• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ ଅପରାଧିକ ଘଟଣା ବଢ଼ିବାରେ ଲାଗିଛି । ଅପରାଧ ତଥା ଅପରାଧୀଙ୍କୁ ରୋକିବା ପାଇଁ ପୋଲିସ ପକ୍ଷରୁ ସମସ୍ତ ପ୍ରୟାସ ସତ୍ତ୍ୱେ ରାଜଧାନୀ ଦିଲ୍ଲୀରେ ଅପରାଧିକ ଗତିବିଧି କମିବାର ନାଁ ନେଉନି । ନିକଟରେ ରାଜଧାନୀ ଦିଲ୍ଲୀର ଜାହାଙ୍ଗୀରପୁରୀ ଥାନା ଅଞ୍ଚଳରେ ଏପରି ଏହି ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ଯୁବକଙ୍କୁ ସର୍ବସମ୍ମୁଖରେ ଛୁରି ମାରି ହତ୍ୟା କରାଯାଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ରାହୁଲ ନାମକ ଜଣେ ଯୁବକଙ୍କୁ ୩୦ରୁ ଅଧିକ ଥର ଛୁରି ମାରି ହତ୍ୟା କରାଯାଇଛି ।

ଜାହାଙ୍ଗୀରପୁରୀ ନିବାସୀ ଚିରାଗ ନାମକ ଜଣେ ଯୁବକଙ୍କର ଭଉଣୀ କିଛି ମାସ ପୂର୍ବରୁ ପ୍ରେମ ବିବାହ କରିଛନ୍ତି । ଆଉ ଏହି ପ୍ରେମ ବିବାହରେ ମୃତ ରାହୁଲଙ୍କ ମୁଖ୍ୟ ଭୂମିକା ରହିଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ରାହୁଲ ସବୁବେଳେ ଚିରାଗକୁ ଭଉଣୀର ପ୍ରେମ ବିବାହ ନେଇ ଥଟ୍ଟାମଜା କରୁଥିଲା । ପ୍ରତିଦିନ କିଛି ନା କିଛି କଥା କହି ତାକୁ ଅପମାନିତ କରିବାକୁ ଚେଷ୍ଟା କରୁଥିଲା । ମୁହାଁମୁହିଁ କିଛି କହୁନଥିଲେ ସୁଦ୍ଧା ମନ ଭତରେ ଚିରାଗର ପ୍ରବଳ ରାଗ ଥିଲା ।

ଶନିବାର ଦିନ ଏହି ଘଟରାକୁ ନେଇ ରାହୁଲ ଏବଂ ଚିରାଗଙ୍କ ମଧ୍ୟରେ ବିବାଦ ଉଗ୍ର ହୋଇଥିଲା । ଏହା ପରେ ଚିରାଗ ଏବଂ ତାଙ୍କ ସହଯୋଗୀମାନେ ରାହୁଲଙ୍କୁ ଛୁରିରେ ଆକ୍ରମଣ କରିଥିଲେ । ତେବେ ଆହତ ଅବସ୍ଥାରେ ରାହୁଲଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସୂଚନା ଅନୁସାରେ, ସବୁବେଳେ ଅପମାନିତ ହେଉଥିବାରୁ ପ୍ରତିଶୋଧ ନେବାପାଇଁ ଚିରାଗ ଗତକାଲି ରାତିରେ ରାହୁଲଙ୍କୁ ନିଜ ଘରକୁ ଡକାଇଥିବା କୁହାଯାଉଛି । ଆଉ ଘରକୁ ଡାବିକା ପରେ ତାଙ୍କୁ ଡାକି ୩୦ ଥରରୁ ଅଧିକ ଥର ଛୁରିରେ ଆକ୍ରମଣ କରି ହତ୍ୟା କରିଛନ୍ତି । ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ କରୁଛି । ହତ୍ୟା ମାମଲାରେ ପୋଲିସ ଚାରି ଜଣ ନାବାଳକଙ୍କୁ ମଧ୍ୟ ଗିରଫ କରିଛି । ବର୍ତ୍ତମାନ ସମସ୍ତଙ୍କୁ ପଚରାଉଚରା କରାଯାଉଛି ।