Advertisment

Suspicion Grows in Love Jihad Case: ଲଭ୍ ଜିହାଦ୍ ମାମଲାରେ ବଢୁଛି ନାନା ଶଙ୍କା; ଆତଙ୍କୀ ଲିଙ୍କରେ ରହି ଅଭିଯୁକ୍ତ ଭିଆଉଥିଲା କି ସାଇବର୍ ଅପରାଧ ?

ଲଭ୍ ଜିହାଦ୍ ଭଳି ଜଘନ୍ୟ କାଣ୍ଡର ଅଭିଯୁକ୍ତ ମହମ୍ମଦ୍ ସମୀର୍ ମନସୁରର ରହିଛି କି ଆତଙ୍କୀ ଲିଙ୍କ୍ ? ଜାମ୍ମ-କାଶ୍ମୀରରୁ ଜଗତସିଂହପୁର ଭାୟା ବିହାର । ଚଳାଇ ଆସୁଥିଲା କି ସାଇବର୍ ଅପରାଧର ନେଟୱର୍କ ?

ଅଦ୍ୟତନ ହୋଇଛି
undefined

Suspicion Grows in Love Jihad Case

Advertisment

ପ୍ରେମ ନାଁରେ ଧର୍ମ ପରିବର୍ତ୍ତନ ବା ଲଭ୍ ଜିହାଦ୍ ଉଦ୍ୟମ ମାମଲାର ଯେତିକି ଖୋଳତାଡ଼ ହେଉଛି, ଅଭିଯୁକ୍ତର କାର୍ଯ୍ୟକଳାପ ଓ ଗତିବିଧିକୁ ନେଇ ବଢୁଛି ନାନା ଆଶଙ୍କା। ଆତଙ୍କୀ ସଂଗଠନଠୁ ସାଇବର୍ ଅପରାଧ ଯାଏଁ, ଅଭିଯୁକ୍ତ ମହମ୍ମଦ ସମୀର ମନସୁରର ସଂପୃକ୍ତିକୁ ଏଡ଼ାଇ ପାରୁନି କମିଶନରେଟ୍ ପୋଲିସ । ତେଣୁ ଖାଲି ଯେ, ମହମ୍ମଦ ମନସୁରର ସୋସିଆଲ୍ ମିଡ଼ିଆ ଆକାଉଣ୍ଟ ସହ ବ୍ୟାଙ୍କ୍ ଆକାଉଣ୍ଟର ଖୋଳତାଡ଼ କରୁଛି ତା’ନୁହଁ, ତଦନ୍ତ ପାଇଁ NIAକୁ ଚିଠି କରାଯାଇଛି । ତା’ସହ କାଶ୍ମୀର ଏବଂ ବିହାର ପୋଲିସକୁ ଯୋଗାଯୋଗ କରିଛି କମିଶନରେଟ୍ ପୋଲିସ ।

Advertisment

ଲଭ୍ ଜିହାଦ୍ ଭଳି ଜଘନ୍ୟ କାଣ୍ଡର ଅଭିଯୁକ୍ତ ମହମ୍ମଦ୍ ସମୀର୍ ମନସୁରର ରହିଛି କି ଆତଙ୍କୀ ଲିଙ୍କ୍ ? ଜାମ୍ମ-କାଶ୍ମୀରରୁ ଜଗତସିଂହପୁର ଭାୟା ବିହାର । ଚଳାଇ ଆସୁଥିଲା କି ସାଇବର୍ ଅପରାଧର ନେଟୱର୍କ ? ଲଭ୍ ଜିହାଦର ଫଣ୍ଡା ଆପଣାଇ ଆତଙ୍କୀ ସଂଗଠନ ସହ ଥିଲା କି ଲିଙ୍କରେ ? ଯୁବତୀଙ୍କୁ ପ୍ରଥମେ ପ୍ରେମ ଜାଲରେ ଫସାଇ ଏବଂ ପରେ ଧର୍ମ ପରିବର୍ତ୍ତନର ବାଟ ଦେଇ ମହମ୍ମଦ୍ ସମୀର୍ ମନସୁର ରୋଜଗାର କରୁଥିଲା କି ଅର୍ଥ ? ଦୀର୍ଘଦିନ ପରେ ସାମ୍ନାକୁ ଆସିଥିବା ଜଗତସିଂହପୁରର ଯୁବତୀଙ୍କ ଭଳି ଆଉ କାହାକୁ ଲଭ୍ ଜିହାଦ ଜାଲରେ ଛନ୍ଦିଛି କି ? ଏଭଳି ନାନା ଆଶଙ୍କା ଆଉ ପ୍ରଶ୍ନକୁ ଧରି ଘାଣ୍ଟୁଛି କମିଶନରେଟ୍ ପୋଲିସ। 

ଅଧିକ ପଢନ୍ତୁ: Love Jihad Case: କ'ଣ ଥିଲା ଅଭିଯୁକ୍ତ ସମୀର ମନସୁରର ରେକର୍ଡ, ଆତଙ୍କୀ ନୁହେଁ ତ!

