Astrospeak
  • Live TV
  • Read In English

Husband Kills Wife : ସନ୍ଦେହର କରୁଣ ପରିଣତି; ରାସ୍ତା ଉପରେ ସ୍ତ୍ରୀ ବେକ କାଟିଦେଲା ସ୍ୱାମୀ

ସମୟ ରାତି ୮ ଟା ,ସବୁ ଦିନ ଭଳି ଜଣେ ମହିଳା ନିଜ ଅଫିସ କାମ ସାରି ବ୍ୟସ୍ତ ବହୁଳ ଜନଗହଳିପୂର୍ଣ୍ଣ ରାସ୍ତା ଦେଇ ଘରକୁ ଫେରୁଥିଲେ । କିନ୍ତୁ ବାଟରେ ଯମ ହୋଇ ବସିରହିଥିଲା ମହିଳାଙ୍କ ସ୍ୱାମୀ । କେହି କିଛି ବୁଝିବା ପୂର୍ବରୁ ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ ଛୁରୀରେ ବେକ କାଟି ପତ୍ନୀକୁ ହତ୍ୟା କରିଥିଲା ।

Husband Kills Wife
ପତ୍ନୀକୁ ରାସ୍ତା ମଝିରେ ହତ୍ୟାକଲା ସ୍ୱାମୀ ।

ପତି ପତ୍ନୀଙ୍କ ସମ୍ପର୍କ ବିଶ୍ବାସରେ ତିଷ୍ଠି ରହିଥାଏ । ଆଉ ଯେଉଁ ଦିନ ବିଶ୍ୱାସ ଭାଙ୍ଗିଯାଏ । ସେହିଦିନ ଠାରୁ ସାତ ଜନ୍ମ ପାଇଁ ସାଙ୍ଗ ହୋଇ ରହିବା ପାଇଁ ଅଗ୍ନିକୁ ସାକ୍ଷୀ ରଖି କଥା ଦେଇଥିବା ଦମ୍ପତିଙ୍କ ସମ୍ପର୍କରେ ତିକ୍ତତା ଆରମ୍ଭ ହୋଇଯାଇଥାଏ ।

ବେଳେ ବେଳେ କଥା ଆଗକୁ ବଢ଼ିବା ସହ କଥା ଛାଡ଼ପତ୍ର ପର୍ଯ୍ୟନ୍ତ ପହଞ୍ଚିଥାଏ । କିନ୍ତୁ ଦାମ୍ପତ୍ୟ ଜୀବନରେ ସନ୍ଦେହର କଳା ବାଦଲ ଛାଇ ଯିବାପରେ ଏହାର ପରିଣତି ଅତ୍ୟନ୍ତ ଭୟଙ୍କର ମଧ୍ୟ ହୋଇପାରେ । ବେଙ୍ଗାଲୁରୁରେ ଏହାର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିଛି । ସନ୍ଦେହରୁ ଉପୁଜିଥିବା କଳି ମୃତ୍ୟୁ ପର୍ଯ୍ୟନ୍ତ ପହଞ୍ଚିଛି । ଆସନ୍ତୁ ଜାଣିବା ଏମିତି ଏକ ଦୁଃଖଦ ଏବଂ ହୃଦୟ ବିଦାରକ ଘଟଣା ସମ୍ପର୍କରେ ।

ସମୟ ରାତି ୮ ଟା ,ସବୁ ଦିନ ଭଳି ଜଣେ ମହିଳା ନିଜ ଅଫିସ କାମ ସାରି ବ୍ୟସ୍ତ ବହୁଳ ଜନଗହଳିପୂର୍ଣ୍ଣ ରାସ୍ତା ଦେଇ ଘରକୁ ଫେରୁଥିଲେ । କିନ୍ତୁ ବାଟରେ ଯମ ହୋଇ ବସିରହିଥିଲା ମହିଳାଙ୍କ ସ୍ୱାମୀ । କେହି କିଛି ବୁଝିବା ପୂର୍ବରୁ ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ ଛୁରୀରେ ବେକ କାଟି ପତ୍ନୀଙ୍କୁ ହତ୍ୟା କରିଥିଲେ ।

