/odishatv-khabar/media/post_attachments/uploadimage/library/16_9/16_9_0/UP_Woman__1744886919.jpg)
UP Woman
ବାହାଘର କାର୍ଡ ଛପା ସରିଥିଲା । କିଣା ସରିଥିଲା ଶାଢ଼ୀ ସାଙ୍ଗକୁ ଗହଣା ଗାଣ୍ଠି । ୧୦ ଦିନ ପରେ ପଡିଥାନ୍ତା ହାତଗଣ୍ଠି । ବେଦିରେ ବସିଥାନ୍ତା ଝିଅ । ହେଲେ ତା’ପୂର୍ବରୁ ଜ୍ବାଇଁପୁଅକୁ ଧରି ଫେରାର ହୋଇଗଲା ମା’ । ଝିଅ ବଦଳରେ ମା’ ପ୍ରେମରେ ପଡିଲା ଜ୍ବାଇଁପୁଅ । ଆଉ କାହାକୁ କିଛି ନଜଣାଇ ଉଭୟ ହୋଇଗଲେ ନ ଦୋ ଗ୍ୟାରା ।
ଶାଶୁ-ଜ୍ବାଇଁଙ୍କ ଏହି ଲଭଷ୍ଟୋରୀକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଖବର ଭାଇରାଲ ହେବା ପରେ ଏବେ ଉଭୟ ପ୍ରେମୀ ଯୁଗଳଙ୍କର ପ୍ରେମ ନିଶା ଛାଡ଼ିଯାଇଛି । ଉଭୟ ଥାନାରେ ପହଞ୍ଚି ଆତ୍ମସପର୍ମଣ କରିଛନ୍ତି । ଉତ୍ତରପ୍ରଦେଶ ଆଲିଗଡ ଜିଲ୍ଲା ମଡ୍ରାକ ଥାନା ମୋହନପୁର ଗାଁରେ ଜିତେନ୍ଦ୍ର ଓ ସ୍ୱପ୍ନା ଦେବୀଙ୍କ ଝିଅର ବାହାଘର ମାଚରିଆ ଗାଁର ୨୫ ବର୍ଷୀୟ ରାହୁଲଙ୍କ ସହିତ ସ୍ଥିର ହୋଇଥିଲା ।
ସବୁ କିଛି ଠିକ୍ଠାକ ଚାଲିଥିଲା । ଏପ୍ରିଲ ୧୬ ତାରିଖରେ ହୋଇଥାନ୍ତା ବାହାଘର । ତେବେ ବାହାଘରର ଠିକ୍ ୧୦ ଦିନ ପୂର୍ବରୁ ଜ୍ୱାଇଁ ରାହୁଲଙ୍କ ସହ ଫେରାର ହୋଇଯାଥିଲେ ଶାଶୁ ସ୍ବପ୍ନା ଦେବୀ । ବାହାଘର ଠିକ୍ ହେବା ଦିନଠାରୁ ଜ୍ବାଇଁପୁଅକୁ ଦିଲ୍ ଦେଇ ଦେଇଥିଲେ ଶାଶୁ । ଯେତେବେଳେ ରାହୁଲ ଫୋନ୍ କରୁଥିଲେ ସେତେବେଳେ ଝିଅକୁ ନଦେଇ ସେ ଘଣ୍ଟା ଘଣ୍ଟା ଧରି କଥା ହେଉଥିଲେ ।
ଏପ୍ରିଲ ୬ ତାରିଖ ସନ୍ଧ୍ୟାରେ ଆଲିଗଡରୁ କାସଗଞ୍ଜରେ ପହଞ୍ଚିଥିଲେ ସ୍ବପ୍ନା । ଫୋନ୍ ମାଧ୍ୟମରେ ରାହୁଲଙ୍କୁ ସେଠାକୁ ଡାକିଥିଲେ । ଏହାପରେ ଉଭୟ ଫେରାର ହୋଯାଇଥିଲେ । ଚାରିଆଡେ ଖବର ପ୍ରସାର ପରେ ଏବେ ଉଭୟରେ ଆସି ଥାନାରେ ଆତ୍ମସପର୍ମଣ କରିଛନ୍ତି ।
ସେପଟେ ପୁଅକୁ ଗୁଣି କରି ଶାଶୁ ସାଙ୍ଗରେ ନେଇଯାଇଥିବା ରାହୁଲଙ୍କ ବାପା ଅଭିଯୋଗ କରିଛନ୍ତି । ଥାନାରେ ପହଞ୍ଚିବା ପରେ କେମିତି ଫେରାର ହୋଇଥିଲେ, ସବୁ କଥା କହିଛନ୍ତି ସ୍ବପ୍ନା ଦେବୀ । ସେ କହିଛନ୍ତି 'ତାଙ୍କୁ ସ୍ୱାମୀ ମଦ ପିଇ ମାଡ଼ ମାରୁଥିଲେ ଏବଂ ତାଙ୍କ ଝିଅ ମଧ୍ୟ ତାଙ୍କ ସହିତ ବାରମ୍ବାର ଝଗଡ଼ା କରୁଥିଲେ । ତେଣୁ ସେ ଆଉ ତାଙ୍କ ପାଖକୁ ଯିବେନି। ଯାହା ବି ହେଉ ସେ ରାହୁଲଙ୍କ ସହିତ ରହିବେ ଏବଂ ତାଙ୍କୁ ବିବାହ କରିବେ ।'
ପୋଲିସ ପୂରା ମାମଲାର ତଦନ୍ତ ଜାରି ରଖିଛି । ଅନ୍ୟପଟେ ଶାଶୁ ଓ ଜ୍ବାଇଁପୁଅର ସମ୍ପର୍କରେ ଲାଗିଛି କଳଙ୍କ । ଆଲିଗଡ଼ର ଏହି ଅଦ୍ଭୁତ ପ୍ରେମ କାହାଣୀ ଏବେ ଚାରିଆଡେ ଭାଇରାଲ ହେବାରେ ଲାଗିଛି । ଏ ଘଟଣା ଯିଏ ବି ଶୁଣୁଛି ଚକିତ ହୋଇଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)