Advertisment

ପୋଲିସ କମିଶନରଙ୍କ କହିବା କଥା, ACP ରାଙ୍କର ଜଣେ ମହିଳା ପୋଲିସ ଅଫିସରଙ୍କୁ ତଦନ୍ତ ଭାର ଦିଆଯାଇଛି। ସୋସିଆଲ୍ ମିଡ଼ିଆ ଆକାଉଣ୍ଟରୁ ଆରମ୍ଭ କରି ବ୍ୟାଙ୍କ ଆକାଉଣ୍ଟ ଯାଏଁ, ସବୁକିଛିକୁ ସ୍କାନରରେ ରଖି ଯାଞ୍ଚ କରାଯିବ। ମହମ୍ମଦ୍ ସମୀର୍ ମନସୁର ମୂଳତଃ ବିହାର ବାସିନ୍ଦା। କିନ୍ତୁ, ଜାମ୍ମୁ କାଶ୍ମୀରରେ ବି ରହୁଥିଲା। ତେଣୁ ତା’ର ଗୁପ୍ତ ପଞ୍ଜିକା ଖୋଲିବାକୁ ଉଭୟ ରାଜ୍ୟର ପୋଲିସ ସହ କମିଶନରେଟ୍ ପୋଲିସ ଯୋଗାଯୋଗରେ ରହିଛି। ତା’ସହ ବିସ୍ତୃତ ମାଗିଛି।    

ଅନଲାଇନ୍ ଗେମ୍ ଖେଳୁ ଖେଳୁ ଜଗତସିଂହପୁର ଜିଲ୍ଲାର ଜଣେ ଓଡ଼ିଆ ଯୁବତୀଙ୍କୁ ଲଭ୍ ଜିହାଦ ଜାଲରେ ଛନ୍ଦି ଦେଇଥିଲା ମନସୁର୍। ଏହି ଯୁବତୀ ଜଣକ ମହିଳା ଥାନାରେ ଦେଇଥିବା ଏତଲା ଆଧାରରେ କାଶ୍ମୀରରୁ ଭୁବନେଶ୍ବର ଆସୁଥିବାବେଳେ ଅଭିଯୁକ୍ତକୁ ବାଟରେ ଟ୍ରେନରୁ କାବୁ ପରେ ପ୍ରଘଟ ହୋଇଥିଲା ପୂରା ଘଟଣା। ଫ୍ରି-ଫାୟାର ଅନଲାଇନ୍ ଗେମରୁ ପ୍ରଥମେ ପରିଚୟ ଓ ପରେ ନିଜକୁ ସମୀର ଏବଂ ହିନ୍ଦୁ ଯୁବକ କହି ଫୋନରେ କଥାବାର୍ତ୍ତା, ଆଉ ତା’ପରେ ପ୍ରେମ ଜାଲରେ ଫସାଇ ବିବାହର ପ୍ରଲୋଭନ। ଏହାପରେ ଶାରିରୀକ ସଂପର୍କ ରଖି ଅନ୍ତରଙ୍ଗ ମୁହୁର୍ତ୍ତର ଭିଡ଼ିଓ ଦେଖାଇ ବ୍ଲାକମେଲ୍ ସହ ବିବାହ ଏବଂ ଧର୍ମ ପରିବର୍ତ୍ତନ ନଚେତ ହତ୍ୟା ଧମକ ଦେଇଥିବା ପୀଡ଼ିତା ଅଭିଯୋଗ କରିଥିଲେ। ଏହି ଘଟଣା ପରେ ପୋଲିସ କମିଶନର ଅନ୍ୟ ମହିଳାଙ୍କୁ ସତର୍କ କରାଇବା ସହ କୌଣସି ଅଜଣା ବ୍ୟକ୍ତିଙ୍କ ଲିଙ୍କରେ ଆସି ଗୋପନୀୟ ତଥ୍ୟ ଦେବାକୁ ବାରଣ କରିଛି। 

Advertisment

ରାଜ୍ୟରେ କେବେ ସିମବକ୍ସ ତ ଆଉ କେବେ ମଦ୍ରାସା ଚଳାଇବା ନାଁରେ ଦେଶଦ୍ରୋହୀ କାର୍ଯ୍ୟକଳାପ ଭିଆଇ ବନ୍ଧା ହୋଇଛନ୍ତି ଏକାଧିକ ଅଭିଯୁକ୍ତ। ଆଉ ଏବେ ଲଭ୍ ଜିହାଦ୍ ଫଣ୍ଡା। ଗତ କିଛିବର୍ଷ ହେଲା ଶାନ୍ତିପ୍ରିୟ ଓଡ଼ିଶା ମାଟିରେ ଜାରି ରହିଥିବା ଏଭଳି କାର୍ଯ୍ୟକଳାପକୁ ନେଇ ଏବେ ଉଦବେଗ ପ୍ରକାଶ ପାଇଛି। 

Police Odisha Woman Investigation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