Advertisment

ଜେଲ୍‌ରେ ବିଳମ୍ବିତ ରାତିରେ ସରପ୍ରାଇଜ୍‌ ରେଡ; ମିଳିଲା ବହୁ ତମାଖୁ ଓ ମାଦକ ଦ୍ରବ୍ୟ

ସମ୍ବଲପୁର ମଣ୍ଡଳ କାରାଗାରରେ ଭୋର ପ୍ରାୟ ୪ଟା ବେଳେ ଅଚାନକ ଚଢ଼ାଉ। ଜେଲ ଅନ୍ତେବାସୀଙ୍କ ଠାରୁ ମିଳିଲା ବହୁ ତମାଖୁ ଓ ମାଦକ ଦ୍ରବ୍ୟ  ।

author-image
Sujit kumar Swain
ଅଦ୍ୟତନ ହୋଇଛି
Raid In Sambalpur Mandal Jail

Raid In Sambalpur Mandal Jail

ସମ୍ବଲପୁର ଜେଲରେ ବିଳମ୍ବିତ ରାତିରେ ସରପ୍ରାଇଜ ରେଡ। ସମ୍ବଲପୁର ମଣ୍ଡଳ କାରାଗାରରେ ଭୋର ପ୍ରାୟ ୪ଟା ବେଳେ ଅଚାନକ୍ ଚଢ଼ାଉ କରାଯାଇଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହି ଚଢ଼ାଉ ହୋଇଥିବା ବେଳେ, ପୋଲିସ ଫୋର୍ସ ସହ ସମ୍ବଲପୁର ଅତିରିକ୍ତ SP ଓ ସଦର SDPO ରେଡରେ ସାମିଲ ହୋଇଥିଲେ ।

Advertisment

ଅଧିକ ପଢ଼ନ୍ତୁ: ବନ୍ଧୁକ ଦେଖାଇ ଲୁଟି ନେଲେ ବସ୍ତା ବସ୍ତା କେନ୍ଦୁପତ୍ର

ସମ୍ବଲପୁର ଜେଲରେ ଏବେ ୨୨ଟି ୱାର୍ଡରେ ୫୭୬ ଜଣ ଅନ୍ତେବାସୀ ଅଛନ୍ତି। ବହୁବର୍ଷ ପରେ ଏଭଳି ଚଢ଼ାଉ ହୋଇଥିବା ସୂଚନା ମିଳିଛି । ତେବେ ଜେଲ ଭିତରୁ ଅନ୍ତେବାସୀଙ୍କ ନିକଟରୁ ବହୁ ତମାଖୁ ଜାତୀୟ ଓ ମାଦକ ଦ୍ରବ୍ୟ ଜବତ ହୋଇଛି। ପ୍ରାୟ ୩ ଘଣ୍ଟା ଚଢ଼ାଉ ହୋଇ ଏହା ସକାଳ ସାଢ଼େ ୬ଟା ବେଳେ ସରିଥିବା ସୂଚନା ମିଳିଛି। 

Jail
Advertisment
Advertisment