Advertisment

Puri Baseli Sahi Murder: ପୂରା ଫିଲ୍ମ ଷ୍ଟାଇଲ; ଲଙ୍କା ଗୁଣ୍ଡ ପକାଇଲେ, ହାଣିଦେଲେ

କୁନା ନିଜ ଘରେ ରାତିରେ ଶୋଇଥିଲେ। ଏହି ସମୟରେ ଲିପୁନୁ ଭୋଇ ନାମକ ଜଣେ ଯୁବକ ଓ ତାର କିଛି ସହଯୋଗୀ ଆସି କବାଟ ବାଡ଼େଇ କୁନାଙ୍କୁ ଡାକିଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Murder

Murder

ସଂଘବଦ୍ଧ ହୋଇ ଆସିଲେ, ଆଖିରେ ଲଙ୍କା ଗୁଣ୍ଡ ପକାଇ ଯୁବକଙ୍କୁ ହାଣି ବୀଭତ୍ସ ହତ୍ୟା କଲେ। ପୁରୀ ବାସେଳି ସାହି ଥାନା ଅନ୍ତର୍ଗତ ମଶାଣିଚଣ୍ଡୀ ସାହିର ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ବାସେଳିସାହି ଥାନାର କୁନା ବେହେରା।

Advertisment

ଅଧିକ ପଢ଼ନ୍ତୁ: ସରକାରୀ ବାବୁଙ୍କ ଏତେ ସମ୍ପତ୍ତି ! ଘର ଦେଖି ଭିଜିଲାନ୍ସ ଟେରା...

କୁନା ନିଜ ଘରେ ରାତିରେ ଶୋଇଥିଲେ। ଏହି ସମୟରେ ଲିପୁନୁ ଭୋଇ ନାମକ ଜଣେ ଯୁବକ ଓ ତାର କିଛି ସହଯୋଗୀ ଆସି କବାଟ ବାଡ଼େଇ କୁନାଙ୍କୁ ଡାକିଥିଲେ। କୁନା କବାଟ ଖୋଲିଦେବାରୁ ଅଭିଯୁକ୍ତମାନେ ତାଙ୍କ ଉପରେ ଲଙ୍କାଗୁଣ୍ଡ ପକାଇ ଦେଇଥିଲେ। ପରେ ତାଙ୍କୁ ଧାରୁଆ ଅସ୍ତ୍ରରେ ବୀଭତ୍ସ ଭାବେ ହତ୍ୟା କରିଥିଲେ। ଘରେ କୁନାଙ୍କ ରକ୍ତାକ୍ତ ମୃତଦେହ ପଡ଼ିଛି।

ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି। ପଇଡ଼ ତୋଳା ବିବାଦକୁ ନେଇ କୁନାକୁ ବୀଭତ୍ସ ଭାବେ ଅଭିଯୁକ୍ତମାନେ ହତ୍ୟା କରିଥିବା ଜଣାଯାଇଛି।  ଅନ୍ୟପକ୍ଷରେ କୁନା ଏକୁଟିଆ  ଘରେ ରହୁଥିଲେ। ତାଙ୍କ  ସ୍ତ୍ରୀ ବାପଘର ରହୁଥିବା ଜଣାଯାଇଛି। 

Advertisment

ଅଧିକ ପଢ଼ନ୍ତୁ: ଲାଞ୍ଚୁଆ କନିଷ୍ଠ ଯନ୍ତ୍ରୀଙ୍କ ବେପାର ନିଶାକୁ ଦେଖି ତାଜୁବ୍ ଭିଜିଲାନ୍ସ: ତିନି ତିନିଟି ଫ୍ୟାକ୍ଟ୍ରି ଠାବ

Murder Puri
Advertisment
Advertisment