• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିଶାଖାପାଟଣାରେ ଚାଞ୍ଚଲ୍ୟ । ଜଣେ ମହିଳାଙ୍କୁ କାଟି ଖଣ୍ଡ ଖଣ୍ଡ କରି ଡ୍ରମ୍‌ରେ ସିଲ୍ କରିଥିଲା ଦୁର୍ବୃତ୍ତ । ହତ୍ୟାର ୧୮ ମାସ ପରେ ଘର ଭିତରେ ଥିବା ଡ୍ରମରୁ ମିଳିଲା ବିଖଣ୍ଡିତ ଶବ । ବିଶାଖାପାଟଣା ସହର ମଧୁରୱାଡ଼ା ଭିକାଲାଙ୍ଗୁଲା କଲୋନୀରେ ଘଟିଛି ଏଭଳି ଅମାନବୀୟ କାଣ୍ଡ । ୧୮ ମାସ ତଳେ ଘର ଛାଡ଼ିଥିବା ଜଣେ ଭଡ଼ାଟିଆ ଉପରେ ଏନେଇ ସନ୍ଦେହ କରୁଛି ପୋଲିସ । ଦୀର୍ଘ ଦିନ ହେଲା ଘର ଛାଡୁନଥିବା କି ଭଡ଼ା ଦେଉନଥିବାରୁ ସନ୍ଦେହ ହୋଇଥିଲା । ଶେଷକୁ ଘର ମାଲିକ ତାଲା ଭାଙ୍ଗି ଜିନିଷ କାଢ଼ିବା ବେଳେ ଡ୍ରମ୍ ପାଇଥିଲେ । ଘର ଭିତରେ ଥିବା ସିଲ୍ ଡ୍ରମରୁ ଜଣେ ମହିଳାଙ୍କ ଗଳିତ କଟା ଶବ ମିଳିଥିଲା । ଏବେ ସଂପୃକ୍ତ ଭଡ଼ାଟିଆକୁ ଖୋଜା ଚାଲିଛି ।

ତେବେ ମୃତ ମହିଳାଙ୍କ ବୟସ ପ୍ରାୟ ୩୫ ବର୍ଷ ହେବ ବୋଲି ପୋଲିସ କହିଛି । ହତ୍ୟା ପରେ ମହିଳାଙ୍କ ମୃତଦେହକୁ ଖଣ୍ଡଖଣ୍ଡ କରି କାଟି ଦିଆଯାଇଥିଲା । ଏହାପରେ ଏହି କଟା ଶରୀରକୁ ପ୍ଲାଷ୍ଟିକ ଡ୍ରମ୍‌ରେ ଭର୍ତ୍ତି କରି ବିଶାଖାପଟନମର ମଧୁରାୱାଡାର ଭିକାଲାଙ୍ଗୁଲା କଲୋନୀରେ ଥିବା ଗୋଟିଏ ଘର ମଧ୍ୟରେ ରଖାଯାଇଥିଲା ।

ଅଧିକ ପଢ଼ନ୍ତୁ: ଜମି ପାଇଁ ମୁଣ୍ତଗଣ୍ତି ଅଲଗା କରିଦେଲା ସମ୍ପର୍କୀୟ ଭାଇ, ତା’ପରେ..

ପ୍ଲାଷ୍ଟିକ ଡ୍ରମରେ ଥିବା ଖଣ୍ଡବିଖଣ୍ଡିତ ମୃତଦେହଟି ସଂପୂର୍ଣ୍ଣ ଭାବେ ପୋଚି ଯାଇଛି । ଏହି ପୋଚା ଅଂଶଗୁଡ଼ିକ ଜବତ କରି ପୋଲିସ୍‌ ତଦନ୍ତ ଆରମ୍ଭ କରିଛି । ପ୍ରାଥମକି ତଦନ୍ତରୁ ଜଣାପଡ଼ିଛି ଯେ, ଏହି ନିର୍ମମ ହତ୍ୟାକାଣ୍ଡଟି ୨୦୨୧ ମସିହା ମେ’ ମାସରେ ଘଟିଥିଲା । ଘଟଣାର ପ୍ରାୟ ୧୮ ମାସ ପରେ ପୋଲିସ୍‌ ରବିବାର ଖଣ୍ଡବିଖଣ୍ଡିତ ମୃତଦେହକୁ ଜବତ କରିବାକୁ ସକ୍ଷମ ହୋଇଛି ।

