Advertisment

ଲାଞ୍ଚ ନେଇଥିଲେ ରେଳ କର୍ମଚାରୀ; ୩୨ ବର୍ଷ ପରେ ମିଳିଲା ଦଣ୍ଡ

ଲାଞ୍ଚ ନେବାବେଳେ ଧରିଥିଲା ସିବିଆଇ

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
Retired Railway Employee Sentenced To One Year In Jail

Retired railway employee sentenced to one year in jail

ଅଭିଯୋଗର ୩୨ ବର୍ଷ ପରେ ରେଳ କର୍ମଚାରୀଙ୍କୁ ମିଳିଲା ଦଣ୍ଡ ।  ଅବସରପ୍ରାପ୍ତ ରେଳ କର୍ମଚାରୀଙ୍କୁ ଜେଲ ଦଣ୍ଡାଦେଶ ଶୁଣାଇଲେ ଲକ୍ଷ୍ନୌର ସ୍ୱତନ୍ତ୍ର ଅଦାଲତ । ଅଦାଲତଙ୍କ ପକ୍ଷରୁ ଏହି ରାୟ ଶୁଣାଯାଇଥିବା ବେଳେ ଏକ ଲାଞ୍ଚ ମାମଲାରେ ପୂର୍ବତନ ରେଳ କର୍ମଚାରୀଙ୍କୁ ଦଣ୍ଡ ଦିଆଯାଇଛି। ଅବସରପ୍ରାପ୍ତ ରେଳ କର୍ମଚାରୀ ଜଣଙ୍କୁ ଜେଲ୍‌ ଦଣ୍ତ ସହ ଆର୍ଥିକ ଦଣ୍ଡ ଦେଇଛନ୍ତି କୋର୍ଟ । 

Advertisment

ସୂଚନା ମୁତାବକ ରେଳ କର୍ମଚାରୀ ଜଣକ ୩୨ ବର୍ଷ ପୂର୍ବରୁ ୧୦୦ ଟଙ୍କା ଲାଞ୍ଚ ନେଇଥିଲେ। ୧୯୯୧ ମସିହାରେ ଲାଞ୍ଚ ନେଇଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ତଦନ୍ତ ହେବା ସହ ଲକ୍ଷ୍ନୌର ସ୍ୱତନ୍ତ୍ର ଅଦାଲତ ଅବସରପ୍ରାପ୍ତ ରେଳ କର୍ମଚାରୀଙ୍କୁ ଦଣ୍ଡିତ କରିଛନ୍ତି।

ସ୍ପେଶାଲ ସିବିଆଇ ଜଜ୍‌ଙ୍କ ଦ୍ୱାରା ଏହି ରାୟ ପ୍ରକାଶ ପାଇଥିବା ବେଳେ ଏହା ସମାଜକୁ ଭୁଲ୍ ଶିକ୍ଷା ଦେଇଥିବା କୁହାଯାଇଛି । ଯେଉଁଥିପାଇଁ ଅବସରପ୍ରାପ୍ତ ରେଳ କର୍ମଚାରୀ ରାମ ନାରାୟଣ ବର୍ମାଙ୍କୁ ଏକ ବର୍ଷ ଜେଲ୍‌ଦଣ୍ତ ସହ ୧୫ ହଜାର ଟଙ୍କା ଜରିମାନା କରାଯାଇଛି ।

Advertisment

ଘଟଣାକୁ ୩୨ ବର୍ଷ ବିତି ଯାଇଥିବାରୁ ଅଭିଯୁକ୍ତ ରେଳ କର୍ମଚାରୀ ରାମ ନାରାୟଣ ବର୍ମା ବର୍ତ୍ତମାନ ପରିଣତ ବୟସରେ ପହଞ୍ଚିଛନ୍ତି । ତାଙ୍କ ବୟସ ୮୦ ଅତିକ୍ରମ କରିଛି । ସୂଚନା ଅନୁସାରେ ସେହି ସମୟରେ ସବିଆଇ ରାମ ନାରାୟଣଙ୍କୁ ଲାଞ୍ଚ ଟଙ୍କା ସହ ଧରିଥିଲା । 

CBI Bribery Case Railway Employees
Advertisment
Advertisment