Advertisment

ଭୁବନେଶ୍ୱରରେ ଚାଞ୍ଚଲ୍ୟ: ହଷ୍ଟେଲରୁ ମିଳିଲା ନର୍ସିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ

ହଷ୍ଟେଲ୍‌ରୁ ଜଣେ ଘରୋଇ ନର୍ସିଂ କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। କେଉଁ ପରିସ୍ଥିତିରେ ସେ ଏଭଳି ଚରମ ପଦକ୍ଷେପ ନେଲେ ତାହା ସ୍ପଷ୍ଟ ହୋଇନାହିଁ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Body of nursing girl student found hanging in college hostel in Bhubaneswar

Body of nursing girl student found hanging in college hostel in Bhubaneswar

ପୁଣି ଭୁବନେଶ୍ୱରରେ ଆତ୍ମହତ୍ୟା। ହଷ୍ଟେଲ୍‌ରୁ ଜଣେ ଘରୋଇ ନର୍ସିଂ କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଜାମୁକୋଳି ନିକଟରେ ଥିବା ଏକ ନର୍ସିଂ କଲେଜର ହଷ୍ଟେଲ୍ ରୁମ୍‌ରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଛାତ୍ରୀ ହେଲେ ବଲାଙ୍ଗିରର କୁନି କହଁର।

Advertisment

ସୂଚନା ଅନୁସାରେ, ଗତକାଲି ନର୍ସିଂ ପ୍ରଥମ ବର୍ଷର ଛାତ୍ରୀ କୁନିଙ୍କ ମୃତଦେହ ହଷ୍ଟେଲ୍ ରୁମ୍‌ରୁ ମିଳିଥିଲା। କେଉଁ ପରିସ୍ଥିତିରେ ସେ ଏଭଳି ଚରମ ପଦକ୍ଷେପ ନେଲେ ତାହା ସ୍ପଷ୍ଟ ହୋଇନାହିଁ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ପୋଲିସ୍‌ ଘଟଣାର ଖୋଳତାଡ଼ ଆରମ୍ଭ କରିଛି।

ସୂଚନାଥାଉ କି, କିଛିଦିନ ପୂର୍ବେ ଭୁବନେଶ୍ୱରର ସଫ୍ଟଓ୍ୱୟାର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ଝୁଲନ୍ତା ମୃତଦେହ ମିଳିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା। ଆତ୍ମହତ୍ୟାର ଅଧ ଘଣ୍ଟା ପୂର୍ବରୁ ବୟଫ୍ରେଣ୍ଡ୍‌ ସୌମ୍ୟଜିତ୍‌ଙ୍କୁ ଶ୍ୱେତା ୧୫ ଥର କଲ୍ କରିଥିଲେ ବୋଲି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଥିଲା। ହେଲେ ସୌମ୍ୟ, ଶ୍ୱେତାଙ୍କ କଲ୍ ରିସିଭ୍ କରିନଥିଲେ ବୋଲି ପୋଲିସ ସୂଚନା ଦେଇଛି। 

Advertisment

ସେପଟେ ପାରଳାଖେମୁଣ୍ଡି ନର୍ସିଂ ଛାତ୍ରୀ ମୃତ୍ୟୁ ମାମଲାରେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ଛାତ୍ରୀଙ୍କୁ ହତ୍ୟା ପରେ ଝୁଲାଇ ଦିଆଯାଇଥିବା ଅଭିଯୋଗ ହୋଇଛି। ଜାଣିଶୁଣି ସିସିଟିଭି ବନ୍ଦ କରିବା ସହ ମୃତ୍ୟୁ ବେଳକୁ ଛାତ୍ରୀ ପିନ୍ଧିଥିବା ଡ୍ରେସ୍ କାହାର ବୋଲି ପରିବାର ଲୋକ ପ୍ରଶ୍ନ କରିଛନ୍ତି। ଏଥିସହ ପୋଲିସର ତଦନ୍ତ ଉପରେ ମଧ୍ୟ ପରିବାର ଲୋକ ଅସନ୍ତୋଷ ଜାହିର କରିଛନ୍ତି ।

Student Found Hanging In Hostel Student Deadbody Found Girl Student Found Hanging
Advertisment
Advertisment