ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)