Advertisment

Crime Story: ଯୁବକଙ୍କୁ ଇଂଜେକ୍ସନ ଦେଇ କରୁଥିଲେ କିନ୍ନର...ନୌସାଦରୁ 'ଜାହ୍ନବୀ', ଶିବକାନ୍ତରୁ 'ଖୁସ୍‌ବୁ’…

ଅଟାରା ଥାନା ପୁଲିସ ଏହି ଘଟଣାର ତଦନ୍ତ ସମୟରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆଣିଥିଲା। ନୌବସ୍ତାର କାନପୁର ହସ୍ପିଟାଲ ପୁଲିସ ଟିମ୍ ଯାଇଥିଲା। ପୀଡ଼ିତ ଶିବକାନ୍ତଙ୍କ ଅସ୍ତ୍ରୋପଚାର ଡାକ୍ତର ପୁନିତଙ୍କ ଦ୍ୱାରା କରାଯାଇଥିବାର ପ୍ରମାଣ ମିଳିଛି। କିନ୍ତୁ ଡାକ୍ତର ଏବେ ସେଠାରେ ନାହାନ୍ତି। ଚାକିରି ଛାଡ଼ି ଅନ୍ୟତ୍ର ଚାଲିଯାଇଛନ୍ତି। ଅସ୍ତ୍ରୋପଚାର କରିଥିବା ଡାକ୍ତରଙ୍କୁ ମଧ୍ୟ ଏହି କାରବାରରେ ଅନ୍ୟତମ ଅଭିଯୁକ୍ତ ଭାବେ ଦର୍ଶାଯାଇଛି।

author-image
Puspanjali Panda
ଅଦ୍ୟତନ ହୋଇଛି
ଲିଙ୍ଗ ପରିବର୍ତ୍ତନର ଭୟଙ୍କର କାରନାମା

ଲିଙ୍ଗ ପରିବର୍ତ୍ତନର ଭୟଙ୍କର କାରନାମା

ଏମିତିକ ଏକ କାରନାମା ସାମନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ଚକିତ ହୋଇଯିବେ। ଏକ ତୃତୀୟ ଲିଙ୍ଗ ଗୋଷ୍ଠୀ ଉତ୍ତରପ୍ରଦେଶରେ ଯୁବକଙ୍କୁ ଅପହରଣ କରିବା ପରେ ଇଞ୍ଜେକ୍ସନ ଓ ଅପରେସନ୍ ମାଧ୍ୟମରେ କିନ୍ନର କରିଦେଉଛନ୍ତି। ପୁରୁଷଙ୍କ ଶରୀରରେ ମହିଳାଙ୍କ ହରମୋନ ବିକାଶ କରିବାକୁ ଇଞ୍ଜେକ୍ସନ ଦେଉଥିଲେ। ତାଙ୍କୁ ଅକଥନୀୟ ନିର୍ଯାତନା ଦେବା ସହିତ ଅସ୍ତ୍ରୋପଚାର ମାଧ୍ୟମରେ ତାଙ୍କ ଲିଙ୍ଗ ପରିବର୍ତ୍ତନ କରାଯାଇଥିଲା। ପୀଡ଼ିତ ଯୁବକଙ୍କ ପରିବାର ଲୋକେ ଏ ସଂକ୍ରାନ୍ତରେ ଯେତେବେଳେ ଥାନାର ଦ୍ବାରସ୍ଥ ହେଲେ ପୁରା ଘଟଣା ସାମନାକୁ ଆସିଥିଲା। ଏଭଳି ଘଟଣା ଉତ୍ତରପ୍ରଦେଶର ବାନ୍ଦାରେ ଘଟିଛି। କିନ୍ନର ଜଣକ ହେଉଛନ୍ତି କାଟ୍ରିନା। ସେ ଏହି ପୁରା କାରବାର ପଛର ପ୍ରମୁଖ କାର୍ପଟଦାର। ଏଭଳି ଏକାଧିକ ଯୁବକଙ୍କୁ ଇଂଜେକ୍ସନ ଓ ଅସ୍ତ୍ରୋପଚାର ମାଧ୍ୟମରେ ଲିଙ୍ଗ ପରିବର୍ତ୍ତନ କରିଥିବା କୁହାଯାଉଛି। ତେବେ ଏହି କାରବାର ପଛର ଅନ୍ୟ ସହଯୋଗୀମାନେ ଫେରାର ଅଛନ୍ତି।

