Advertisment

ଓଡ଼ିଶାରେ ୧୨ ଦିନ କାଳ ଲୁଚିଥିଲା ଗ୍ୟାଙ୍ଗଷ୍ଟର ଗୁଡ୍ଡୁ ମୁସଲିମ !

ବରଗଡ଼ରୁ ଗୁଡ୍ଡୁ ଛତିଶଗଡ଼ ପଳାଇଥିବା ନେଇ ଖବର ପ୍ରକାଶ ପାଇଛି । ମିରଟ, ଆଜମେର, ଝାନସୀ, ନାସିକ, ପୁଣେ ପରେ ବରଗଡ଼ ଆସିଥିଲା ଗୁଡ୍ଡୁ ।

author-image
Manoranjan Behera
ଅଦ୍ୟତନ ହୋଇଛି
Guddu Muslim News

Guddu Muslim

ଓଡ଼ିଶାରେ ୧୨ ଦିନ ଥିଲା ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର ଗୁଡ୍ଡୁ ମୁସଲିମ୍ । ରାଜ୍ୟ ଭିତରେ ଏପ୍ରିଲ ୨ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଥିଲା ଗୁଡ୍ଡୁ । ଏଭଳି କିଛି ତଥ୍ୟ ଏବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ପୁରୀ ଓ ବରଗଡ଼ରେ ଗୁଡ୍ଡୁ ଲୁଚି ରହିଥିବା ନେଇ ଖବର ପୂର୍ବରୁ ମିଳିଥିଲା । ଗୁଡ୍ଡୁ ୧୨ ଦିନ ଓଡ଼ିଶାରେ ଥିବା ନେଇ ଖବର ସାମ୍ନାକୁ ଆସୁଛି ।

Advertisment

ପୁରୀରୁ ସେ ବରଗଡ଼ ଯାଇଥିଲା, ପୁଣି ସେଠୁ ଛତିଶଗଡ଼ ପଲାଇଥିବା ଜଣାପଡ଼ିଛି । ୟୁପି ପୋଲିସକୁ ଚକମା ଦେଇ ଗୁଡ୍ଡୁ ମିରଟ, ଆଜମେର, ଝାନସୀ, ନାସିକ, ପୁଣେ ଓ ପରେ କର୍ଣ୍ଣାଟକ ଯାଇଥିଲା । ଏସବୁ ପରେ ଆତ୍ମଗୋପନ କରିବାକୁ ସେ ଓଡ଼ିଶା ଆସିଥିଲା । ତା’ସହ ବରଗଡ଼ରୁ ଛତିଶଗଡ଼ ଯିବା ବେଳେ ଏକ
ବ୍ୟାଗ୍ ଛାଡ଼ି ପଳାଇଥିଲା ଗୁଡ୍ଡୁ । ଯାହାକୁ ୟୁପି ଏସଟିଏଫ୍ ଜବତ କରିଥିବା ଚର୍ଚ୍ଚା ହେଉଛି ।

ଏଠି ପ୍ରଶ୍ନ ଉଠୁଛି ଏତେ ଦିନ ଓଡ଼ିଶାରେ ରହିବା ସତ୍ତ୍ୱେ କେମିତି ଜାଣି ପାରିଲାନି ରାଜ୍ୟ ପୋଲିସ? ଗୁଇନ୍ଦା ବିଭାଗ ତଥା ଅନ୍ୟ ଏଜେନ୍ସି ପାଖରେ ଖବର ଥିଲା କି? ଏବେ ଏସବୁ ଦିଗକୁ ନେଇ ତଦନ୍ତ ଚାଲିଛି । ସେପଟେ ଏହି ଘଟଣାକୁ ନେଇ ଓଡ଼ିଶା ପୋଲିସର ପ୍ରତିକ୍ରିୟା ମିଳିପାରିନି ।

Advertisment

STFକୁ ଚକମା ଦେବା ପାଇଁ ଗୁଡ୍ଡୁ ବିଭିନ୍ନ ଜାଗା ବଦଳାଉଥିଲା । ବରଗଡ଼ ଛାଡ଼ିବା ବେଳେ ଏବେ ବ୍ୟାଗ୍ ଛାଡ଼ି ପଳାଇଥିବା ମଧ୍ୟ ରିପୋର୍ଟରୁ ଜଣାପଡ଼ିଛି । ଗୁଡ୍ଡୁର ପ୍ରମୁଖ ସହଯୋଗୀ ରାଜା ଖାନକୁ STF ଜେରା କରିଥିବା ସୂଚନା ମିଳିଛି ।

ପ୍ରଥମେ ପୁରୀ ଆଉ ଏବେ ବରଗଡ଼ ଲିଙ୍କ୍ ସାମ୍ନାକୁ ଆସିବା ପରେ କୁଖ୍ୟାତ ଡନ୍ ଆତିକ୍ ଅହମ୍ମଦର ଡାହାଣ ହାତ ଗୁଡ୍ଡୁକୁ ନେଇ ରାଜ୍ୟ ପୋଲିସ କ୍ୟାମ୍ପରେ ହଲଚଲ୍ । ପୋଲିସ ଡିଜିଙ୍କ କ୍ୟାମ୍ପ ଅଫିସରେ ବଛା ବଛା ଅଫିସରଙ୍କୁ ନେଇ ବୈଠକ ହୋଇଛି ବିଚାର ବିମର୍ଷ। ଏଡିଜି ଆଇନଶୃଙ୍ଖଳା, ଏଡିଜି ଓଡ଼ିଶା ସ୍ପେଶାଲ୍ ଆର୍ମଡ ପୋଲିସ, ପୋଲିସ କମିଶନରଙ୍କ ସହ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ପୋଲିସ ଡିଜି ।

ବରଗଡ଼ ଜିଲ୍ଲା ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଓଡ଼ିଶା-ଛତିଶଗଡ଼ ସୀମାନ୍ତ ସୋହେଲା ଲୁହୁରାଚଟିରେ ରହୁଥିବା ରାଜା ଖାନ୍ ପାଖକୁ ଆସିଥିଲା STF। କୁହାଯାଉଛି, ଗୁଡ୍ଡୁ ମୁସଲିମର ଡ୍ରାଇଭର ସହ ରାଜା ଖାନର ରହିଛି ଲିଙ୍କ। ଗୁଡ୍ଡୁକୁ ଧରିବା ପାଇଁ ଜାଲ ବିଛାଇଥିବା STF ଫୋନ୍ ଟ୍ରାକିଂରୁ ରାଜା ଖାନର ଲିଙ୍କ୍ ପାଇଛି।

STF
Advertisment
Advertisment