Shah Rukh Khan Death Threat: ସଲମାନଙ୍କ ପରେ ଶାହରୁଖ, ଫୋନ୍‌ କଲ୍‌ରେ କିଙ୍ଗ ଖାନଙ୍କ ଘରକୁ ଆସିଲା ହତ୍ୟା ଧମକ

କୃଷ୍ଣସାର ମୃଗ...ଫୋନ୍ କଲ୍...ଧମକ...। ପ୍ରଥମେ ସଲମାନ ଖାନ, ଏବେ ଶାହରୁଖ ଖାନ୍‌ । ଦେଶର ବଡ଼ ସୁପରଷ୍ଟାର୍ କିଙ୍ଗ ଖାନ୍ ଶାହରୁଖଙ୍କୁ ହତ୍ୟା ଧମକ ।

କିଙ୍ଗ ଖାନ୍ ଶାହରୁଖଙ୍କୁ ହତ୍ୟା ଧମକ

ଆଗେ ସଲମାନ, ଏବେ ଶାହରୁଖ । ବଲିଉଡ୍‌ର କିଙ୍ଗ ଖାନ୍ ଶାହରୁଖଙ୍କୁ ହତ୍ୟା ଧମକ । ମୁମ୍ବାଇ ପୋଲିସ୍ ପାଖକୁ ଆସିଥିବା ଫୋନ୍ କଲରେ ଅଭିଯୁକ୍ତ ମାଗିଛି ୫୦ ଲକ୍ଷ ଟଙ୍କା । ହେଲେ ଏହାର ଚେର ଖୋଜି ରାୟପୁରରେ ପହଞ୍ଚିଥିବା ମୁମ୍ବାଇ ପୋଲିସ୍ ସାମ୍ନାରେ ଏବେ ନୂଆ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । ଯେଉଁ ବ୍ୟକ୍ତିଙ୍କ ଫୋନରୁ ଏ ଧମକ ଦିଆଯାଇଥିଲା, ସେ ପୂର୍ବରୁ ଶାହରୁଙ୍କ ନାଁରେ ମାମଲା ରୁଜୁ କରିସାରିଛନ୍ତି ।

କୃଷ୍ଣସାର ମୃଗ...ଫୋନ୍ କଲ୍...ଧମକ...। ପ୍ରଥମେ ସଲମାନ ଖାନ, ଏବେ ଶାହରୁଖ ଖାନ୍‌ । ଦେଶର ବଡ଼ ସୁପରଷ୍ଟାର୍ କିଙ୍ଗ ଖାନ୍ ଶାହରୁଖଙ୍କୁ ହତ୍ୟା ଧମକ । ବଲିଉଡ୍‌ଙ୍କୁ ଦୋହଲାଇ ଦେଇଛି ଏଭଳି ଚାଞ୍ଚଲ୍ୟକର ଘଟଣା । ମୁମ୍ବାଇ ପୋଲିସକୁ ଆସିଥିବା ଫୋନ୍ କଲରେ ଶାହରୁଖଙ୍କୁ ହତ୍ୟା କରିବାକୁ ଖୋଲାଖୋଲି ଧମକ ଦେଇଛି ଦୁବୃର୍ତ୍ତ । ଘଟଣା ଥିଲା କିଛି ଏଭଳି । ନଭେମ୍ବର ୫ ତାରିଖରେ ମୁମ୍ବାଇ ବାନ୍ଦ୍ରା ଥାନାକୁ ଆସିଥିଲା ଏକ ଫୋନ୍‌ କଲ୍ । ଯେଉଁଥିରେ ଅଭିଯୁକ୍ତ କହିଛି କି, ସେ ଶାହରୁଖ୍ ଖାନଙ୍କ ମୁମ୍ବାଇ ଘର ମନ୍ନତ ସମ୍ମୁଖରେ ଛିଡ଼ା ହୋଇଛି । ଯଦି, ୫୦ ଲକ୍ଷ ଟଙ୍କା ନ ମିଳେ ତାହେଲେ ସେ ଶାହରୁଖଙ୍କୁ ହତ୍ୟା କରିବ । ଏଇ ଫୋନ୍ କଲ୍ ରାୟପୁରରୁ ଆସିଥିବା ଜଣା ପଡ଼ିବା ପରେ ମୁମ୍ବାଇରୁ ରାୟପୁର ଯାଏଁ ଚାଲିଛି ତନାଘନା ।

ଅଧିକ ପଢ଼ନ୍ତୁ: ବାବା ସିଦ୍ଦିକିଙ୍କ ହତ୍ୟା ପରେ କେଉଁମାନେ ଅଛନ୍ତି ଲରେନ୍ସ ବିଷ୍ଣୋଇଙ୍କ ପରବର୍ତ୍ତୀ ଟାର୍ଗେଟ୍

