• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କେମିତି ମଲେ ନବମ ଶ୍ରେଣୀର ଛାତ୍ର ଶ୍ରୀତମ ? ତାଙ୍କୁ ମାରିଲା କିଏ ? ସନ୍ଦେହ ଘେରରେ ସାଙ୍ଗ । ଜଗତସିଂହପୁର ନାଉଗାଁ କମଳ ଲୋଚନ ହାଇସ୍କୁଲର ନବମ ଶ୍ରେଣୀ ଛାତ୍ର ଶ୍ରୀତମ ନାୟକଙ୍କ ମୃତ୍ୟୁ ଘଟଣାକୁ ନେଇ ଏବେ ବଢୁଛି ସସ୍‌ପେନ୍ସ । ମୃତ୍ୟୁ ଘଟଣାକୁ ୧୨ ଦିନ ପୂରିଥିବା ବେଳେ ହତ୍ୟାକାରୀଙ୍କ ସମ୍ପର୍କରେ ଟେର୍ ପାଇନି ପୋଲିସ । କେମିତି ଜଣେ ଛାତ୍ରଙ୍କ ମୃତ୍ୟୁ ହେଲା ? ଆଉ କିଏ କେମିତି ଜାଣିପାରିଲେନି ତାହାକୁ ନେଇ ଏବେ ସବୁଠି ଚର୍ଚ୍ଚା । ଆଉ ଲୋକଙ୍କ ମନରେ ରହିଛି ବଡ଼ ପ୍ରଶ୍ନ ।

ନବମ ଶ୍ରେଣୀର ଛାତ୍ର ଶ୍ରୀତମ । ରବିବାର ଦିନ ସୁଦ୍ଧକଁଠି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଜୟ କୁମାର ସାହୁ ତାଙ୍କୁ ଟ୍ୟୁସନ ହେବାକୁ ଡାକିଥିଲେ । ଶ୍ରୀତମଙ୍କ ସହ ଅନ୍ୟ ୩ ଜଣ ବି ଟ୍ୟୁସନ ଯାଇଥିଲେ । ଆଉ ପାଠ ପଢିସାରିବା ପରେ କ୍ରିକେଟ୍ ଖେଳିଥିଲେ । କିନ୍ତୁ ଖେଳ ଭିତରେ ସାଙ୍ଗମାନଙ୍କ ସହ କୁଆଡେ ଝଗଡ଼ା ହୋଇଥିଲା । ଆଉ କଥା ହାତାହାତି ପର୍ଯ୍ୟନ୍ତ ଯାଇଥିଲା । ଏହି ହାତାହାତି ଫଳରେ ଶ୍ରୀତମଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସ୍କୁଲ ହତା ଭିତରେ ଏମାନେ ଟ୍ୟୁସନ ପରେ ଯଦି ଖେଳୁଥିଲେ । ତେବେ ପ୍ରଧାନଶିକ୍ଷକ କେମିତି ଜାଣିପାରିଲେ ନାହିଁ ? ଯଦି ପିଲାଙ୍କ ଭିତରେ କିଛି ଯୁକ୍ତିତର୍କ ହେଲା ତେବେ କାହିଁକି ଅଟକାଇ ନଥିଲେ ପ୍ରଧାନଶିକ୍ଷକ । ତାକୁ ନେଇ ଉଠିଛି ପ୍ରଶ୍ନ ।

କଥା ଏତିକିରେ ସରିନି.. ଖେଳରୁ ଖେଳରୁ କଥା ଯାଇ ମୃତ୍ୟୁ ପର୍ଯ୍ୟନ୍ତ ପହଞ୍ଚିଲା । ହେଲେ କେମିତି କେହି ଜାଣିପାରିଲେ ନାହିଁ । ତାକୁ ନେଇ ବି ବଢିଛି ସନ୍ଦେହ । ଏମିତିକି ସମ୍ପୃକ୍ତ ଶିକ୍ଷକ ବିଜୟ କୁମାର ସାହୁ ଏ ସବୁ ଘଟଣା ଜାଣି ସୁଦ୍ଧା ତାଙ୍କ ପରିବାରକୁ ଖବର ନଦେବା ଓ ମେଡିକାଲ୍ ନଯିବା ତାଙ୍କ ଦାୟିତ୍ଵହୀନତାର ଏକ ସ୍ପଷ୍ଟ ପ୍ରମାଣ ଦେଉଥିବା ଅଭିଯୋଗ ହେଉଛି ।