• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Namita Biswal

ହୋଟେଲ ଓ ମଲ୍ ଟ୍ରାଏଲ ରୁମରେ ହିଡେନ କ୍ୟାମେରା ବିଷୟରେ ଆପଣ ଜାଣିଥିବେ । ହେଲେ ଥରେ ଭାବନ୍ତୁ, ଯଦି ଏପରି ଘଟଣା କୌଣସି ହସ୍ପିଟାଲରେ ଘଟେ । କେହି ମହିଳା ରୋଗୀ ଗାଇନାକୋଲୋଜିକାଲ ଚିକିତ୍ସା ପାଇଁ ହସ୍ପିଟାଲ ଯାଇଥିବେ ଏବଂ ପରେ ଇଣ୍ଟରନେଟରେ ଚିକିତ୍ସା ବେଳର ନିଜ ଭାଇରାଲ ଭିଡିଓ ଦେଖିବାକୁ ପାଇବେ । ଏ କଥା ସହଜରେ ବିଶ୍ବାସ ହେଉନଥିଲେ ବି ସତ । ଗୁଜୁରାଟ ରାଜକୋଟ ଅଞ୍ଚଳର ଏକ ହସ୍ପିଟାଲରୁ ଏଭଳି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । 

ରାଜକୋଟସ୍ଥିତ ଏକ ପ୍ରାଇଭେଟ ମାଟରନିଟି ହସ୍ପିଟାଲର ଅନେକଗୁଡିକ ସିସିଟିଭି ଫୁଟେଜ ଲିକ୍ ହୋଇଛି, ଯେଉଁଥିରେ ମହିଳାମାନଙ୍କୁ ଡାକ୍ତର ଚିକିତ୍ସା କରିବା ଓ ନର୍ସ ଇଞ୍ଜେକ୍ସନ ଦେଉଥିବା ସମୟର ସମ୍ବେଦନଶୀଳ ଦୃଶ୍ୟ ଦେଖିବାକୁ ମିଳୁଛି । 'Megha MBBS' ନାମକ ଏକ ୟୁଟ୍ୟୁବ ଚ୍ୟାନେଲ ସହ ଟେଲିଗ୍ରାମରେ ଭିଡିଓଗୁଡିକ ଅପଲୋଡ୍ କରାଯାଇଛି । ଅନେକ ଦିନ ହେଲା ଏହା ଅପଲୋଡ ହୋଇଥିବାବେଳେ ୫ ଲକ୍ଷରୁ ଅଧିକ ଭ୍ୟୁ ମିଳିସାରିଛି । 

ଅଧିକ ପଢ଼ନ୍ତୁ: ଅକଥନୀୟ ନିର୍ଯାତନା; ଯୌତୁକ ପାଇଁ ସ୍ତ୍ରୀକୁ HIV ସଂକ୍ରମିତ ଇଞ୍ଜେକ୍ସନ ଦେଲା ସ୍ବାମୀ....

ଏନେଇ ହସ୍ପିଟାଲ ଡାଇରେକ୍ଟରଙ୍କୁ ପଚରାଯିବାରୁ ସିସିଟିଭି ସର୍ଭର ହ୍ୟାକ୍ କରାଯାଇଥିବା ସେ ଦାବି କରିଛନ୍ତି । ସମ୍ପୃକ୍ତ ହସ୍ପିଟାଲରେ କାର୍ଯ୍ୟରତ ଜଣେ ଡାକ୍ତର ଅମିତ୍ ଆକବରୀ କହିଛନ୍ତି, ''ହସ୍ପିଟାଲର ଭିଡିଓ କେମିତି ଭାଇରାଲ ହେଲା ଆମେ ଜାଣିନୁ । ଆମ ସିସିଟିଭି ସର୍ଭର ହ୍ୟାକ୍ ହେବା ଭଳି ଲାଗୁଛି । କାହିଁକି ଏମିତି ଘଟଣା ଘଟିଲା ଆମକୁ ଜଣାନାହିଁ । ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିବୁ ।'' 

ଅନ୍ୟପଟେ ଏହି ଘଟଣାରେ ରାଜକୋଟ ସାଇବର କ୍ରାଇମ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି । ପୋଲିସ ଟିମ୍ ଏବେ ହସ୍ପିଟାଲର ସମସ୍ତ କର୍ମଚାରୀ ଓ ଡାକ୍ତରଙ୍କୁ ପଚରାଉଚରା କରୁଛି । ଏନେଇ ପୋଲିସ ସୂଚନା ଦେଇଛି ଯେ, ଭିଡିଓଗୁଡିକର କଣ୍ଟେଣ୍ଟ ଯାଞ୍ଚ ଚାଲିଛି । କିଏ ଓ କେଉଁ ଉଦ୍ଦେଶ୍ୟରେ ଏହାକୁ ଅପଲୋଡ କଲା ତାହା ଛାନଭିନ କରୁଛୁ । ଘଟଣାରେ ଅଧିକ ଯାଞ୍ଚ ପାଇଁ ଏକ ଟିମ୍ ଉକ୍ତ ହସ୍ପିଟାଲରେ ପହଞ୍ଚିଥିବା ରାଜକୋଟ ଡେପୁଟି କମିଶନର (କ୍ରାଇମ) ପାର୍ଥରାଜସିଂ ଗୋହିଲ ମଧ୍ୟ ସ୍ପଷ୍ଟ କରିଛନ୍ତି ।

ଅଧିକ ପଢ଼ନ୍ତୁ: ଯୁବକଙ୍କୁ ଇଂଜେକ୍ସନ ଦେଇ କରୁଥିଲେ କିନ୍ନର...ନୌସାଦରୁ 'ଜାହ୍ନବୀ', ଶିବକାନ୍ତରୁ 'ଖୁସ୍‌ବୁ’…

 

OTV is now on Whatsapp

Join and get latest news update delivered to you via whatsapp

Join Now