Advertisment

କଣ ଏହି ଲିଙ୍ଗ ପରିବର୍ତ୍ତନ କାରନାମା

ଉତ୍ତରପ୍ରଦେଶ ବାନ୍ଦା ଜିଲ୍ଲା ଅଟାରା ଥାନା ଅଞ୍ଚଳ। ଏଠାରେ ରୁହନ୍ତି କିନ୍ନର କାଟ୍ରିନା ଓରଫ ଧୀରୁ ପ୍ରଜାପତି। ସେ ଜଣେ ୧୮ ବର୍ଷୀୟ ଯୁବକଙ୍କ ଲିଙ୍ଗ ବଳପୂର୍ବକ ପରିବର୍ତ୍ତନ କରିଦେଇଛନ୍ତି। ପୀଡ଼ିତ ଯୁବକ ହେଉଛନ୍ତି ଓରାନ ରୋଡର ବାସିନ୍ଦା। ତାଙ୍କ ମା ଆଟାରା ଥାନାରେ ଅଭିଯୋଗ ପରେ ପୁରା କାରବାର ପର୍ଦ୍ଦାଫାସ ହୋଇଛି। ଧୀରୁ ଓରଫ କାଟ୍ରିନା ୧୮ ବର୍ଷୀୟ ଏହି ଯୁବକଙ୍କୁ ନପୁଂସକ କରିବା ପାଇଁ ବଳପୂର୍ବକ ଉଠାଇ ନେଇଥିଲେ। ଚାରି ଦିନ ପର୍ଯ୍ୟନ୍ତ କୋଠରୀରେ ବନ୍ଦ କରି ରଖାଯାଇଥିଲା। ତାଙ୍କୁ ମାଡ଼ ମାରିଲେ। ନିର୍ଯାତନା ଏତେ ଥିଲା ସହିବା କଷ୍ଟକର ହୋଇଯାଇଥିଲା। ଧମକ ଦେଇ ତାଙ୍କର ଲିଙ୍ଗ ପରିବର୍ତ୍ତନ କରାଇଦେଇଥିଲେ।

ଗହବର ଥୋକ ବିସଣ୍ଡାରେ ବି ସମାନ ଘଟଣା

ଗହବର ଥୋକ୍ ବିସଣ୍ଡାରେ ରହୁଥିବା ଜଣେ ବ୍ୟକ୍ତି ମଧ୍ୟ ସମାନ ଅଭିଯୋଗ କରିଛନ୍ତି। ଧୀରୁ ଓରଫ କାଟ୍ରିନା ଏବଂ ଅନ୍ୟ କିଛି କିନ୍ନର ତାଙ୍କ ସାନ ଭାଇଙ୍କୁ ଅପହରଣ କରି ଏକ ଅଜଣା ସ୍ଥାନରେ ରଖିଥିଲେ। ସେମାନେ ସେଠାରେ କବାଟ ବନ୍ଦ କରି ଅଟକ ରଖିଥିଲେ। ସେଠାରେ ମାଡ଼ ମାରିବା ସହିତ ନିର୍ଯାତନା ଦେଇଥିଲେ। ମହିଳା ହରମୋନ ବୃଦ୍ଧିକାରୀ ଔଷଧ ଏବଂ ନିଶା ଇଞ୍ଜେକ୍ସନ ଦେଇ ଅସ୍ତ୍ରୋପଚାର ମାଧ୍ୟମରେ ଲିଙ୍ଗ ପରିବର୍ତ୍ତନ କରାଯାଇଥିଲା।

