Advertisment

Fake Currency Seized: ୟୁଟ୍ୟୁବ ଦେଖି ଛାପୁଥିଲେ ୫୦୦ ଟଙ୍କିଆ ନକଲି ନୋଟ୍‌, ବାନ୍ଧିଲା ପୋଲିସ

ଗିରଫ ଅଭିଯୁକ୍ତ ୟୁଟ୍ୟୁବରୁ ନକଲି ନୋଟ୍ ଛାପିବାର ପଦ୍ଧତି ଶିଖିଥିଲେ। ଉଭୟ ପୂର୍ବରୁ ମିନେରାଲ୍ ୱାଟରର ବିଜ୍ଞାପନ ଛାପିବା ଅଭ୍ୟାସ କରୁଥିଲେ। ଏହି ସମୟରେ ସେ ୟୁଟ୍ୟୁବରେ ନକଲି ନୋଟ୍ ଛାପିବାର କୌଶଳ ଦେଖିଥିଲେ। ଭିଡିଓ ଦେଖିବା ପରେ ସେମାନେ ନୋଟ୍ ଛାପିବା ଆରମ୍ଭ କଲେ ।

author-image
Sonali Ojha
ଅଦ୍ୟତନ ହୋଇଛି
Printed 500 Notes On 10 Stamp Paper

Printed 500 Notes On 10 Stamp Paper

ଟଙ୍କା ପ୍ରତି ପ୍ରାୟ ସମସ୍ତଙ୍କର ଦୁର୍ବଳତା ଥାଏ। କିପରି ଅଧିକରୁ ଅଧିକ ଟଙ୍କା ରୋଜଗାର କରିହେବ ସେଥିପାଇଁ ଅନେକ ଚେଷ୍ଟା କରନ୍ତି। କିଛି ଲୋକ ଏଥିପାଇଁ ଅସତ୍ ଉପାୟ ବି ଅବଲମ୍ୱନ କରନ୍ତି। ଅନେକ ସମୟରେ ନକଲି ନୋଟ୍ ମିଳିବା ଖବର ସାମନାକୁ ଆସିଛି। ସେହିପରି ଉତ୍ତରପ୍ରଦେଶରୁ ମଧ୍ୟ ନକଲି ନୋଟ୍ କାରବାର ନେଇ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମନାକୁ ଆସିଛି। ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ପୂରା ଘଟଣା ଉପରୁ ପରଦା ଉଠିଥିଲା। ତେବେ କଣ ଏହି ମାମଲା ଆସନ୍ତୁ ଜାଣିବା।

Advertisment

ଉତ୍ତରପ୍ରଦେଶର ସୋନଭଦ୍ରରୁ ନକଲି ନୋଟ୍ ଛାପୁଥିବା ଏକ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ପୋଲିସ। ୟୁଟ୍ୟୁବ୍‌ ଭିଡିଓ ଦେଖି କିଛି ବ୍ୟକ୍ତି ନକଲି ନୋଟ୍ ଛାପୁଥିଲେ। ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ କାବୁ କରିଛି ପୋଲିସ। ଅଭିଯୁକ୍ତଙ୍କଠାରୁ ୧୦ ହଜାର ଟଙ୍କାର ୫୦୦ ଟଙ୍କିଆ ନକଲି ନୋଟ୍ ଜବତ କରାଯାଇଛି। ତେବେ ଆଶ୍ଚର୍ଯ୍ୟଜନକ କଥା ହେଉଛି ସେମାନେ ନକଲି ନୋଟ ଛାପିବା ପାଇଁ ୧୦ ଟଙ୍କିଆ ଷ୍ଟାମ୍ପ ପେପର ବ୍ୟବହାର କରୁଥିଲେ। ମାତ୍ର ୧୦ ଟଙ୍କା ଖର୍ଚ୍ଚ କରି ସେମାନେ ୫୦୦ ଟଙ୍କିଆ ନୋଟ୍ ଛାପିବା ସହ ଏହାକୁ ଖର୍ଚ୍ଚ ମଧ୍ଯ କରୁଥିଲେ।

ପୋଲିସର ସୂଚନା ଅନୁସାରେ, ଛଟ୍‌ ପୂଜାରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ରାମଗଡସ୍ଥିତ ଇଣ୍ଡିଆନ୍ ବ୍ୟାଙ୍କ ଶାଖା ନିକଟରେ ନିଜ ଟିମ୍ ସହିତ କୋନ ଥାନା ଅଧିକାରୀ ଗୋପାଳଜୀ ଗୁପ୍ତା ଉପସ୍ଥିତ ଥିଲେ। ଏହି ସମୟରେ, ସେହି ବାଟରେ ଯାଉଥିବା ଏକ ନମ୍ୱର ବିହୀନ କାର୍‌କୁ ଅଟକାଇଥିଲେ। ତଲାସୀ ବେଳେ କାରରେ ଯାତ୍ରା କରୁଥିବା ଦୁଇ ଜଣ ଯୁବକଙ୍କଠାରୁ ୨୦ଟି ନକଲି ୫୦୦ ଟଙ୍କିଆ ନୋଟ୍ ଜବତ କରାଯାଇଥିଲା। ସବୁ ନୋଟରେ ସମାନ କ୍ରମିକ ସଂଖ୍ୟା ଲେଖାଯାଇଥିଲା । କାର ଡିକିରୁ ନକଲି ନୋଟ ଛାପିବା ପାଇଁ ଥିବା ମେସିନ୍‌, ପ୍ରିଣ୍ଟର, ଲାପଟପ୍ ଏବଂ ୧୦ ଟଙ୍କିଆ ୨୭ଟି ସାଦା ଷ୍ଟାମ୍ପ ପେପର୍  ମଧ୍ୟ ପୋଲିସ ଜବତ କରିଛି।

