ଦାଢ଼ି ପାଇଁ ଦିଅର ସହ ପଳେଇଲା ଭାଉଜ ।
ବିବାହ ଏକ ପବିତ୍ର ବନ୍ଧନ । ଯେଉଁଥିରେ ଦୁଇଟି ଅଜଣା ହୃଦୟ ସାତ ଜନ୍ମର ସାଥୀ ହୋଇଯା'ନ୍ତି । ହେଲେ ଆଜିର ପାଶ୍ଚାତ୍ୟ ସଭ୍ୟତାରେ ବିବାହ ଭଳି ପବିତ୍ର ସମ୍ପର୍କ କିଛି ଅଜବ କାରଣ ପାଇଁ କ୍ଷଣିକରେ ଭାଙ୍ଗିଯାଉଛି । କେବେ ପରକୀୟା ପ୍ରୀତି ପାଇଁ ସ୍ୱାମୀ ସ୍ତ୍ରୀକୁ ହତ୍ୟା କରୁଛି ତ ପୁଣି କେବେ ସ୍ତ୍ରୀ ସ୍ୱାମୀକୁ ହତ୍ୟା କରି ଡ୍ରମରେ ଭର୍ତ୍ତି କରିବା ଭଳି ଘଟଣା ସାମ୍ନାକୁ ଆସୁଛି ।
କେବେ ସନ୍ଦେହର ବିଷରେ ତ ପୁଣି କେବେ ପରକୀୟା ପ୍ରୀତିର କୁପ୍ରଭାବରେ ସମ୍ପର୍କ ଯେମିତି ବାଟବଣା ହୋଇଯାଇଛି । ତେବେ ବିଭିନ୍ନ କାରଣକୁ ନେଇ ବିବାହ ବିଚ୍ଛେଦ ହେବାର ଘଟଣା ବାରମ୍ବାର ସାମ୍ନାକୁ ଆସୁଛି । କିନ୍ତୁ, ଜଣେ ମହିଳା ନିଜର ଅଜବ କାରନାମା ପାଇଁ ଏବେ ବେଶ୍ ଚର୍ଚ୍ଚାରେ ରହିଛନ୍ତି ।
ଉତ୍ତର ପ୍ରଦେଶର ମିରଟରେ ବୈବାହିକ ବିବାଦକୁ ନେଇ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଲିସାଡି ଗେଟ୍ ଅଞ୍ଚଳର ଉଜ୍ଜ୍ୱଳ ଗାର୍ଡେନ୍ କଲୋନିର ବାସିନ୍ଦା ସ୍ୱାମୀ ମହମ୍ମଦ ଶାକିର ପ୍ରାୟ ସାତ ମାସ ପୂର୍ବେ ଇଞ୍ଚୌଲିର ୨୫ ବର୍ଷୀୟା ଆର୍ଶୀଙ୍କୁ ବିବାହ କରିଥିଲେ । ତେବେ ସ୍ୱାମୀଙ୍କ କହିବା ଅନୁଯାୟୀ, ବିବାହର କିଛି ଦିନ ପରେ, ଅର୍ଶୀ ତାଙ୍କ ବଢିଥିବା ଦାଢ଼ିକୁ ବିରୋଧ କରିଥିଲେ ଏବଂ କାଟିବା ପାଇଁ କହିଥିଲେ । କିନ୍ତୁ, ମହମ୍ମଦ ଶାକିର ନିଜର ଦାଢ଼ିକୁ କାଟିବାକୁ ମନା କରିଦେଇଥିଲେ ।
ଯାହା ପରେ ସମ୍ପୃକ୍ତ ମହିଳା ଜଣକ ସ୍ବାମୀଙ୍କ ସାନ ଭାଇ ଅର୍ଥାତ୍ ନିଜ ଦିଅର ସହ ଗାଏବ ହୋଇଯାଇ ବିବାହ କରିଥିବା ନେଇ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ମହମ୍ମଦ ଶାକିର । ଶାକିର କହିଛନ୍ତି, 'ସେ ମୋତେ ବାରମ୍ବାର କହୁଥିଲେ ଯେ ତାଙ୍କୁ ମୋର ଦାଢ଼ି ପସନ୍ଦ ନୁହେଁ ଏବଂ ଯଦି ମୁଁ ଦାଢ଼ି କାଟି ନଦିଏ, ତେବେ ସେ ମୋତେ ଦିନେ ଛାଡି ଦେଇପାରନ୍ତି ବୋଲି ମଧ୍ୟ ଚେତାବନୀ ଦେଇଥିଲେ ।'
