/odishatv-khabar/media/post_attachments/uploadimage/library/16_9/16_9_0/IMAGE_1691744893.jpg)
Subhalaxmi death case
ଭୁବନେଶ୍ୱରର ବହୁଚର୍ଚ୍ଚିତ ଶୁଭଲକ୍ଷ୍ମୀ ସାହୁ ମୃତ୍ୟୁ ମାମଲାରେ ବଢ଼ିବାରେ ଲାଗିଛି ସସପେନ୍ସ । ଆତ୍ମହତ୍ୟା ନା ହତ୍ୟା । କେମିତି ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ହେଲା ସେ ନେଇ ଖୋଳତାଡ଼ ବେଳେ ପୋଲିସ୍ ହାତରେ ଲାଗିଛି ଏକ ଭିଡିଓ ଲିଙ୍କ୍ । ଶୁଭଲକ୍ଷ୍ମୀଙ୍କ ଏକ MMSକୁ ନେଇ ତାଙ୍କୁ ବ୍ଲାକମେଲିଂ କରାଯାଉଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।
ଆଉ ଏହାକୁ ନେଇ ଏବେ ସ୍କାନରରେ ସମ୍ପର୍କିୟ ମାମୁଙ୍କ ସମେତ ଏକାଧିକ ପୁରୁଷ ବନ୍ଧୁ । ଏପଟେ ଶୁଭଲକ୍ଷ୍ମୀଙ୍କ ମୋବାଇଲକୁ ଜବତ କରି ଷ୍ଟେଟ୍ ଫରେନସିକ୍ ଲ୍ୟାବକୁ ପଠାଯାଇଛି । ଅନୁମାନ କରାଯାଉଛି, ଏହି ଫୋନ୍ ଅନେକ ରହସ୍ୟ ଉପରୁ ପରଦା ହଟାଇପାରେ । ସେପଟେ ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ।
ସେପଟେ ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ପାରିପାର୍ଶ୍ୱିକ ତଦନ୍ତରୁ ଆତ୍ମହତ୍ୟା କରିଛନ୍ତି ଶୁଭଲକ୍ଷ୍ମୀ । ରାଜଧାନୀରେ ବହୁଚର୍ଚ୍ଚିତ ଶୁଭଲକ୍ଷ୍ମୀ ସାହୁ ମୃତ୍ୟୁ ମାମଲାରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ଡିସିପି । ତେବେ ଆତ୍ମହତ୍ୟା ପଛରେ କାହାର ହାତ ଅଛି କି ନାହିଁ ତଦନ୍ତ ଚାଲିଛି । ଶୁଭଲକ୍ଷ୍ମୀଙ୍କ କଲ ଡିଟେଲସ ରେକର୍ଡ ବା ସିଡିଆର ପାଇଛୁ ।
ହେଲେ ସେଭଳି କିଛି ସନ୍ଦିଗ୍ଧ ତଥ୍ୟ ସେଥିରୁ ମିଳିନି । ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଥିଲେ ବି କେଉଁ କାରଣରୁ ସେ ଆତ୍ମହତ୍ୟା କରିଛନ୍ତି, ତାହା ସ୍ପଷ୍ଟ ହୋଇନି । ତାଙ୍କ ମାନସିକ ସ୍ଥିତି ଜାଣିବାକୁ ପରିବାର, ପରିଜନଙ୍କୁ ପଚରାଉଚରା କରୁଛୁ । କୁହାଯାଉଥିବା ସେଭଳି କିଛି ଭାଇରାଲ ଭିଡିଓ ପୋଲିସ ହାତରେ ଲାଗିନାହିଁ ।
ସେମିତି କିଛି ଭିଡିଓ ଆସିଲେ ଆମେ ତର୍ଜମା କରିବୁ ବୋଲି କହିଛନ୍ତି ଡିସିପି । ଆତ୍ମହତ୍ୟା ସହ ଭିଡିଓର କିଛି ସଂପର୍କ ଅଛି କି ନାହିଁ ପରଖିବୁ । ତାଙ୍କ ମୃତ୍ୟୁ ପଛରେ କାହାର ହାତ ଅଛି କି ନାହିଁ ତଦନ୍ତ କରାଯାଉଛି । ସପ୍ତାହେ ତଳେ ଭୁବନେଶ୍ୱର ଦୀପାଳି ବାର ଆଣ୍ଡ ହୋଟେଲର ରୁମ୍ ନମ୍ବର ୨୦୫ରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା ଯୁକ୍ତ ଦୁଇ ଛାତ୍ରୀ ଶୁଭଲକ୍ଷ୍ମୀ ସାହୁଙ୍କ ମୃତଦେହ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)