• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଜମି ବିବାଦ ପାଇଁ ସମ୍ପର୍କୀୟଙ୍କ ଗଣ୍ତିରୁ ମୁଣ୍ତକୁ ଅଲଗା କରିଦେଲେ ସ୍ୱାମୀ-ସ୍ତ୍ରୀ ଆଉ ୬ଜଣ ଦୁର୍ବୃତ୍ତ । ଝାଡ଼ଖଣ୍ତ ଖୁଣ୍ଟିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଆଶ୍ଚର୍ଯ୍ୟର କଥା ଯେ ହତ୍ୟା ପରେ କଟାମୁଣ୍ତକୁ ଧରି ସେଲଫି ନେଇଛନ୍ତି ଦୁର୍ବୃତ୍ତ । ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ସହ ପଚରାଉଚରା କରୁଛି ।

ମୃତକ ହେଉଛନ୍ତି କାନୁ ମୁଣ୍ତା । ତାଙ୍କ ପିତା ଦେଶାଇ ମୁଣ୍ତା ପୁଅ ଅପହରଣ ନେଇ ପୋଲିସ ଷ୍ଟେସନରେ ଏଫ୍‌ଆଇଆର୍‌ ଦେଇଥିଲେ । ତାଙ୍କ କହିବାନୁଯାୟୀ ଡିସେମ୍ବର ୧ ରେ ସେ ବିଲରେ କାମ କରିବାକୁ ଗଲା ବେଳେ କାନୁ ଘରେ ଏକୁଟିଆ ଥିଲେ । ସେ ଯେତେବେଳେ ବିଲରୁ ଫେରିଲେ, ଗାଁ ଲୋକ ତାଙ୍କୁ କହିଥିଲେ ଯେ, ତାଙ୍କ ପୁତୁରା ସାଗର ମୁଣ୍ତା କାନୁଙ୍କୁ ଅପହରଣ କରି ନେଇଯାଇଛି ଏବଂ କାନୁଙ୍କ ପତ୍ତା ବି ମିଳୁନାହିଁ ।

ଖୁଣ୍ଟିର ପୋଲିସ ଅଧିକାରୀ ତୁରନ୍ତ ସାଗର ମୁଣ୍ତାଙ୍କୁ ଗିରଫ କରିବା ପାଇଁ ଏକ ଟିମ୍‌ ପଠାଇଥିଲେ । କାନୁଙ୍କୁ ଖୋଜିବାକୁ ଯାଇଥିବା ଟିମ୍‌ ତାଙ୍କ ମରଶରୀରକୁ କୁମାଙ୍ଗ ଗୋପଲା ଜଙ୍ଗଲରୁ ପାଇଥିବା ବେଳେ ତାଙ୍କର ମୁଣ୍ତକୁ ୧୫ କି.ମି ଦୂର ଦୁଲୱା ଟୁଙ୍ଗ୍ରି ଅଞ୍ଚଳରୁ ଠାବ କରିଥିଲା । ଏନେଇ ମୁର୍‌ହୁ ଥାନା ପୋଲିସ ଅଧିକାରୀ ଚୁଡ଼ାମଣି ଟୁଡୁ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରୁ ୬ଟି ମୋବାଇଲ, ୨ଟି ରକ୍ତ ଜୁଡୁବୁଡୁ ଧାରୁଆ ଅସ୍ତ୍ର, କୁରାଡ଼ି ଏବଂ ଏସ୍‌ୟୁଭି ଜବତ କରିଛି ପୋଲିସ ।

ଦୀର୍ଘଦିନ ଧରି ଜମି ବିବାଦ ନେଇ କାନୁ ଓ ସାଗରଙ୍କ ପରିବାର ମଧ୍ୟରେ କଳହ ଲାଗିରହିଥିବାର ପୋଲିସ ସୂଚନା ଦେଇଛି । ଯାହାଦ୍ୱାରା ସାଗର ଓ ତାଙ୍କ ସ୍ତ୍ରୀ ସମେତ ୬ଜଣ କାନୁଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ । ଆଶ୍ଚର୍ଯ୍ୟର କଥା ହେଲା ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ୨୦ ବର୍ଷୀୟ ଯୁବକ କାନୁଙ୍କ କଟାମୁଣ୍ତ ସହ ସେଲଫି ମଧ୍ୟ ନେଇଥିଲେ ।