/odishatv-khabar/media/post_attachments/uploadimage/library/16_9/16_9_0/IMAGE_1745116321.jpg)
Online Fraud
ପଛୁଆ ଜିଲ୍ଲା ଏବେ ଜୁଆ ବେପାରରେ ଆଗୁଆ। ଏବେ ସଟ୍ଟା ବେପାରୀଙ୍କ କବଜାରେ ବଲାଙ୍ଗିର। ଅନଲାଇନ ଜୁଆ କବଳରେ ଯୁବ ସମାଜ। ଅଫଲାଇନ ବଦଳରେ ଏବେ ଅନଲାଇନ ହେଉଛି ଜୁଆ ଖେଳ । ରକମ ରକମର ଆପ୍ସ ଡେଭଲପ କରି, ସାଧାରଣ ଲୋକଙ୍କୁ ସର୍ବସ୍ବାନ୍ତ କରୁଛନ୍ତି ଠକ ।
ଗତ ସପ୍ତାହରେ ସଇଁନ୍ତଲାର ବି.ଏମ ଗ୍ରାଜୁଏଟ ଲକ୍ଷେଶ୍ବର ମଲ୍ଲିକଙ୍କ କାରନାମା ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଥିଲା । ପାଖାପାଖି ୫୦ ଟି ଗେମ୍ ଡେଭଲପ କରି କମ୍ ଦିନରେ କୋଟିପତି ହୋଇଥିଲେ ଲକ୍ଷେଶ୍ବର । ବଲାଙ୍ଗିର ଆର୍ଥିକ ପେଣ୍ଠସ୍ଥଳୀ, କଣ୍ଟାବାଂଜିରେ ଏବେବି ସକ୍ରୀୟ ଅନଲାଇନ ସଟ୍ଟା ଡନ ହିତୈଶ ଜୈନ ।
ଗତ ଦୁଇ ମାସ ତଳେ ହିତେଶ ଆଡ୍ଡା ଉପରେ ଚଢଉ କରି ତା ସହଯୋଗୀଙ୍କୁ ଗିରଫ କରିଥିଲା ପୋଲିସ । ପ୍ରତିବର୍ଷ ବିଭିନ୍ନ ସମୟରେ ଏମିତି ହିତେଶ ଆଡ୍ଡାରେ ଚଢଉ ହୋଇଥାଏ ହେଲେ ଫେରାର ମାରିଥାଏ ହିତେଶ । ଏବେ ଆଇପିଏଲର ସୁଯୋଗ ନେଇ, ଜୋର ଧରିଛି ସଟ୍ଟା ମାର୍କେଟ । ଟଙ୍କା ଲଗାଇ, ସର୍ବସ୍ବାନ୍ତ ହେଉଛନ୍ତି ଲୋକେ । କିନ୍ତୁ, କୋଟି କୋଟି ଟଙ୍କାର ମାଲିକ ହେଉଛି ହିତେଶ । ଏଠି ପ୍ରଶ୍ନ ଉଠୁଛି ଚଢଉ ଆଗରୁ କେମିତି ଖବର ପାଇ ଫେରାର ହୁଏ ହିତେଶ ?
ଅଧିକ ପଢ଼ନ୍ତୁ: କାଜୁ ତୋଳାକୁ ନେଇ ଦୁଇ ଗାଁ ପିଟାପିଟି, ୧୫ରୁ ଊର୍ଦ୍ଧ୍ୱ ଆହତ
କେବଳ ଆଇପିଏଲ କି ଅନଲାଇନ ସଟ୍ଟା ନୁହେଁ । ବଲାଙ୍ଗିରରେ ସକ୍ରୀୟ କ୍ରୀପଟୋ କରେନ୍ସି ଗେମ୍ । ସ୍ଥାନୀୟ ଯୁବକ ପ୍ରଶାନ୍ତ ମେହେର ଓ ତାଙ୍କ ସହଯୋଗୀ, ନିଜର ଏକ ନକଲି କ୍ରୀପଟୋ କରେନ୍ସି ତିଆରି କରି, ଲୋକଙ୍କୁ କୋଟି କୋଟି ଟଙ୍କାର ଚୁନ ଲଗାଇଥିଲେ । ଏପରିକି ବଲାଙ୍ଗିରରେ ଖୋଲାଖୋଲି ଅଫିସ ଖୋଲି ଲୋକଙ୍କର ବିଶ୍ବାସ ଜିତିଥିଲେ ।
ଅନେକ ଲୋକ ଏହି କ୍ରୀପଟୋରେ ଟଙ୍କା ଲଗାଇ ଲକ୍ଷ ଲକ୍ଷ ଟଙ୍କା ହରାଇଥଲେ । ତେବେ ପୋଲିସରେ ଅଭିଯୋଗ ପରେ ପ୍ରଶାନ୍ତ ସହିତ ଅନ୍ୟ ୬ ଜଣଙ୍କୁ ଗିରଫ କରିଥିଲା ବଲାଙ୍ଗିର ପୋଲିସ । ସେମାନେ ଟେଲିଗ୍ରାମ ଓ ହ୍ୱାଟସଆପ ମାଧ୍ୟମରେ ଲିଙ୍କ ପଠାଇ ଲୋକଙ୍କଠୁ ଟଙ୍କା ଲୁଟୁଥିଲେ ।
ସାଇବର ଥାନାର ସୂଚନା ଅନୁଯାୟୀ, ୨୦୨୪ରେ ୨ ଲକ୍ଷରୁ ଅଧିକ ସାଇବର ଠକାମୀର ୪୨ ଟି ମାମଲା ରୁଜୁ ହୋଇଛି । ଏଥିରେ ୨୧ ଜଣ ଗିରଫ ହୋଇଛନ୍ତି । ସେହିପରି ୨୦୨୫ରେ ୭ଟି ମାମଲା ରୁଜୁ ହୋଇଥିବା ବେଳେ, ୬ ଜଣ ଗିରଫ ହୋଇଛନ୍ତି । ଏମିତି ଘଟଣାରେ ପୋଲିସର ନୀରବତାକୁ ନେଇ ସମାଲୋଚନା କରିଛନ୍ତି ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା । ଅପରପକ୍ଷେ ଅନଲାଇନ ବେଟିଂରେ ଠକାମୀ ବଢୁଥିବାରୁ, ଜନତାଙ୍କୁ ସଚେତନ କରିଛନ୍ତି ବଲାଙ୍ଗିର ଏସ୍.ପି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)