Advertisment

Himani Narwal Death: ସୁଟକେଶରେ ହିମାନୀଙ୍କ ମୃତ ଶରୀର ନେଉଥିଲା ସଚିନ, ଭାଇରାଲ ହେଉଛି ସିସିଟିଭି ଫୁଟେଜ

ହିମାନୀଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ତାଙ୍କୁ ଟ୍ରଲି ବ୍ୟାଗରେ ଭର୍ତ୍ତି କରି ନେଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏକ ମୋବାଇଲ ଚାର୍ଜର ତାରରେ ହିମାନୀଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲା ଅଭିଯୁକ୍ତ। ଫେବୃଆରୀ ୨୭ ତାରିଖରେ ହିମାନୀଙ୍କ ଘରେ ତାଙ୍କୁ ହତ୍ୟା କରିଥିଲା।

ଅଦ୍ୟତନ ହୋଇଛି
himani

himani

Advertisment

ହରିୟାଣାର ଲୋକପ୍ରିୟ କଂଗ୍ରେସ ନେତ୍ରୀ ହିମାନୀ ନରୱାଲରଙ୍କ ହତ୍ୟାକାଣ୍ଡ ମାମଲାରେ ପୋଲିସ ସୋମବାର ସଚିନ ନାମକ ଅଭିଯୁକ୍ତକୁ ଗିରଫ କରିଥିଲା। ଏହା ସହ ହିମାନୀଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ତାଙ୍କୁ ଟ୍ରଲି ବ୍ୟାଗରେ ଭର୍ତ୍ତି କରି ନେଉ ଥିବାର ଭିଡିଓ ସୋସିଆଲ ମିଡିଆରେଭାଇରାଲ ମଧ୍ୟ ହେବାରେ ଲାଗିଛି। ଏକ ମୋବାଇଲ ଚାର୍ଜର ତାରରେ ହିମାନୀଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲା ଅଭିଯୁକ୍ତ। ଫେବୃଆରୀ ୨୭ ତାରିଖରେ ହିମାନୀଙ୍କ ଘରେ ତାଙ୍କୁ ହତ୍ୟା କରିଥିଲା। ଏହା ପରେ ଏକ କଳା ସୁଟକେଶରେ ଭର୍ତ୍ତି କରି ସମ୍ପାଲା ନିକଟବର୍ତ୍ତୀ ବସଷ୍ଟାଣ୍ଡରେ ଛାଡି ଦେଇଥିଲା।

Advertisment

ସୋମବାର ଗିରଫ ହେବା ପରେ ୩୨ ବର୍ଷୀୟ ସଚିନ ନିଜ ଅପରାଧ ସ୍ବୀକାର କରିଛି। ଉଭୟଙ୍କ ମଧ୍ୟରେ ପଇସା ପତ୍ର ଦେଣ ନେଣକୁ ନେଇ ବିବାଦ ହୋଇଥିବା ପୋଲିସ ସନ୍ଦେହ କରୁଛି। ଉଭୟ ଦେଢ ବର୍ଷ ହେବ ପରସ୍ପରକୁ ଜାଣିଥିବା ବେଳେ ସୋସିଆଲ ମିଡିଆରେ ଉଭୟଙ୍କ ପରିଚୟ ହୋଇଥିଲା।

ହରିୟାଣା ରୋହତକରୁ ରବିବାର ଏକ ସୁଟ୍‌କେଶ ଭିତରୁ ଏକ ମୃତଦେହ ଉଦ୍ଧାର କରାଯାଇଥିଲା। । ପରବର୍ତ୍ତୀ ସମୟରେ ଏହ କଂଗ୍ରେସ ନେତ୍ରୀ ହିମାନୀ ନରୱାଲ ବୋଲି ଜଣାପଡିଥିଲା। ମୃତ ଶରୀର ଭର୍ତ୍ତି ସୁଟ୍‌କେଶଟି ସହରର ଏକ ବସଷ୍ଟାଣ୍ଡ ନିକଟରେ ପଡିଥିଲା । ଏହାକୁ ଖୋଲିବାରୁ ଭିତରୁ ମିଳିଥିଲା ମୃତଦେହ । ୨୨ ବର୍ଷୀୟା ହିମାନୀ ନରୱାଲ ରାହୁଲ ଗାନ୍ଧୀଙ୍କ ସହ ଭାରତ ଯୋଡ଼ ଯାତ୍ରାରେ ନଜର ଆସିଥିଲେ।

Advertisment

ହାତରେ ମେହେନ୍ଦୀ, ବେକରେ କଳା ରଙ୍ଗର ଓଢଣୀ । ଯୁବତୀଙ୍କୁ ଦେଖି ଏମିତି ଲାଗୁଥିଲା କେହି ଯେପରି ତାଙ୍କର ଗଳା ଚିପି ହତ୍ୟା କରିବା ପରେ ମୃତଦେହକୁ ସୁଟ୍‌କେଶରେ ଭର୍ତ୍ତି କରି ଫିଙ୍ଗି ଦେଇଛି । ତନଘନା ପରେ ଜଣାପଡିଲା ମୃତ ଯୁବତୀ କଂଗ୍ରେସ କର୍ମୀ ହିମାନୀ ନରୱାଲ । ତାଙ୍କ ଘର ରୋହତାକ ସହରର ବିଜୟ ନଗର ଅଞ୍ଚଳରେ । ଏହି ଘଟଣାରେ କଂଗ୍ରେସର ଅନ୍ୟ ନେତା ସମ୍ପୃକ୍ତ ଥିବା ନେଇ ହିମାନୀଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ। ତେବେ ପୋଲିସ ମୁଖ୍ୟ ଅଭିଯୁକ୍ତ ସଚିନକୁ ଗିରଫ କରିଥିଲା। ଏହା ସହିତ ସଚିନକୁ ୩ ଦିନିଆ ରିମାଣ୍ଡରେ ପଠାଯାଇଥିବା ଜଣା ପଡିଛି।

Murder Congress
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