ବାହାଘର ପୂର୍ବରୁ ସୋନମ ନିଜ ପରିବାରକୁ ରୋକଠୋକ ଶୁଣାଇ ଦେଇଥିଲେ । ମୋ ମର୍ଜିରେ ମୁଁ ବାହା ହେବି । ମୁଁ ଯାହାକୁ ପସନ୍ଦ କରୁଛି ସେ ହିଁ ହେବ ମୋ ଜୀବନ ସାଥୀ । ମୋ ଇଚ୍ଛା ବିରୁଦ୍ଧରେ ଯାଇ ରାଜା ରଘୁବଂଶୀଙ୍କୁ ବିବାହ କରାଇଲେ ପରିମାଣ କିଛି ଭଲ ହେବନି । ମୁଁ କିଛି ବି କରିପାରେ । ଯାହା ଘଟିବ ସେଥିପାଇଁ ମୁଁ ଦାୟୀ ରହିବି ନାହିଁ । ବିବାହ ପୂର୍ବରୁ ବେୱଫା ସୋନମ ନିଜ ବାପାମା’ଙ୍କୁ ଦେଇଥିଲେ ଏଭଳି କିଛି ଚେତାବନୀ ।
Also Read
କିନ୍ତୁ ସୋନମଙ୍କ କୌଣସି କଥା ଶୁଣିନଥିଲେ ତାଙ୍କ ପରିବାର ଲୋକେ । ନିଜ ସମ୍ପ୍ରଦାୟରେ ବିବାହ କରାଇଥିଲେ । ଆଉ ରାଜା ରଘୁବଂଶୀଙ୍କୁ ବାହାଘର ହେବା ପରେ ଯାହା କହିଥିଲେ ତାହା ହିଁ କରି ଦେଖାଇଥିଲେ । ନିଜ ହାତରେ ପୋଛି ଦେଇଥିଲେ ନିଜ ମଥା ସିନ୍ଦୁର । ପ୍ରେମ ପାଇଁ ସବୁ ସୀମା ସରହଦ ପାର୍ କରି ସାଜିଲେ କାତିଲ୍ ୱାଇଫ୍ । ହନିମୁନ ଆଳରେ ମେଘାଳୟ ଯାଇ ରାଜାଙ୍କୁ ପ୍ରିପ୍ଲାନ୍ କରି ସବୁ ଦିନ ପାଇଁ ରାସ୍ତାରୁ ହଟାଇଦେଲେ । ରାଜାଙ୍କ ବଡ଼ ଭାଇ ବିପିନ୍ ଏଭଳି କିଛି ଖୁଲାସା କରିଛନ୍ତି । ପୋଲିସ ତଦନ୍ତ ଭିତରେ ସୋନମର ସାଂଘାତିକ ଷଡଯନ୍ତ୍ରକୁ ନେଇ ନିଇତି ନୂଆ ନୂଆ ଗୁମର ଖୋଲୁଛି ।
ଅଧିକ ପଢ଼ନ୍ତୁ: ୟୁପିରେ ବିବାହ, ହନିମୁନ ପାଇଁ ସିକ୍କିମ ଯାଇ ନିଖୋଜ
ବିବାହ ପରେ ରାଜାଙ୍କ ସହ ସୋନମ କଥା ହେଉନଥିଲେ । ଏକଥା ପରିବାର ଲୋକଙ୍କୁ ଜଣାଇଥିଲେ ରାଜା । ଏହାପରେ ସୋନମଙ୍କ ବାପାଙ୍କୁ ରାଜାଙ୍କ ଘର ଲୋକେ ଜଣାଇଥିଲେ ବି ସେମାନେ ଝିଅକୁ କିଛି କହିନଥିଲେ । ଏହାପରେ ବିବାହର ତିନି ଦିନ ପରେ ନିଜଠାରୁ ୫ ବର୍ଷ ସାନ ବୟଫ୍ରେଣ୍ଡ ସହ ମିଶି ହନିମୁନ ଟ୍ରିପ୍ରେ ସ୍ୱାମୀକୁ ମାରିବାକୁ ହତ୍ୟାର ମାୟାଜାଲ ରଚିଥିଲେ ସୋନମ । ସୁପାରୀ କିଲରଙ୍କୁ ୨୦ ଲକ୍ଷ ଦେଇ ଡିଲ୍ କରିଥିଲେ । ମାଷ୍ଟରମାଇଣ୍ଡ ଥିଲା ପ୍ରେମିକ ରାଜ୍ ଆଉ ପୁରା ପ୍ଲାନ୍କୁ ରୂପ ଦେଇଥିଲେ ଖୋଦ୍ ସୋନମ୍ । ଅନ୍ଲାଇନ୍ରୁ ଅର୍ଡର ହୋଇଥିଲା କୁରାଢ଼ି । ସିଲଂର ଏକ ପାହାଡ ଉପରକୁ ନେଇ ନିଜ ଆଖି ଆଗରେ ରାଜାକୁ ମାରିଦେବାକୁ ଚିତ୍କାର କରିଥିଲେ । ହତ୍ୟା ପରେ ଖୁସିରେ ନାଚିଥିଲା ଖୁନୀ ପତ୍ନୀ ସୋନମ୍ ।
ଏପଟେ ସୁପାରୀ ଦେଇ ରାଜାଙ୍କୁ ହତ୍ୟା କରିବା ପରେ ରାଜ୍ କୁଶୱା ଦୁଃଖରେ ଭାଗୀ ହେବା ପାଇଁ ସୋନମଙ୍କ ଘରକୁ ଯାଇଥିଲା । ସେଠାରୁ ସୋନମଙ୍କ ବାପା ସହ ରାଜାଙ୍କ ଘରକୁ ଯାଇ କାନ୍ଦିବା ଭଳି ଅଭିନୟ କରିଥିଲା । ତାଙ୍କ ଅନ୍ତ୍ୟେଷ୍ଟି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲା । ଏହି ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଚକିତ କରିଦେଇଛି । ପୋଲିସ ଏହି ଭିଡିଓକୁ ପ୍ରମାଣ ରୂପେ ନେଇ ତଦନ୍ତ ଚଳାଇଛି । ସୋନମଙ୍କ ସମେତ ୪ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ପଚରାଉଚରା ଜାରି ରଖିଛି ।