ଘଟଣା ସମ୍ପର୍କରେ ଜାଣି ସ୍ଥାନୀୟ ଲୋକମାନେ ପୂରା ସ୍ତବ୍ଧ ହୋଇଯାଇଛନ୍ତି । ପୋଲିସ୍‌ ଅନୁମାନ କରିଛି ଯେ ମୃତ ମହିଳାଙ୍କ ଉଚ୍ଚତା ୪.୫ ଫୁଟ ହେବ ଓ ସେ ଜଣେ ସେକ୍ସ ୱାର୍କର ଭାବେ କାମ କରୁଥିଲେ । ତେବେ ମହିଳାଙ୍କ ପରିଚୟ ଓ ତାଙ୍କ ହତ୍ୟା ପଛର କାରଣ ଏଯାଏ ଜଣାପଡ଼ିନି । ପୋଲିସ କହିଛି ଯେ ମହିଳାଙ୍କ ଶରୀରକୁ ଏକାଧିକ ଖଣ୍ଡ କରାଯାଇଛି । ଏହାପରେ ଗୋଟିଏ ପ୍ଲାଷ୍ଟିକ ଡ୍ରମରେ କଟା ମୃତଦେହକୁ ଭର୍ତ୍ତି କରି ଟେପ୍‌ ଦ୍ୱାରା ଏହାକୁ ସିଲ୍‌ କରି ଦିଆଯାଇଥିଲା । ମଧୁରାୱାଡାରେ ୱେଲଡିଂ ଦୋକାନରେ କାମ କରୁଥିବା ୩୩ ବର୍ଷୀୟ ଋଷିଙ୍କୁ ପୂରା ଘଟଣାର ମୁଖ୍ୟ ସନ୍ଦିଗ୍ଧ ଭାବେ ପୋଲିସ ବିବେଚନା କରିଛି । ଏଥିପାଇଁ ତାଙ୍କୁ ପୋଲିସ ଧରିବା ସହ ଜେରା ଆରମ୍ଭ କରିଛି ।

ଖଣ୍ଡବିଖଣ୍ଡିତ ମୃତଦେହ ମିଳିଥିବା ଘରଟି ଏ ରମେଶଙ୍କ ନାଁରେ ରହିଛି । ରମେଶଙ୍କ ୱେଲଡିଂ ଦୋକାନରେ ଋଷି କାମ କରୁଥିଲେ । ଏଥିସହ ମୃତଦେହ ମିଳିଥିବା ଘରୁକୁ ସେ ଭଡ଼ାରେ ନେଇଥିଲେ । ଋଷି ଉକ୍ତ ଘରେ ତାଙ୍କ ପତ୍ନୀ ଓ ଝିଅଙ୍କ ସହ ରହୁଥିଲେ । ମୃତ ମହିଳା ଜଣଙ୍କ ରାତି ସମୟରେ ଅଟୋରେ ଯାଉଥିବା ବେଳେ ସମ୍ଭବତଃ ଋଷି ତାଙ୍କୁ ଜାଣିବାକୁ ପାଇଥିଲେ ।

ଏହାପରେ ସେ ତାଙ୍କୁ ଘରକୁ ଆଣିଥିଲେ । ତାଙ୍କ ପତ୍ନୀ ଡେଲିଭରୀ ପାଇଁ ଶ୍ରୀକାକୁଲମ ଯାଇଥିବାରୁ ଋଷି ଉକ୍ତ ମହିଳାଙ୍କୁ ସେଦିନ ଘରକୁ ଆଣିଥାଇ ପାରନ୍ତି । ଏହି ସମୟରେ ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥାଇ ପାରେ । ଏଥିରେ ରାଗି ଯାଇ ଋଷି ମହିଳାଙ୍କୁ ତାଙ୍କରି ସ୍କାର୍ଫରେ ତଣ୍ଟି ଚିପି ହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ପୋଲିସ୍‌ ଏପରି ସନ୍ଦେହ କରିବାର ଯଥେଷ୍ଟ କାରଣ ରହିଛି । ରିଷି ହଠାତ୍‌ ଗୋଟିଏ ଦିନ ସକାଳୁ ତାଙ୍କ ମାଲିକଙ୍କ ପାଖରେ ପହଞ୍ଚି ପତ୍ନୀଙ୍କୁ ଦେଖା କରିବା ପାଇଁ ସୀତାମପେଟା ଯାଉଥିବା କହି ସହର ଛାଡ଼ିଥିଲେ । କିନ୍ତୁ ସେ ୨୦୨୧ ମେ’ ମାସ ପରଠାରୁ ଆଉ ସହରକୁ କିମ୍ବା ରମେଶଙ୍କ ପାଖକୁ ଫେରି ନଥିଲେ ।