/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746089978.jpg)
Mob Lynching
ମାଙ୍ଗାଲୁରୁରେ କ୍ରିକେଟ ମ୍ୟାଚ ବେଳେ ଯୁକ୍ତିତର୍କକୁ ନେଇ ଜଣକର ମୃତ୍ୟୁ ଘଟିଛି । ସ୍ଥାନୀୟ ଅଞ୍ଚଳରେ ମ୍ୟାଚ ବେଳେ ପାକିସ୍ତାନ ଜିନ୍ଦାବାଦ ବୋଲି ସ୍ଲୋଗାନ ଦେଇଥିଲେ ଜଣେ ଯୁବକ । ଏଥିରେ ଉତକ୍ଷିପ୍ତ ହୋଇ ତାଙ୍କୁ ପିଟି ପିଟି ହତ୍ୟା କରିଛନ୍ତି ପ୍ରାୟ ୨୫ ଜଣ ଯୁବକ । ମାଙ୍ଗାଲୁରୁ ସହର ଠାରୁ ଅନତି ଦୂରରେ ଥିବା କୁଡୁପୁ ଗାଁରେ ଘଟିଛି ଏହି ଘଟଣା ।
ମୃତକଙ୍କ ପରିଚୟ ମିଳିପାରିନାହିଁ । କ୍ରିକେଟ ମ୍ୟାଚ ଚାଲିଥିଲା ବେଳେ ସେ ପାକିସ୍ତାନ ଜିନ୍ଦାବାଦ ବୋଲି କହିଥିଲେ । ଏହା ପରେ କିଛି ଯୁବକ ଆସି ତାଙ୍କୁ ଠେଙ୍ଗାରେ ପିଟିଥିଲେ । ତାଙ୍କ ଶରୀରର ବିଭିନ୍ନ ସ୍ଥାନକୁ ପିଟିଥିଲେ ଉତ୍ତ୍ୟକ୍ତ ଯୁବକମାନେ । ଶରୀର ଭିତରେ ରକ୍ତସ୍ରାବ କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏହା ଏକ ଭିଡ଼ ହତ୍ୟା ଘଟଣା ( Mob Lynching ) ବୋଲି ପୋଲିସ୍ କହିଛି ।
କର୍ଣ୍ଣାଟକ ଗୃହମନ୍ତ୍ରୀ ଜି ପରମେଶ୍ୱର କହିଛନ୍ତି, ଏହି ଘଟଣାରେ ୧୨ ଜଣଙ୍କୁ ଗିରଫ କରାଯାଇଛି । ପୋଲିସ ତଦନ୍ତ ଜାରି ରହିଛି । ସାଧାରଣ ଲୋକମାନେ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଛନ୍ତି କର୍ଣ୍ଣାଟକ ଗୃହମନ୍ତ୍ରୀ ।
ଅଧିକ ପଢ଼ନ୍ତୁ: ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବଡ଼ ବୈଠକ; ପ୍ରତିରକ୍ଷା ମନ୍ତ୍ରୀ, NSA, ସିଡିଏସ୍ ଉପସ୍ଥିତ
ମାଙ୍ଗାଲୁରୁ ସିଟି ପୋଲିସ କମିଶନର ଅନୁପମ ଅଗ୍ରୱାଲ କହିଛନ୍ତି, ପ୍ରଥମେ ଏକ ଅପମୃତ୍ୟୁ କେସ୍ ରୁଜୁ ହୋଇଥିଲା । ଭତ୍ରା କାଲୁର୍ତି ମନ୍ଦିର ପଡିଆ ନିକଟରୁ ମିଳିଥିଲା ମୃତଦେହ । ପୋଲିସ ତଦନ୍ତ ଆରମ୍ଭ କରିବା ପରେ ଜଣାପଡିଥିଲା, ଶରୀରର ବିଭିନ୍ନ ସ୍ଥାନକୁ ପିଟାଯାଇଥିବା ଓ ଡାକ୍ତରଖାନାକୁ ନିଆଯାଇନଥିବାରୁ ମୃତ୍ୟୁ ଘଟିଥିଲା । ମାଙ୍ଗାଲୁରୁ ରୁରାଲ୍ ଥାନାରେ ଜଣେ ସ୍ଥାନୀୟ ଲୋକ ଏ ସଂପର୍କରେ ଏତଲା ଦେଇଛନ୍ତି । ୫ରୁ ଅଧିକ ଯୁବକ ଆସି ଏହି ଯୁବକଙ୍କୁ ହତ୍ୟା କରିଛନ୍ତି । ଏହି ଘଟଣାରେ ୧୫ ଜଣ ସଂପୃକ୍ତ ଥିବାର ପୋଲିସ୍ ଆଶଙ୍କା କରୁଥିଲା । କିନ୍ତୁ ଏଥିରେ ପ୍ରାୟ ୨୫ ଜଣ ସଂପୃକ୍ତ ଥିବାର ପୋଲିସ୍ କହିଛି ।
ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସଚିନକୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । ସଚିନକୁ ଆଇନ ଅନୁଯାୟୀ କଠୋର ଦଣ୍ଡ ଦିଆଯିବାକୁ ଚେଷ୍ଟା କରାଯିବ ବୋଲି କହିଛନ୍ତି ମାଙ୍ଗାଲୁରୁ ପୋଲିସ୍ କମିଶନର । ପୋଲିସ ସିସିଟିଭି ଫୁଟେଜ ସଂଗ୍ରହ କରି ତଦନ୍ତ ଚଳାଇଛି । ମୋବାଇଲ୍ ଡାଟା ମଧ୍ୟ ଯାଞ୍ଚ କରୁଛି ପୋଲିସ୍ । ପୋଲିସ ତଦନ୍ତ ଠିକ୍ ଭାବେ ଚାଲୁଛି ଓ କେହି ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ ବୋଲି ପୋଲିସ୍ କହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)