Advertisment

ଲେଖି ଦେଇଗଲେ ଶେଷ ଚିଠି, କହିଲେ ‘ମୋ ମୃତ୍ୟୁ ପାଇଁ ମୁଁ ଦାୟୀ’

ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଜାମୁକୋଳି ନିକଟରେ ଥିବା ଏକ ନର୍ସିଂ କଲେଜର ହଷ୍ଟେଲ୍ ରୁମ୍‌ରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହେବା ପରେ ଏକ ଚିଠି ମିଳିଛି ।

author-image
Manoranjan Behera
ଅଦ୍ୟତନ ହୋଇଛି
Nursing Student Death

Nursing Student Death

‘ମାଆ, ଆଉ ମୋ ପରିବାରଠୁ ଆରମ୍ଭ କରି ମୋ ସଂସ୍ପର୍ଶରେ ରହୁଥିବା ସବୁ ସାଙ୍ଗକୁ ମୁଁ କ୍ଷମା ମାଗୁଛି । ମତେ ସମସ୍ତେ କ୍ଷମା କରିଦେବ । ମୋର ପ୍ରାଣ ହାରିବା ପଛରେ କାହାର ହାତ ନାହିଁ । ଆଉ ମୋ ଯିବା ପରେ ଯଦି ପୋଲିସ କେସ୍‌ ହୁଏ, ତେବେ ସମସ୍ତଙ୍କୁ ଅନୁରୋଧ କାହାର କିଛି କ୍ଷତି କରିବନି । କିଛି ଦିନ ହେଲାଣି ମତେ ଠିକ୍‌ରେ ନିଦ ହେଉନି, ତେଣୁ ମୁଁ ଦୁଇ ମିନିଟ୍‌ ଶାନ୍ତିରେ ଶୋଇପାରୁନି କି ଖାଇପାରୁନି କି କିଛି କରିପାରୁନି। ମତେ ଭାରି କଷ୍ଟ ଲାଗୁଛି । କଣ କରିବି, କେମିତି କରିବି? କିଛି ମୁଣ୍ଡରେ ପଶିଲାଣି। ସେଇଥି ପାଇଁ ଜୀବନ ହାରିବା ଲାଗି ମୁଁ ନିଷ୍ପତ୍ତି ନେଲି । ଭଗବାନ ମତେ ନେଇଯାଅ... I am Sorry… ଦୟାକରି କାହାର କିଛି କରିବନି’ । ଏଭଳି କିଛି ଦୁଃଖଭରା ଚିଠି ଲେଖି ଆତ୍ମହତ୍ୟା କରିଛନ୍ତି ନର୍ସିଂ କଲେଜ ଛାତ୍ରୀ ।

Advertisment

ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଜାମୁକୋଳି ନିକଟରେ ଥିବା ଏକ ନର୍ସିଂ କଲେଜର ହଷ୍ଟେଲ୍ ରୁମ୍‌ରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହେବା ପରେ ଏମିତି ଏକ ଚିଠି ମିଳିଛି । ଆଉ ଚିଠି ଲେଖିଥିବା ଯୁବତୀ ହେଲେ ବଲାଙ୍ଗିରର କୁନି କହଁର । ଯାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି ।

ଚିଠିଲେ ଲେଖାଯାଇଛି କି ମାଆ, ସାଙ୍ଗମାନେ ମତେ କ୍ଷମା କରିଦେବ । ମୋ ମୃତ୍ୟୁ ପଛରେ କାହାର ହାତ ନାହିଁ । ବର୍ତ୍ତମାନ ମୃତ୍ୟୁ ପଛର ଯେଉଁ କାରଣ ରହିଛି ତାହାକୁ ନେଇ ସନ୍ଦେହ ବଢିଛି । ନିଦ ନହେଲା ବୋଲି ଜଣେ ଜୀବନ ହାରିବା କଥାକୁ ସହଜରେ ସ୍ୱୀକାର କରିବା ସାଧାରଣରେ କଷ୍ଟ ହେଉଛି ହେଲେ ଚିଠିରେ ମୃତ୍ୟୁ ପଛର କାରଣ ନିଦ ବୋଲି ଲେଖାଯାଇଛି ।

Advertisment

ସେପଟେ କଲେଜ କର୍ମଚାରୀ କହିଛନ୍ତି, କିଛି ଦିନ ହେଲାଣି ସମ୍ପୃକ୍ତ ଯୁବତୀଙ୍କ ମାନସିକ ଅବସ୍ଥା ସଠିକ୍‌ ନଥିଲା । ତେଣୁ ତାଙ୍କ ପରିବାର ଲୋକଙ୍କୁ ଆମେ ଜଣାଇଥିଲୁ ଝିଅକୁ ଆସି ନେବା ପାଇଁ । ଏପଟେ ପରିବାର ଲୋକ କହିଛନ୍ତି ଯେ ଆମେ କିଛି ଜାଣିନୁ । ସାର୍‌ ଫୋନ୍‌ କରି କହିଥିଲେ ଝିଅ ରାତିରେ ଶୋଉନି । ଆପଣ ଆସିକି ତାକୁ ନେଇଯାଆନ୍ତୁ ।

ତେବେ କଲେଜ୍‌ କର୍ତ୍ତୃପକ୍ଷ କି ପରିବାର ଲୋକ ଛାତ୍ରୀଙ୍କ ମୃତ୍ୟୁ ସମ୍ପର୍କରେ ସଠିକ୍‌ରେ କିଛି କହିପାରୁନଥିବା ବେଳେ କାହିଁକି କୁନି ଆତ୍ମହତ୍ୟା ପରି ଚରମ ନିଷ୍ପତ୍ତି ନେଲେ, ତାହାକୁ ନେଇ ବଢୁଛି ସସ୍‌ପେନ୍ସ ।

Special Story Sleep Disorder Nursing Student Death Student Death
Advertisment
Advertisment