Advertisment

ଦିନେ ପ୍ରତିଶୋଧ ପରାୟଣ ହୋଇ ଜୀବନ ନେଇଥିଲା, ଆଜି ନିଜେ ଜୀବନ ହାରିଦେଲା

ଯେଉଁ ଦିନ ମମିତା ମେହେର ନିଖୋଜ ହୋଇଥିଲେ, ସେହି ଦିନ ହିଁ ତାଙ୍କୁ କାର୍ ଭିତରେ ହତ୍ୟା କରିଥିଲା ଗୋବିନ୍ଦ।

ଅଦ୍ୟତନ ହୋଇଛି
Suspense Over Death of Accused Govinda sahu

suspense over death of Accused govind sahoo

Advertisment

୨୦୨୧ ମସିହାର ଶେଷ ତିନି ମାସ ସାରା ରାଜ୍ୟକୁ ହଲଚଲ୍ କରିଥିଲେ ମମିତା ମେହେର ମୃତ୍ୟୁ ମାମଲା। ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଝର୍ନି ଗାଁର ହେଉଛନ୍ତି ମମିତା। ସେ କଳାହା଼ଣ୍ଡି ଜିଲ୍ଲା କେ ଗାଁ ଥାନା ମହାଲିଙ୍ଗ ସନସାଇନ୍ ଇଂଲିଶ ମିଡିୟମ ସ୍କୁଲରେ ପାଠ ପଢ଼ାଉଥିଲେ। ୨୦୨୧ ଅକ୍ଟୋବର ୮ ତାରିଖରେ ନିଖୋଜ ହୋଇ ଯାଇଥିଲେ ମମିତା ମେହେର। ଝିଅର କିଛି ଖୋଜଖବର ନ ପାଇବାରୁ ପରିବାର ଲୋକେ ଅକ୍ଟୋବର ୧୩ ତାରିଖରେ ସିନ୍ଧେକେଲା ଥାନାରେ ଅଭିଯୋଗ କରିଥିଲେ। ଝିଅର କିଛି ପତ୍ତା ମିଳୁନଥିବାର ଜଣାଇଥିଲେ। 

Advertisment

ଏହି ଘଟଣାକୁ ନେଇ ପୋଲିସ ସନ୍ଦେହରେ ସନସା ଇନ୍ ସ୍କୁଲ ପରିଚାଳନା କମିଟିର ଅଧ୍ୟକ୍ଷ ଗୋବିନ୍ଦ ସାହୁକୁ ଥାନାକୁ ଡାକି ପଚରା ଉଚରା କରିଥିଲା, ଅଟକ ରଖିଥିଲା  କିନ୍ତୁ ଥାନାରୁ ଚମ୍ପଟ ମାରିଥିଲା ଗୋବିନ୍ଦ। ଏହାକୁ ନେଇ ହୋଇଥିଲା ବହୁତ ତମ୍ବିତୋଫାନ। ପରେ ଗୋବିନ୍ଦକୁ ପୋଲିସ ବଲାଙ୍ଗିର ଥାନା ବଙ୍ଗୋମୁଣ୍ଡା ଥାନା ବୁଢ଼ୀପଦର ଗାଁରୁ ଧରିଥିଲା। ଅକ୍ଟୋବର ୧୯ ତାରିଖରେ ମହାଲିଙ୍ଗର ନିର୍ମାଣାଧୀନ ଷ୍ଟାଡିୟମରୁ ମମିତାଙ୍କ ମୃତଦେହ ମିଳିଥିଲା। ଗାତ ଭିତରୁ ତାଙ୍କର ଦରପୋଡ଼ା ମୃତଦେହ ମିଳିଥିଲା। 

ହତ୍ୟା ପରେ ଟାୟାର ଓ କାର୍ଡ ବୋର୍ଡରେ ତାଙ୍କୁ ପୋଡ଼ି ଦେବାକୁ ଚେଷ୍ଟା କରାଯାଇଥିବାର ଜଣାପଡ଼ିିଥିଲା। ସେହି ଦିନ ହିଁ ଗୋବିନ୍ଦ ସାହୁକୁ ଗିରଫ କରିଥିଲା ପୋଲିସ। ତାର ସହଯୋଗୀ ରାଧେକୁ ମଧ୍ୟ ଗିରଫ କରାଯାଇଥିଲା। ଫେବ୍ରୁଆରି ୧୨ ତାରିଖରେ ୨ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା ପୋଲିସ।  ଏବେ ଚାଲିଛି ବିଚାର। ୧୬୯ ଜଣ ସାକ୍ଷୀ ବି ଅଛନ୍ତି। 

Advertisment

ଅଧିକ ପଢ଼ନ୍ତୁ: 'ଗୋବିନ୍ଦ ସାହୁଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ?'

ସୂଚନା ଅନୁସାରେ ଯେଉଁ ଦିନ ମମିତା ମେହେର ନିଖୋଜ ହୋଇଥିଲେ, ସେହି ଦିନ ହିଁ ତାଙ୍କୁ କାର୍ ଭିତରେ ହତ୍ୟା କରିଥିଲା ଗୋବିନ୍ଦ। କେ ଗାଁରୁ ଭବାନୀପାଟଣା ଯିବା ବାଟରେ କାର୍ ଭିତରେ ତଣ୍ଟି ଚିପି ତାକୁ ହତ୍ୟା କରିଥିଲା ଗୋବିନ୍ଦ। ପରେ ନିର୍ମାଣାଧୀନ ମହାଲିଙ୍ଗ ଷ୍ଟାଡିୟମକୁ ଆଣି ଗାତ ଖୋଳି ମୃତଦେହକୁ ପୋତି ଦେଇଥିଲେ। ପରିବାର ଲୋକେ ଗୋବିନ୍ଦ ସାହୁକୁ ଫାଶୀ ଦେବାକୁ ଦାବି କରିଥିଲେ।

ଅଭିଯୋଗ ହୋଇଥିଲା ଏହି ଘଟଣା ସହିତ ସେତେବେଳର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଅଛି। ଗୋବିନ୍ଦ ସାହୁକୁ ରକ୍ଷା କରିବା ପାଇଁ ଘଟଣାକୁ ଚାପି ଦେବା ପାଇଁ ଦିବ୍ୟଶଙ୍କର ମିଶ୍ର ଚେଷ୍ଟା କରିଥିଲେ ବୋଲି ଅଭିଯୋଗ ହୋଇଥିଲେ। ଏପରିକି ତାଙ୍କର ରାୟପୁର ଘରେ ଏ ନେଇ ଏକ ଡିଲ୍ ହୋଇଥିବାର ମଧ୍ୟ କୁହାଯାଇଥିଲା। ଦିବ୍ୟଶଙ୍କର ଇସ୍ତଫା ଦାବି କରିଥିଲେ ବିରୋଧୀ। ପରେ ସେ ନିଜର ମନ୍ତ୍ରୀପଦ ହରାଇଥିଲେ। ଆଜି କୋର୍ଟରେ ହାଜର ହେବାର ଥିଲା ଗୋବିନ୍ଦ ସାହୁ  କିନ୍ତୁ ଆସିଛି ତାର ମୃତ୍ୟୁ ଖବର। ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। 

Advertisment
Govinda Sahu Mamita Meher Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