ଅଧିକ ପଢ଼ନ୍ତୁ: ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବଡ଼ ବୈଠକ; ପ୍ରତିରକ୍ଷା ମନ୍ତ୍ରୀ, NSA, ସିଡିଏସ୍ ଉପସ୍ଥିତ
ଅର୍ଶୀ ଶାକିରଙ୍କୁ କହିଥିଲେ, ସେ ପରିବାରର ଚାପରେ ତାଙ୍କୁ ବିବାହ କରିଛନ୍ତି ଏବଂ ଯଦି ସେ ତାଙ୍କ ଦାଢ଼ି କାଟିବାକୁ ରାଜି ହୁଅନ୍ତି । ତେବେ ସେ ତାଙ୍କ ସହିତ ରହିବେ । ଏହି ବିଷୟକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରାୟତଃ ଝଗଡ଼ା ହେଉଥିଲା । ଶାକିର କହିଛନ୍ତି ଯେ, ସେ ଏହି ମନ୍ତବ୍ୟକୁ ଏକ ଜୋକ୍ ବୋଲି ଭାବିଥିଲେ ।
କିନ୍ତୁ ଦାଢି ରଖୁନଥିବା ସାବିର ( ଶାକିରର ସାନ ଭାଇ )କୁ କେତେ ବେଳେ ଭଳ ପାଇ ବସିଥିଲେ ଅର୍ଶୀ । ଫେବ୍ରୁଆରୀ ୩ ତାରିଖରେ ଅର୍ଶୀ ଘରୁ ଫେରାର ହୋଇଯାଇଛନ୍ତି । ଅର୍ଶୀ ଶାକିରଙ୍କ ଭାଇ ମହମ୍ମଦ ସାବିର (୨୪)ଙ୍କ ସହ ପଳାଇଯାଇଥିବା ସନ୍ଦେହ କରାଯାଉଛି । ମହମ୍ମଦ ସାବିର ସେମାନଙ୍କ ସହିତ ରହୁଥିଲେ ଏବଂ ସବୁବେଳେ ଦାଢ଼ି ସଫା ( କ୍ଲିନ୍ ଶେଭ୍) କରୁଥିଲେ । ଘରୁ ନିଖୋଜ ହେବା ପୂର୍ବରୁ ଦୁହେଁ କିଛି ବ୍ୟକ୍ତିଗତ ଜିନିଷପତ୍ର ସାଙ୍ଗରେ ନେଇଥିବା ଜଣାପଡ଼ିଛି ।
ଶାକିର ଦାବି କରିଛନ୍ତି ସେ ନିଜର ପତ୍ନୀ ଏବଂ ଭାଇକୁ ତିନି ମାସ ଧରି ଖୋଜାଖୋଜି କରୁଛନ୍ତି । କିନ୍ତୁ, ଫୋନ୍ ବନ୍ଦ ରହିଛି ଏବଂ କୌଣସି ସୁରାକ ମିଳିନାହିଁ । ଏହାପରେ ଶାକିର ନିଖୋଜ ରିପୋର୍ଟ ଦାଖଲ କରିଛନ୍ତି । ତେବେ ଏନେଇ ନିଖୋଜ ରିପୋର୍ଟ ଦାଖଲ ପରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।
ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, 'ଯାନ୍ତ୍ରିକ ନିରୀକ୍ଷଣରୁ(Technical surveillance) ଜଣାପଡ଼ିଛି ଯେ ଦମ୍ପତିଙ୍କ ଶେଷ ସ୍ଥାନ ପଞ୍ଜାବର ଲୁଧିଆନାରେ ଥିଲା । ଆମେ ସେମାନଙ୍କୁ ଖୋଜିବା ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହଯୋଗରେ ତଦନ୍ତ ଜାରି ରଖିଛୁ ।'
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746104440.jpeg)