/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750499736.jpg)
Grandmother's Cruelty
ଜେଜେମାଆ କଥା ଆସିଲେ, ଆଖି ଆଗରେ ନାଚିଯାଏ ଏକ ମମତାମୟୀ ଚେହେରାଟିଏ । ବାପା ମାଡ଼ ମାରିଲେ କି ମାଆ ଆକାଟ କଲେ ଆଗେ ଯିଏ କୋଳେଇ ନେଇ ଲୁହ ପୋଛିଦିଏ ସିଏ ଜେଜେମାଆ । କିନ୍ତୁ ଏମିତି ବି ଜେଜେମାଆ ଅଛି, ଯିଏ ସ୍ନେହ କରିବା ତ ଦୂରରେ ଥାଉ ନାତି ନାତୁଣୀଙ୍କ ପ୍ରତି ବର୍ବରତାର ସବୁ ସୀମା ଲଙ୍ଘି ଯାଇଛି । ବୋହୂ ମରିଗଲା ପରେ ଦୁଇ କୋମଳମତି ଶିଶୁଙ୍କ ଏଭଳି ନିର୍ଯାତନା ଦେଇଛି, ଯାହା ଆଜି ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଅଧିକ ପଢ଼ନ୍ତୁ: ବିଳମ୍ବିତ ରାତିରେ ଦୋକାନ ଭିତରକୁ ପଶିଗଲା କଣ୍ଟେନର...ଡ୍ରାଇଭରକୁ ଛାଡ଼ିଦେଲା ପୋଲିସ୍
ଭୁବନେଶ୍ୱରର ଜିଜିପି କଲୋନୀରୁ ଆଜି ଦୁଇ ଜଣ ଶିଶୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି । ଦୁହେଁ ଭାଇ-ଭଉଣୀ ହୋଇଥିବାବେଳେ ପିଲା ଦୁହିଁଙ୍କ ଦେହସାରା ଦେଖିବାକୁ ମିଳିଛି କ୍ଷତ ଦାଗ । ମାଆ ଚାଲିଗଲା ପରେ ନୃଶଂସ ଜେଜେମାଆ ଦୁହିଁଙ୍କୁ ଅକଥନୀୟ ନିର୍ଯାତନା ଦେଇ ଏଭଳି ଅବସ୍ଥା କରିଛି । ୫ ଦିନ ହେଲା ଖାଇବାକୁ ନଦେବା ସହ ନିସ୍ତୁକ ଭାବେ ମାଡ଼ ମାରି ଲହୁଲୁହାଣ କରିଦେଇଥିବା ଅଭିଯୋଗ ହୋଇଛି ।
ଯାହା ସୂଚନା ମିଳିଛି, ମାସେ ତଳେ ୨ ଶିଶୁଙ୍କ ମାଆଙ୍କ ମୃତ୍ୟୁ ହୋଇଥିଲା । ସ୍ତ୍ରୀର ମୃତ୍ୟୁ ପରେ ସ୍ୱାମୀ ମାନସିକ ସ୍ଥିତି ହରାଇ ବସିଥିଲେ । ଫଳରେ ଜେଜେମା କୁନି କୁନି ପିଲାଙ୍କୁ ମାଡ଼ ମାରିବା ସହ ଘରେ ବନ୍ଦ କରି ରଖିଥିଲେ । ଏପରିକି ୫ ଦିନରୁ ଅଧିକ ହେବ ଖାଇବାକୁ ଦେଇ ନଥିଲେ । ଖବର ପାଇ ମଞ୍ଚେଶ୍ୱର ଥାନା ପୋଲିସ ଦୁଇ ଶିଶୁଙ୍କୁ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)