/odishatv-khabar/media/post_attachments/uploadimage/library/16_9/16_9_0/IMAGE_1734273519.jpg)
Cuttack Murder Case
UPI ପେମେଣ୍ଟରୁ ମିଳିଗଲା ହତ୍ୟାକାରୀର ଠିକଣା। କଟକ କନ୍ଦପୁରରରେ ମହିଳାଙ୍କୁ ବିଭତ୍ସ ହତ୍ୟା ଘଟଣାର ମାତ୍ର ୩୦ ଘଣ୍ଟା ଭିତରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି
କମିଶନରେଟ୍ ପୋଲିସ। ପୋଲିସ କହିଛି ପରକୀୟା ପ୍ରୀତି ଆଉ ଦୀର୍ଘ ଦିନର ବୈବାହିକ ବିବାଦ ହିଁ ଏ ହତ୍ୟା ଘଟଣା ପଛର ମୂଳ କାରଣ। ପୋଲିସ ଏ ମାମଲାରେ ରାଜ୍ୟର ଏକାଧିକ ଜିଲ୍ଲା ଏବଂ ଗୁଜରାଟ ପୋଲିସ ସହଯୋଗରେ ମୋଟ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି।
ହତ୍ୟାକାରୀଙ୍କୁ ଧରାଇଦେଲା ୟୁପିଆଇ ପେମେଣ୍ଟ ପ୍ରମାଣ। ମାତ୍ର ୩୦ ଘଣ୍ଟାରେ ୪ ଜିଲ୍ଲା ଆଉ ୨ ରାଜ୍ୟ ପୋଲିସର ଘନାଘନ ଚଢାଉ ପରେ ଧରାପଡ଼ିଲେ ସବୁ ଅଭିଯୁକ୍ତ। କଟକ କନ୍ଦରପୁର ଥାନା ପରମହଂସ ନିକଟ କାଠଯୋଡ଼ି ନଦୀ ପଠାରେ ମହିଳାଙ୍କୁ ବିଭତ୍ସ ହତ୍ୟା କରି ଫିଙ୍ଗିଦେବା ଘଟଣାର ଦୁଇ ଦିନ ପରେ ମାମଲା ଉପରୁ ପରଦା ହଟାଇଛି କମିଶନରେଟ୍ ପୋଲିସ। କଟକ ଡିସିପି କହିଛନ୍ତି ପତ୍ନୀଙ୍କ ପରକୀୟା ପ୍ରୀତି ସନ୍ଦେହରୁ ହିଁ ଘଟିଛି ଏଭଳି ଜଘନ୍ୟ ହତ୍ୟାକାଣ୍ଡ। ଆଉ ହତ୍ୟାକାରୀ, ମୃତ ମହିଳାଙ୍କ ଦିଅର, ସ୍ବାମୀ ଓ ସ୍ବାମୀଙ୍କ ଅନ୍ୟଜଣେ ସମ୍ପର୍କୀୟ ଭାଇ। ମୃତ ମହିଳା ହେଲେ କେନ୍ଦ୍ରାପଡ଼ା ମହାକାଳପଡ଼ା ଥାନା ଭିତରସୁବଳା ଗାଁର ପଦ୍ମାବତୀ ସାମଲ।
ଅଧିକ ପଢ଼ନ୍ତୁ: ଜଣକୁ ହତ୍ୟା କଲେ କେମିତି ଲାଗେ… ଜାଣିବାକୁ କ୍ରିମିନୋଲୋଜି ଛାତ୍ରଙ୍କ ଭୟଙ୍କର କାଣ୍ଡ
