Advertisment

Sahadev Nayak Murder Case: ବିଚ୍‌ ରାସ୍ତାରେ ସହଦେବ ନାୟକଙ୍କୁ ହତ୍ୟା ମାମଲା; ଆତ୍ମସମର୍ପଣ କଲା ମୁଖ୍ୟ ଅଭିଯୁକ୍ତ ନିଶାରାଣୀ ରମା

ଭୁବନେଶ୍ବରରେ ବିଚ୍‌ ରାସ୍ତାରେ ସହଦେବ ନାୟକଙ୍କୁ ହତ୍ୟା ମାମଲାକୁ ନେଇ ଆସିଲା ବଡ଼ ଖବର । ମୁଖ୍ୟ ଅଭିଯୁକ୍ତ ନିଶାରାଣୀ ରମା ନାୟକ ଆତ୍ମସମର୍ପଣ କରିଛି।

author-image
Sujit kumar Swain
ଅଦ୍ୟତନ ହୋଇଛି
Sahadev Nayak Murder Case

Sahadev Nayak Murder Case

ଭୁବନେଶ୍ବରରେ ବିଚ୍‌ ରାସ୍ତାରେ ସହଦେବ ନାୟକଙ୍କୁ ହତ୍ୟା ଘଟଣାରେ ନେଇ ଆସିଲା ବଡ଼ ଖବର । ମୁଖ୍ୟ ଅଭିଯୁକ୍ତ ରମା ନାୟକ ଆତ୍ମସମର୍ପଣ କରିଛି। ମଞ୍ଚେଶ୍ବର ଥାନାରେ ଆତ୍ମସମର୍ପଣ କଲା ରମା । ଘଟଣା ପରଠାରୁ ଫେରାର ଥିଲା, ଖୋଜୁଥିଲା ପୋଲିସ ।

Advertisment

ସହଦେବ ହତ୍ୟାକାଣ୍ଡର ଲେଡି ମାଷ୍ଟରମାଇଣ୍ଡ ରମା ନାୟକ । କେଦାରପଲ୍ଲୀ ବସ୍ତିର ରମାକୁ କିଏ କହୁଥିଲା, ଲେଡି ଡନ୍ ତ ଆଉ କିଏ ଡାକୁଥିଲା ନିଶାରାଣୀ। ଏହି କୁଖ୍ୟାତ ପାଉଡର୍ ବେପାରୀ ୪ ଥର ଜେଲ୍ ଯାଇଛି। ଦୀର୍ଘଦିନ ହେଲା ପଶ୍ଚିମବଙ୍ଗର ନିଶା ମାଫିଆଙ୍କଠୁ ବ୍ରାଉନସୁଗାର୍ ଆଣି ରାଜଧାନୀରେ ସପ୍ଲାଏ କରିଆସୁଥିଲା ୪୫ ବର୍ଷିୟା ରମା। ସେହି ବ୍ରାଉନସୁଗାର ବେପାରରୁ ଉପୁଜିଥିବା ଶତ୍ରୁତାରୁ ମୁଣ୍ଡ ଗଡ଼ିଥିଲା ସହଦେବଙ୍କର। ତା’ପରଠୁ ମିଳୁନଥିଲା ରମା ସହ ନିଲୁ ନାୟକ ଏବଂ ସୁଶୀଲର ପତ୍ତା।

ଅଧିକ ପଢ଼ନ୍ତୁ: ଇଞ୍ଜିନିୟରିଂ ପାଠର ବିକଳ ଚିତ୍ର; ଅଧା ପିଲାଙ୍କୁ ମିଳୁନି ଚାକିରି

୨୦୨୫, ୮ ଜାନୁୟାରୀ, ମଙ୍ଗଳବାର। ସ୍ଥାନ ରସୁଲଗଡ଼-ବାଣୀବିହାର ଓଭରବ୍ରିଜ୍। ଦିନ ବେଳେ ଲୋକଙ୍କ ଆଖି ସାମ୍ନାରେ ବୀଭତ୍ସ ଭାବେ ସହଦେବ ନାଏକଙ୍କୁ କରାଯାଇଥିଲା ହତ୍ୟା। ହତ୍ୟାକାଣ୍ଡର ରୂପରେଖ ସଂପର୍କରେ ପୋଲିସ ଆଗରେ ସବୁ ବଖାଣିଥିଲା ଅନ୍ୟତମ ଡ୍ରଗ୍ସ କୁଇନ୍ ଲିପିକା ନାଏକ। ନିଜକୁ ପୁରୁଷ ବେଶରେ ସଜାଇଥିଲା, ଆଉ ସହଯୋଗୀଙ୍କ ସହ ମିଶି ସହଦେବଙ୍କୁ ଖଣ୍ଡାରେ ହାଣି ମୁଣ୍ଡ-ଗଣ୍ଡି ଅଲଗା କରିବା ପରେ ହାତ ହତିଆର୍ ଧରି ବାଇକରେ ଖସି ପଳାଇଥିଲା। 

Advertisment

ତା’ହେଲେ ସହଦେବଙ୍କ ଶତ୍ରୁ ସଂଖ୍ୟା କେତେ ? କାହିଁକି କରାଯାଇଥିଲା ହତ୍ୟା ? ସହଦେବଙ୍କ ପତ୍ନୀଙ୍କ କହିବା କଥା, ଡ୍ରଗ୍ସ କାରବାରକୁ ବିରୋଧ କରିବାରୁ ପୂର୍ବରୁ ଅନେକ ଥର ଧମକ ଚମକ ସହ ୧୦ ତାରିଖରେ ମୁଣ୍ଡ କାଟି ଥାନାରେ ହ୍ୟାଣ୍ଡ ଓଭର୍ କରିବୁ ବୋଲି ଚେତାବନୀ ଦେଇଥିଲା ନିଶା କାରବାରରେ ଜେଲ୍ ଯାଇଥିବା ଲିପିକା। ଆଉ ହତ୍ୟାର ବ୍ଲୁପ୍ରିଣ୍ଟ ତିଆରି କରିଥିବା ଲିପିକା ଜେଲରୁ ଫେରିବା ପରେ ଧାର୍ଯ୍ୟ ତାରିଖର ୪୮ ଘଣ୍ଟା ଭିତରେ ସହଦେବଙ୍କୁ ଗଣ୍ଡିରୁ ମୁଣ୍ଡ ଅଲକା କରିଥିଲା ସହଯୋଗୀଙ୍କ ସହାୟତାରେ। 

ଅଧିକ ପଢ଼ନ୍ତୁ: ନୂଆଦିଲ୍ଲୀ ଷ୍ଟେସନରେ ଦଳାଚକଟା ଘଟଣା; ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି

Murder Bhubaneswar Bhubaneswar Murder
Advertisment
Advertisment