ଫୋନ୍ କଲ୍‌କୁ ଟ୍ରାକ୍ କରି ମୁମ୍ବାଇ ପୋଲିସ୍ ରାୟପୁରରେ ପହଞ୍ଚିଥିବା ପରେ ନୂଆ ଟ୍ବିଷ୍ଟ । ଯେଉଁ ଫୋନରେ ଧମକ ଆସିଥିଲା, ସେ ଫୋନର ମାଲିକ ମହମ୍ମଦ ଫୈୟାଜ୍ ଖାନଙ୍କୁ ଘଣ୍ଟା ଘଣ୍ଟା ଧରି ପଚରାଉଚରା କରିବା ବେଳେ ନୂଆ ଘଟଣା ସାମ୍ନାକୁ ଆସିଛି । ଶାହରୁଖଙ୍କ ଜନ୍ମଦିନ ଅର୍ଥାତ ନଭେମ୍ବର ୨ ତାରିଖରେ କୁଆଡ଼େ ମହମ୍ମଦ ଫୈୟାଜଙ୍କ ଫୋନ୍ ହଜି ଯାଇଥିଲା । ଏନେଇ ସେ ଥାନାରେ ଏତଲା ଦେଇଥିଲେ । ହେଲେ ଏତିକିରେ ସବୁ କିଛି ସରିନି । ମହମ୍ମଦ ଫୈୟାଜଙ୍କ ରହିଛି ବିଷ୍ଣୋୟୀ ଲିଙ୍କ୍ । ୧୯୯୪ ମସିହା ଶାହରୁଖଙ୍କ ଅଜାମ୍ ଫିଲ୍ମରେ ହରିଣ ଶିକାର ଦୃଶ୍ୟକୁ ନେଇ ଖପ୍ପା ଥିବା ଫୈୟାଜ ଶାହରୁଖଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି।

ଶାହରୁଖଙ୍କୁ ହତ୍ୟା ଧମକ ମାମଲାରେ ରହିଛି କି ବିଷ୍ଣୋୟୀ ଗ୍ୟାଙ୍ଗର ସଂପୃକ୍ତି ? କାରଣ, ସଲମାନ ଓ ଶାହରୁଖଙ୍କ ଘନିଷ୍ଠ ବନ୍ଧୁ ବାବା ସିଦ୍ଦିକିଙ୍କୁ ଅକ୍ଟୋବର ୧୨ରେ ହତ୍ୟା ପରେ ସଲମାନଙ୍କ ନିକଟତର ସମସ୍ତଙ୍କ ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରାଯାଉଛି । ସେଥିପାଇଁ ଏଥରର ଜନ୍ମଦିନରେ ମନ୍ନତ ବାହାରକୁ ଆସିନଥିଲେ ଶାହରୁଖ । ଏହାରି ଭିତରେ ଉଭୟ ଖାନଙ୍କ ସୁରକ୍ଷା Y+ କାଟାଗୋରୀକୁ ବଢ଼ାଯାଇଛି । ଆସନ୍ତା ୨୦ରେ ମହାରାଷ୍ଟ୍ର ନିର୍ବାଚନ, ଆଉ ଏସବୁ ଭିତରେ ଏଭଳି ହାଇପ୍ରୋଫାଇଲ୍ ଧମକ ମୁମ୍ବାଇ ପୋଲିସର ଚିନ୍ତାକୁ ବଢ଼ାଇଛି ।

ଅଧିକ ପଢ଼ନ୍ତୁ: Anmol Bishnoi : ଆମେରିକାରେ ଲୁଚିଛି ଅନମୋଲ ବିଷ୍ଣୋଇ ! ଭାରତ ପ୍ରତ୍ୟର୍ପଣ ପାଇଁ ଚାଲଛି ପ୍ରସ୍ତୁତି

ସେପଟେ ନଭେମ୍ବର ୫ରେ ସୁପରଷ୍ଟାର ସଲମାନ ଖାନଙ୍କୁ ପୁଣି ମିଳିଥିଲା ଧମକ । ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ୍‌ ପକ୍ଷରୁ ମିଳିଥିଲା ନୂଆ ଧମକ । ମିଳିଥିବା ଧମକରେ କୁହାଯାଇଥିଲା କି, ସଲମାନ ଖାନ୍‌ କୃଷସାର ମୃଗ ହତ୍ୟା କରିବା ଅଭିଯୋଗରେ ମନ୍ଦିର ଆସି କ୍ଷମା ମାଗନ୍ତୁ ନହେଲେ ୫ କୋଟି ଟଙ୍କା ଦିଅନ୍ତୁ । ତେବେ ଏହା ପ୍ରଥମ ଥର ନୁହେଁ ଏହା ପୂର୍ବରୁ ମଧ୍ୟ ଏକାଧିକ ବାର ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ୍‌ ସଲମାନ ଖାନଙ୍କୁ ହତ୍ୟା କରିବାକୁ ଧମକ ଦେଇଛନ୍ତି ।

ମୁମ୍ବାଇ ପୋଲିସର ଟ୍ରାଫିକ୍‌ କଣ୍ଟ୍ରୋଲ୍‌ ୟୁନିଟ୍‌ କହିଥିଲା ଯେ, ସେମାନେ ସୋମବାର ଦିନ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ନୋଇଙ୍କ ଭାଇ ବୋଲି କହୁଥିବା ଜଣେ ବ୍ୟକ୍ତିଙ୍କଠାରୁ ଏକ ଧମକପୂର୍ଣ୍ଣ ମେସେଜ୍‌ ପାଇଥିଲେ । ଏହି ମେସେଜ୍‌ରେ ଉକ୍ତ ବ୍ୟକ୍ତିଜଣକ କହିଥିଲେ, ଯଦି ସଲମାନ ଖାନ ବଞ୍ଚିବାକୁ ଚାହୁଁଛନ୍ତି, ସେ ଆମ ମନ୍ଦିର ଯାଇ କ୍ଷମା ମାଗନ୍ତୁ କିମ୍ବା ୫ କୋଟି ଟଙ୍କା ଦିଅନ୍ତୁ । ଯଦି ସେ ଏହା ନ କରନ୍ତି ତେବେ ଆମେ ତାଙ୍କୁ ହତ୍ୟା କରିବୁ । ଏବେ ବି ଆମ ଗ୍ୟାଙ୍ଗ୍‌ ସକ୍ରିୟ ଅଛି ବୋଲି ସେହି ମେସେଜ୍‌ରେ କୁହାଯାଇଥିଲା ।