Advertisment

ପଚରାଉଚରା ପରେ ପୋଲିସ ସବୁ ତଥ୍ୟ ପାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ମିର୍ଜାପୁର ଚୁନାର କୋଟୱାଲୀ ଅଞ୍ଚଳର ନୌଗ୍ରାହର ସତୀଶ ରାୟ ଏବଂ ରୋବର୍ଟସଗଞ୍ଜର ଚୁର ବଜାରର ପ୍ରମୋଦ ମିଶ୍ର । ପୋଲିସ ଆଗରେ ଉଭୟ ଏ ବିଷୟରେ ଖୁଲାସା କରିଛନ୍ତି। ସେମାନେ ପ୍ରଥମେ କମ୍ପ୍ୟୁଟରରେ ୫୦୦ ଟଙ୍କିଆ ନୋଟ୍ ସ୍କାନ୍ କରିଥିଲେ। ଏହାପରେ ଦଶ ଟଙ୍କିଆ ଷ୍ଟାମ୍ପ ପେପରରେ ପ୍ରିଣ୍ଟ କରୁଥିବା ପ୍ରକାଶ କରିଛନ୍ତି। ବର୍ତ୍ତମାନ ସୁଦ୍ଧା, ସେମାନେ ପ୍ରାୟ ୩୦ହଜାର ଟଙ୍କା ମୂଲ୍ୟର ନକଲି ନୋଟ୍ ଖର୍ଚ୍ଚ କରିଛନ୍ତି । ସେମାନେ ଏହି ଦଶ ହଜାର ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ଆସିଥିଲେ।

ଅଧିକ ପଢ଼ନ୍ତୁ: ଟଙ୍କା ବିଡ଼ା ଉପରେ ଶୋଇଲେ ନେତା; ଭାଇରାଲ ହେଲା ଫଟୋ...

ୟୁଟ୍ୟୁବରୁ ଶିଖିଥିଲେ ଟ୍ରିକ୍‌

ଗିରଫ ଅଭିଯୁକ୍ତ ୟୁଟ୍ୟୁବରୁ ନକଲି ନୋଟ୍ ଛାପିବାର ପଦ୍ଧତି ଶିଖିଥିଲେ। ଉଭୟ ପୂର୍ବରୁ ମିନେରାଲ୍ ୱାଟରର ବିଜ୍ଞାପନ ଛାପିବା ଅଭ୍ୟାସ କରୁଥିଲେ। ଏହି ସମୟରେ ସେ ୟୁଟ୍ୟୁବରେ ନକଲି ନୋଟ୍ ଛାପିବାର କୌଶଳ ଦେଖିଥିଲେ। ଭିଡିଓ ଦେଖିବା ପରେ ସେମାନେ ନୋଟ୍ ଛାପିବା ଆରମ୍ଭ କଲେ । ସେ ଏହାକୁ ସହଜରେ ବଜାରରେ ଖର୍ଚ୍ଚ କରିପାରୁଥିଲେ। ଷ୍ଟାମ୍ପ ପେପରର କାଗଜ ସାଧାରଣ କାଗଜ ଅପେକ୍ଷା ମୋଟା ଏବଂ ଏହା ଅସଲି ନୋଟ୍ ପରି ଦେଖାଯାଏ। ଆହୁରି ମଧ୍ୟ, ଷ୍ଟାମ୍ପ ପେପର ମଝିରେ ଭାରତ ଲେଖାଥିବା ଏକ ଷ୍ଟ୍ରିପ୍ ଅଛି, ଯେଉଁଥିପାଇଁ ସାଧାରଣ ଲୋକମାନେ ଏହାକୁ ସହଜରେ ଚିହ୍ନି ପାରିନଥିଲେ । ମାତ୍ର ସବୁ ନୋଟ୍‌ରେ ସମାନ କ୍ରମିକ ସଂଖ୍ୟା ଥିଲା ।

ମିର୍ଜାପୁରରୁ ଆଣୁଥିଲେ ଷ୍ଟାମ୍ପ ପେପର

ସେମାନେ ନୋଟ୍ ଛାପିବା ପାଇଁ ମିର୍ଜାପୁରରୁ ଷ୍ଟାମ୍ପ ପେପର ଆଣୁଥିଲେ । ଜବତ ହୋଇଥିବା ଷ୍ଟାମ୍ପ ପେପର ନେଇ ମଧ୍ୟ ପୋଲିସ ତଦନ୍ତ କରୁଛି। କାହା ନାଁରେ ଏହି ପେପର କିଣାଯାଇଛି, ଏଥିରେ ସେମାନଙ୍କର ଭୂମିକା ମଧ୍ୟ ଅନୁସନ୍ଧାନ କରାଯାଉଛି। ଏଏସପିଙ୍କ ଅନୁଯାୟୀ ଅନୁସନ୍ଧାନ ପରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ଉଭୟଙ୍କୁ ଗିରଫ କରି ଜେଲ ପଠାଯାଇଛି ବୋଲି ଏଏସପି କହିଛନ୍ତି। ଏହି କାର୍ଯ୍ୟରେ ସହଯୋଗ କରିଥିବା ଅନ୍ୟ ଲୋକଙ୍କ ବିଷୟରେ ସୂଚନା ସଂଗ୍ରହ କରାଯାଉଛି ।

ଅଧିକ ପଢ଼ନ୍ତୁ: ଲକ୍ଷାଧିକ ଟଙ୍କାର ନକଲି ନୋଟ୍ ଜବତ; ୨ ଗିରଫ

Fake Currency Notes You Tube
Advertisment
Advertisment