Advertisment

Violence Against Minors in Odisha: ସୀମା ଟପିଲା ବର୍ବରତା, ଖୁଣ୍ଟରେ ବାନ୍ଧି ନାବାଳକଙ୍କୁ ପରିସ୍ରା ପିଆଇଲେ

ପୁରୀ ବଳଙ୍ଗା ଥାନା କୋଟକୋସାଙ୍ଗ ଗାଁରେ ସୀମା ଟପିଲା ବର୍ବରତା। ଦୁଇ ଜଣ ନାବାଳକଙ୍କୁ ଅକଥନୀୟ ନିର୍ଯାତନା ସହିତ ପରିସ୍ରା ପିଆଇଥିବା ନେଇ ଅଭିଯୋଗ ଆସିଛି। ପୁରୀ ଜିଲ୍ଲାର ନିମାପଡାର ବଳଙ୍ଗା ନିକଟସ୍ଥ କୋଟକୋସାଙ୍ଗ ଗାଁରେ ଏଭଳି ଘଟଣା ସାମ୍ନାକୁ ଆସିଛି।

ଅଦ୍ୟତନ ହୋଇଛି
chenka

chenka

Advertisment

ପୁରୀ ବଳଙ୍ଗା ଥାନା କୋଟକୋସାଙ୍ଗ ଗାଁରେ ସୀମା ଟପିଲା ବର୍ବରତା। ଦୁଇ ଜଣ ନାବାଳକଙ୍କୁ ଅକଥନୀୟ ନିର୍ଯାତନା ସହିତ ପରିସ୍ରା ପିଆଇଥିବା ନେଇ ଅଭିଯୋଗ ଆସିଛି। ପୁରୀ ଜିଲ୍ଲାର ନିମାପଡାର ବଳଙ୍ଗା ନିକଟସ୍ଥ କୋଟକୋସାଙ୍ଗ ଗାଁରେ ଏଭଳି ଘଟଣା ସାମ୍ନାକୁ ଆସିଛି। ଦୁଇ ଜଣ ନାବାଳକଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ପ୍ରଥମେ ନିସ୍ତୁକ ମାଡ ମାରିଲେ। ମୁଣ୍ଡ ଫଟାଇଲେ, ସିଗାରେଟ ଚେଙ୍କ ଦେଲେ । ଏପରିକି ଶେଷରେ ପରିସ୍ରା ବି ପିଆଇଲେ।

Advertisment

ଅଧିକ ପଢ଼ନ୍ତୁ: ରାଜଧାନୀରେ ଭୁଶୁଡ଼ିଲା ଚାରି ମହଲା କୋଠା, ୪ ମୃତ

କୋଟକସାଙ୍ଗର କିଛି ଅସାମାଜିକ ଯୁବକ ଏଭଳି ଅମାନବୀୟ କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ତନାଘନା ଆରମ୍ଭ କରିଛି । ପୀଡ଼ିତ ଯୁବକଙ୍କୁ ଚିକିତ୍ସା ପାଇଁ ମେଡିକାଲ ପଠାଇଛି ପୋଲିସ । ସୂଚନା ଅନୁସାରେ ଗତକାଲି କୋଟକୋସାଙ୍ଗ ଗାଁରେ ମେଳଣ ହେଉଥିଲା । ବିରାଟ ସାହିର ୨ ନାବାଳକ ମେଳଣ ଦେଖିବାକୁ ଯାଇଥିଲେ। ଏହି ସମୟରେ କୋଟକୋସାଙ୍ଗ ଓ ପ୍ରଧାନସାହି ପିଲାଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ।

ପୋଲିସ ପହଞ୍ଚି ପ୍ରଧାନ ସାହିର ଯୁବକଙ୍କୁ ଥାନାକୁ ଉଠାଇ ଆଣିଥିଲା l ଏହି ସମୟରେ ବିରାଟସାହିର ନାବାଳକ ଦ୍ବୟ ମେଳଣ ଦେଖି ଫେରୁଥିବା ବେଳେ, ପ୍ରଧାନସାହି ପିଲା ଭାବି କୋଟକୋସାଙ୍ଗର କିଛି ଯୁବକ ସୋମାନଙ୍କୁ ଘେରିଯାଇଥିଲେ । ପରେ ତାଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଲୁହା ରଡରେ ବାଡେଇବା ସହ ସିଗାରେଟ ଚେଙ୍କ ଦେଇଥିଲେ । ଏତିକିରେ ସରିନଥିଲା ନିର୍ଯାତନା । ପିଟିପିଟି ମୁଣ୍ଡ ଫଟାଇବା ସହ ପରିସ୍ରା ବି ପିଆଇ ଦେଇଥିଲେ । ଏନେଇ ପରିବାର ଲୋକ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ନାବାଳକ ଦ୍ବୟଙ୍କୁ ଉଦ୍ଧାର କରିଥିଲେ।

Advertisment

ଅଧିକ ପଢ଼ନ୍ତୁ: ଚିନ୍ତା ବଢ଼ାଉଛି ଅନଲାଇନ ବେଟିଂ, ଖାଲି ହେଉଛି ଆକାଉଣ୍ଟ୍

Puri Minor Boys
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