ପୋଲିସ କହିବା ଅନୁସାରେ ଘଟଣା ଥିଲା ଏମିତି। ପତ୍ନୀଙ୍କ ଚରିତ୍ରକୁ ସନ୍ଦେହ କରି ସ୍ବାମୀ ବଳରାମ ଦେହୁରୀ ଓ ସ୍ତ୍ରୀ ପଦ୍ମାବତୀ ସାମଲଙ୍କ ମଧ୍ୟରେ ଦୀର୍ଘ ଦିନରୁ ତିକ୍ତତା ଲାଗି ରହିଥିଲା। ପତ୍ନୀଙ୍କୁ ରାସ୍ତାରୁ ହଟାଇ ଦେବାକୁ ସୁରତରେ ରହୁଥିବା ସାନ ଭାଇ ଜଗନ୍ନାଥ ଦେହୁରୀଙ୍କ ସହ ଷଡ଼ଯନ୍ତ୍ର ରଚିଥିଲା ସୈତାନ ସ୍ବାମୀ। ଘଟଣା ଦିନ ସୁରତରୁ ଏକ ଚାପଡ଼ ଆଣି କଟକରେ ପହଞ୍ଚିଥିଲା ସାନଭାଇ। ଯୋଜନା ଅନୁସାରେ କଟକରେ ରହୁଥିବା ଜଣେ ସମ୍ପର୍କୀୟ ଭାଇ ହାପି ଦେହୁରୀ ସହାୟତାରେ ଗୁରୁବାର ସନ୍ଧ୍ୟାରେ ପଦ୍ମାବତୀଙ୍କୁ ବାହାନା କରି ହତ୍ୟାସ୍ଥଳକୁ ଆଣିଥିଲେ ୩ ଅଭିଯୁକ୍ତ। ସେଠାରେ ଅତି ନିର୍ମମ ଭାବେ ପଦ୍ମାବତୀଙ୍କୁ ହତ୍ୟା କରିବା ପରେ ପ୍ରମାଣ ଲୁଚାଇବାକୁ ତାଙ୍କ ମୁହଁକୁ ଚାପଡ଼ରେ ବାରମ୍ବାର ହାଣି ଖିନ୍ ଭିନ୍ କରିଦେଇଥିଲେ।
ଶୁକ୍ରବାର ସକାଳେ ନଦୀ ପଠାରୁ ମିଳିଥିଲା ପଦ୍ମାବତୀଙ୍କ ମୃତଦେହ। ତେବେ ମୃତକଙ୍କ ପରିଚୟ ପାଇବା ପୋଲିସ ପାଇଁ ଚ୍ୟାଲେଞ୍ଜ୍ ପାଲଟିଥିଲା। ଘଟଣାସ୍ଥଳରୁ ମିଳିଥିବା ଏହି ନ୍ୟୁ ଷ୍ଟାର ଟେଲର ଦୋକନୀଙ୍କ ରିସିପ୍ଟ ହିଁ ପୋଲିସ ଦେଇଥିଲା ସୁରାକ୍। ଏହି ରିସିପ୍ଟକୁ ଆଧାର କରି ପୋଲିସ ରାଜ୍ୟର ବିଭିନ୍ନ ଜିଲ୍ଲା ପୋଲିସର ସହାୟତା ନେଇଥିଲା। ଆଉ ଗଞ୍ଜାମ ଭଞ୍ଜନଗରରେ ସମାନ ନାଁରେ ଜଣେ ଟେଲର ଦୋକାନୀଙ୍କୁ ପଚରାଉପଚରା ପରେ ଏହା ସୁରତର ବୋଲି ଜାଣିବାକୁ ପାଇଥିଲା ପୋଲିସ। ଗୁଜରାଟ ପୋଲିସ ସହ ଯୋଗାଯୋଗ ପରେ ସଂପୃକ୍ତ ଟେଲରର ଠିକଣା ମିଳିଥିଲା। ସେହି ଟେଲର ଦୋକାନୀକୁ ଜେରା ପରେ ସେ ଅଭିଯୁକ୍ତ ନିକଟକୁ କରିଥିବା ୧୦୦ ଟଙ୍କାର ୟୁପିଆଇ ପେମେଣ୍ଟ ହିଁ ସୁରତରେ ରହୁଥିବା ଅଭିଯୁକ୍ତ ଜଗନ୍ନାଥ ଦେହୁରୀର ଠିକଣା ପାଇଥିଲା ପୋଲିସ। ଏପଟେ ଜଗନ୍ନାଥ ହତ୍ୟାକାଣ୍ଡ ପରେ ଟ୍ରେନରେ ସୁରତ ପଳାଇ ଯାଉଥିବା ବେଳେ ରାୟଗଡ଼ା ପୋଲିସ ସହାୟତାରେ ତାକୁ ଚଳନ୍ତା ଟ୍ରେନରୁ ଗିରଫ କରିବାରେ ସଫଳ ହୋଇଥିଲା। ଏପଟେ କେନ୍ଦ୍ରାପଡ଼ାରେ ରହୁଥିବା ସ୍ବାମୀ ବଳରାମ ଦେହୁରୀ ଓ କଟକରେ ରହୁଥିବା ହାପି ଦେହୁରୀକୁ ମଧ୍ୟ ଗିରଫ କରିଥିଲା ପୋଲିସ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)