• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାଜଧାନୀରେ ସପ୍ଟୱେର ଇଂଜିନିୟର ଶ୍ୱେତା ମୃତ୍ୟୁ ମାମଲା ରେ ପୁରୁଷ ବନ୍ଧୁଙ୍କୁ ଜେରା । ମୃତ୍ୟୁର ପ୍ରାୟ ମାସକ ପରେ ଶ୍ୱେତାଙ୍କ ବୟଫ୍ରେଣ୍ଡ ସୌମ୍ୟଜିତଙ୍କୁ ଚନ୍ଦ୍ରଶେଖରପୁର ପୋଲିସ ପଚରାଉଚରା କରିଥିବା ଜଣାପଡିଛି । ଏହି ମାମମଲାରେ ପୋଲିସ ଚାର୍ଜସିଟ୍ ଦାଖଲ କରିବାକୁ ଥିବାବେଳେ ଏହା ପୂର୍ବରୁ ସୌମ୍ୟଜିତଙ୍କୁ ପଚରାଉଚରା କରିଛି ।

ସୌମ୍ୟଜିତଙ୍କୁ ତଦନ୍ତ ପାଇଁ ପୋଲିସ ଡାକିଥିଲା ନା ଅନ୍ୟ କୌଣସି କାରଣ ରହିଛି ତାହା ଅସ୍ପଷ୍ଟ ରହିଛି । ତେବେ ସୌମ୍ୟଙ୍କୁ ପଚରାଉଚରା କରୁଥିବା ନେଇ ପୋଲିସ କୌଣସି ସୂଚନା ଦେଇନାହିଁ । ସୌମ୍ୟଜିତଙ୍କ ସହ ତାଙ୍କ ବାପା ଓ ସମ୍ପର୍କୀୟ ଭାଇ ମଧ୍ୟ ଥାନାକୁ ଆସିଥିବା ଜଣାପଡିଛି । ଶ୍ୱେତା ମୃତ୍ୟୁ ମାମଲାରେ ବୟଫ୍ରେଣ୍ଡ ସୌମ୍ୟଜିତଙ୍କ ବିରୋଧରେ ୩୦୬ ଦଫା ଲାଗିଛି ।

ଅଗଷ୍ଟ ୧୯ ତାରିଖର ବିଳମ୍ବିତ ରାତିରେ ଶ୍ୱେତା ଆତ୍ମହତ୍ୟା କରିଥିଲେ । ଶ୍ୱାସରୁଦ୍ଧ ହୋଇ ଶ୍ୱେତାଙ୍କ ମୃତ୍ୟୁ ହୋଇଥିବା ପୋଷ୍ଟମୋଟମ ରିପୋର୍ଟରୁ ଜଣାପଡ଼ିଥିଲା । ତାଙ୍କ ଶରୀର ଅନ୍ୟ କେଉଁଠି କ୍ଷତ ଚିହ୍ନ ନଥିବା ସ୍ପଷ୍ଟ କରିଥିଲେ କ୍ୟାପିଟାଲ୍ ହସ୍ପିଟାଲ୍ କର୍ତ୍ତୃପକ୍ଷ । ଶ୍ୱେତାଙ୍କ ଫ୍ଲାଟରୁ ଜବତ ଫୋନ୍ ଏବଂ ଡାଏରୀକୁ ଧରି ତଦନ୍ତ ଆରମ୍ଭ କରିଥିଲା ପୋଲିସ୍‌ ।  

 ତେବେ ଶ୍ୱେତାଙ୍କ କଲ୍‌ ଡିଟେଲ୍ସ ବାହାରିବା ପରେ ମୃତ୍ୟୁର ଅଧଘଣ୍ଟା ପୂର୍ବରୁ ସେ ସୌମ୍ୟଙ୍କୁ ୧୫ ଥର କଲ୍ କରିଥିବା ଜଣାପଡ଼ିଥିଲା । ସେପଟେ  ସୌମ୍ୟଜିତ୍ କିନ୍ତୁ ତାଙ୍କ ଫୋନ ଉଠାଇ ନ ନ ଥିବା ଜଣାପଡ଼ିଥିଲା । ଉଭୟଙ୍କ ବାର୍ତ୍ତାଳାପର ଅଡିଓ ଭାଇରାଲ ହେଉଥିବା ବେଳେ ସେଥିରେ ସୌମ୍ୟଜିତ ଶ୍ୱେତାଙ୍କୁ ଗାଳିଗୁଲଜ କରୁଥିବା ଶୁଣିବାକୁ ମିଳିଥିଲା । 

ତେଣେ ଗଣମାଧ୍ୟମରେ ସାମ୍ନାକୁ ଆସି ଶ୍ୱେତା ଓ ସୌମ୍ୟଜିତଙ୍କ ପ୍ରେମ ପ୍ରତାରଣାର କାହାଣୀ ବଖାଣିଥିଲେ ଶ୍ୱେତାଙ୍କ ଜଣେ ବନ୍ଧୁ । ସୌମ୍ୟଜିତଙ୍କୁ ବିବାହ କରିବା ପାଇଁ ଚାହୁଁଥିଲେ ଶ୍ୱେତା । ଏହି ସର୍ତ୍ତରେ ସୌମ୍ୟଜିତଙ୍କ ସହ ପ୍ରେମ ସଂପର୍କ ବି ଗଢ଼ିଥିଲେ । କିନ୍ତୁ ସୌମ୍ୟଜିତ MBA  ପଢ଼ିବାକୁ XIMB ଗଲା ପରେ ପରେ ଶ୍ୱେତାକୁ ଅଣଦେଖା କରିଦେଇଥିଲେ । କେବେ ସୌମ୍ୟଜିତ ନିଜର ୩୦ ଲକ୍ଷ ଟଙ୍କାର ଷ୍ଟଡ଼ି ଲୋନ୍ ଥିବା କଥା କହୁଥିଲେ ତ ଆଉ କେବେ ବଡ଼ଭାଇ ଥାଉ ଥାଉ କେମିତି ବିବାହ କରିବି ବୋଲି କହୁଥିବା ଶ୍ୱେତାଙ୍କ ଜଣେ ବନ୍ଧୁ କହିଥିଲେ । ଏପରିକି କିଛି ଫଟୋ ଓ ଭିଡିଓକୁ ଭାଇରାଲ କରିବାର ଧମକ ବି ଦେଇଥିବା କହିଥିଲେ ଶ୍ୱେତାଙ୍କ ବନ୍ଧୁ ।