Advertisment

ଗୁରୁ ଚୋରି କରୁଥିଲେ ଚାଉଳ : ଧରି ପକାଇଲେ ଗ୍ରାମବାସୀ

ଲଜ୍ଜା !! ଚାଉଳ ବିକ୍ରି ବେଳେ ଗାଁ ଲୋକଙ୍କ ଦ୍ୱାରା ଧରାପଡିଲେ ଶିକ୍ଷକ

author-image
Prangyan Parimita
ଅଦ୍ୟତନ ହୋଇଛି
Mid Day Meal

mid day meal

ପିଲାଙ୍କ ପାଇଁ ଉଦ୍ଧିଷ୍ଟ ମଧ୍ୟାହ୍ନ ଭୋଜନ ଚାଉଳକୁ ବିକ୍ରି କରିବା ସମୟରେ ରଙ୍ଗେହାତ ଧରାପଡିଲେ ପ୍ରଧାନ ଶିକ୍ଷକ । ଶିକ୍ଷକଙ୍କୁ ସହ ଧରିବା ପରେ ସ୍କୁଲ ସାମ୍ନାରେ ଚାଳଉ ବସ୍ତା ରଖି ପ୍ରବଳ ହୋହାଲ୍ଲା କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ଗଞ୍ଜାମ ଜିଲ୍ଲା ସେରଗଡ଼ ବ୍ଲକ ବାରସିଂ ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏପରି ଅଭବନୀୟ ଘଟଣା ଦେଖିବା ମିଳିଛି।

Advertisment

ପିଲାଙ୍କ ପାଇଁ ଆସିଥିବା ଚାଉଳକୁ ଆତ୍ମସାତ କରିବାକୁ ଚେଷ୍ଟା । ଗୋଟିଏ ନୁହେଁ କି ଦୁଇଟି ପାଞ୍ଚ ପାଞ୍ଚଟି ଚାଉଳ ବସ୍ତାକୁ ପ୍ରଧାନ ଶିକ୍ଷକ ବିକ୍ରି କରିଦେଉଥିଲେ। ହେଲେ ପୂର୍ବରୁ ଏହାର ଆଭାସ ପାଇ ଯାଇଥିଲେ ଗାଁ ଲୋକ । ଏହି ଏମିତି ଘଟଣାର ପର୍ଦାଫସ କରିବା ପାଇଁ ପୂର୍ବରୁ ଛକି ରହିଥିଲା । ଆଉ ବିକ୍ରି କରୁଥିବା ସମୟରେ ଚାଉଳକୁ ଜବତ କରି ପଦାଧିକାରୀଙ୍କୁ ଖବର ଦେଲେ ଲୋକେ।

ଦିନେ କି ଦୁଇ ଦିନ ନୁହେ ବର୍ଷ ବର୍ଷ ଧରି ପିଲାଙ୍କୁ ଦିଆ ଯାଉଥିବା ମଧ୍ୟାହ୍ନ ଭୋଜନ ଖାଦ୍ୟ ଅତି ନିମ୍ନ ମାନର ବୋଲି ମଧ୍ୟ ଅଭିଯୋଗ ହୋଇ ଆସୁଥିଲା । ହେଲେ ଏବେ ପିଲାଙ୍କ ପାଇଁ ଉଦ୍ଧିଷ୍ଟ ମଧ୍ୟାହ୍ନ ଭୋଜନ ଚାଉଳକୁ ଶିକ୍ଷକ ଏଭଳି ଲୁଚାgaଚୋରାରେ ବିକ୍ରି କରିଦେବା ଘଟଣାକୁ ନାପସନ୍ଦ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ।

Advertisment

ଅଧିକ ପଢ଼ନ୍ତୁ: ମଧ୍ୟାହ୍ନ ଭୋଜନ ଚାଉଳ ବାଟମାରଣା: ପ୍ରତି ବସ୍ତାରେ ୨ରୁ ୫ କେଜି କମ୍

ତେବେ ମଧ୍ୟାହ୍ନ ଭୋଜନ ଚାଉଳ ବିକ୍ରି ଘଟଣାକୁ ସହଜେ ଗ୍ରହଣ କରି ପାରୁନାହାନ୍ତି ଅଂଚଳ ବାସୀ । ଏହି ସ୍କୁଲରେ ପାଖାପାଖି ଶହେରୁ ଅଧିକ ଛାତ୍ରଛାତ୍ରୀ ପଢ଼ନ୍ତି । ହେଲେ ପ୍ରଧାନ ଶିକ୍ଷକଙ୍କ ଏତାଦୃଶ କାମ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ସ୍କୁଲ ଆଗରେ ଏବେ ମେଳି ବାନ୍ଧି ଅଭିଯୋଗ କରିଛନ୍ତି ଅଭିଭାବକ ।

ସେପଟେ ସ୍କୁଲ ପ୍ରଧାନ ଶିକ୍ଷକ ନିଜ ଭୁଲକୁ ସ୍ପୀକାର କରିଛନ୍ତି । ଅନ୍ୟପଟେ ଶେରଗଡ ଗୋଷ୍ଠି ଶିକ୍ଷା ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରି ଫେରିଥିବା ବେଳେ ସାତ ଦିନିଆ କାରଣ ଦର୍ଶାଅ ନୋଟିସ ଦେଇ କାମ ସାରି ଦେଇଛନ୍ତି । ହେଲେ ଗାଁରେ ଏନେଇ କୌଣସି ପ୍ରକାର ଅପ୍ରୀତିକର ସ୍ଥିତି ସୃଷ୍ଟି ହେବା ପୂର୍ବରୁ ସମସ୍ୟାର ସମାଧାନ ହେବା ଭଲ ବୋଲି କୁହାଯାଉଛି ।

Mid Day Meal Rice Mid Day Meal Scam
Advertisment
Advertisment