ଶୁକ୍ରବାର ରାତିରେ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁର ଇଲେକ୍ଟ୍ରୋନିକ୍ ସିଟି ଅଞ୍ଚଳର ରାସ୍ତା ମଝିରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛି । ପତ୍ନୀ ବିଶ୍ୱାସଘାତକତା କରୁଥିବା ନେଇ ସନ୍ଦେହକରି ଲୋକଙ୍କ ସମ୍ମୁଖରେ ଛୁରୀ ଭୁସି ଜୀବନ ନେଇଯିବା ପରେ ଫେରାର ହେବା ପାଇଁ ଚେଷ୍ଠାକରି ବିଫଳ ହୋଇଛି ସ୍ୱାମୀ ।

ଅଭିଯୁକ୍ତ ୪୩ ବର୍ଷୀୟ କୃଷ୍ଣପ୍ପା ଚିକ୍କାବଲ୍ଲାପୁର ଜିଲ୍ଲାରେ ଜଣେ ଦିନମଜୁରିଆ ଶ୍ରମିକଭାବେ କାର୍ଯ୍ୟରତ ଥିଲା । ଅଭିଯୁକ୍ତ ସ୍ୱାମୀ ୩୫ ବର୍ଷୀୟା ପତ୍ନୀ କେ ସାରଦାଙ୍କୁ ଛୁରୀରେ ଗଳା କାଟି ହତ୍ୟା କରିଛି । ଯାହା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି । ସାରଦା ଅଫିସରୁ ଘରକୁ ଫେରିବା ସମୟରେ ଏଭଳି ଆକ୍ରମଣ କରିଥିଲା ନୃଶଂସ ସ୍ୱାମୀ ।

ପୋଲିସ କହିବା ଅନୁସାରେ, କୃଷ୍ଣପ୍ପା ନିଜ ପତ୍ନୀ ସାରଦାଙ୍କୁ ମାରିବା ଉଦ୍ଦେଶ୍ୟରେ ବାଗେପାଲିରୁ ବେଙ୍ଗାଲୁରୁ ଆସିଥିଲା । ସେ ସ୍ତ୍ରୀଙ୍କ ନିୟମିତ ଘରକୁ ଯିବା ରାସ୍ତାରେ ଅପେକ୍ଷା କରିଥିଲେ । ଏହାପରେ ଘରକୁ ଫେରୁଥିବା ରାସ୍ତାରେ ନିଜ ପତ୍ନୀଙ୍କୁ ନୃଶଂସଭାବେ ଆକ୍ରମଣ କରିଥିଲା କୃଷ୍ଣପ୍ପା । ବାରମ୍ବାର ବେକକୁ ଛୁରୀରେ ଆକ୍ରମଣ ଫଳରେ ଘଟଣାସ୍ଥଳରେ ହିଁ ମହିଳା ଜଣକ ମୃତ୍ୟୁବରଣ କରିଥିଲେ ।

ଏଭଳି ଭୟଙ୍କର ହତ୍ୟାକାଣ୍ଡ ପରେ ଅଭିଯୁକ୍ତ କୃଷ୍ଣପ୍ପା ଘଟଣାସ୍ଥଳରୁ ଖସି ପଳେଇବା ପାଇଁ ଚେଷ୍ଠା କରିଥିଲା । କିନ୍ତୁ ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ତାଙ୍କୁ ପିଛା କରି କାବୁ କରିବା ସହ ପୋଲିସକୁ ଜିମା ଦେଇଥିଲେ । ଏନେଇ ଏକ ମାମଲା ରୁଜୁ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

ଅଧିକ ପଢ଼ନ୍ତୁ: ଜଘନ୍ୟ ହତ୍ୟାକାଣ୍ଡ; ଲୁଟେରାଙ୍କ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