Advertisment

ଡାକ୍ତରଖାନାରୁ ମିଳିଲା କିନ୍ନର କରାଇବାର ପ୍ରମାଣ

ଅଟାରା ଥାନା ପୁଲିସ ଏହି ଘଟଣାର ତଦନ୍ତ ସମୟରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆଣିଥିଲା। ନୌବସ୍ତାର କାନପୁର ହସ୍ପିଟାଲ ପୁଲିସ ଟିମ୍ ଯାଇଥିଲା। ପୀଡ଼ିତ ଶିବକାନ୍ତଙ୍କ ଅସ୍ତ୍ରୋପଚାର ଡାକ୍ତର ପୁନିତଙ୍କ ଦ୍ୱାରା କରାଯାଇଥିବାର ପ୍ରମାଣ ମିଳିଛି। କିନ୍ତୁ ଡାକ୍ତର ଏବେ ସେଠାରେ ନାହାନ୍ତି। ଚାକିରି ଛାଡ଼ି ଅନ୍ୟତ୍ର ଚାଲିଯାଇଛନ୍ତି। ଅସ୍ତ୍ରୋପଚାର କରିଥିବା ଡାକ୍ତରଙ୍କୁ ମଧ୍ୟ ଏହି କାରବାରରେ ଅନ୍ୟତମ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ଗଲା ଫେବ୍ରୁଆରି ୪ ତାରିଖରେ କ୍ୟାଟ୍ରିନାଙ୍କୁ ତାଙ୍କ ଘର ନିକଟରୁ ପୁଲିସ ଗିରଫ କରିଥିଲା। ଅନ୍ୟ ଫେରାର ସହଯୋଗୀଙ୍କୁ ପୁଲିସ ଏବେ ଖୋଜୁଛି।

ନୌସାଦ ହେଲେ ଜାହ୍ନବୀ, ଶିବକାନ୍ତଙ୍କୁ ଖୁସ୍‌ବୁ

ନୌସାଦରୁ 'ଜାହ୍ନବୀ' ଏବଂ ଶିବକାନ୍ତରୁ 'ଖୁସ୍‌ବୁ' ନାମ ପରିବର୍ତ୍ତନ କରିଥିବା ଯୁବକମାନେ ପୁଲିସକୁ ଗୁରୁତ୍ବପୂର୍ଣ୍ଣ ବୟାନ ଦେଇଛନ୍ତି। ସେମାନଙ୍କ ଲିଙ୍ଗ ପରିବର୍ତ୍ତନ କରିଥିବା କିନ୍ନରମାନେ ସେମାନଙ୍କୁ ଭଲ ଖାଦ୍ୟ ଖୁଆଇବା ସହିତ ବାହାରକୁ ବୁଲାଇ ନେଉଥିଲେ। ଏହା ସହିତ କିନ୍ନର ହେବା ପାଇଁ ଚାପ ମଧ୍ୟ ଦେଉଥିଲେ। ଲିଙ୍ଗ ପରିବର୍ତ୍ତନ ହୋଇଥିବା ଯୁବକମାନେ ଗଲା କିଛି ବର୍ଷ ଧରି ଅଭିଯୋଗ କରିବାକୁ ଅନେକ ଉଦ୍ୟମ କରିଛନ୍ତି। କିନ୍ତୁ ଏହି କିନ୍ନର ଗୋଷ୍ଠୀ ସେମାନଙ୍କୁ ଅପରାଧିକ ମାମଲାରେ ଫସାଇବାକୁ ଧମକ ଦେଉଥିଲେ। ଭୟରେ କେହି ବାହାରେ ମୁହଁ ଖୋଲିପାରୁନଥିଲେ। ଏବେ କାଟ୍ରିନା ଧରାପଡ଼ିବା ପରେ ପୀଡ଼ିତମାନେ ଥାନାରେ ଫେରାଦ ହେବା ଆରମ୍ଭ କରିଛନ୍ତି। ଉତ୍ତରପ୍ରଦେଶରେ ଏହା ଏକ ବଡ଼ ରାକେଟ୍ ବୋଲି କୁହାଯାଉଛି।

Gender-based Violence Transgender Gender-related Crimes Gender Change
Advertisment
Advertisment