/odishatv-khabar/media/post_attachments/uploadimage/library/16_9/16_9_0/____1667036945.jpg)
Seizure of Rs 1.75 crore cryptocurrency from RWSS Additional Chief Engineer
ଅଚଳ ହେବ RWSS ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାସଙ୍କ କ୍ରିପ୍ଟୋ କରେନ୍ସି। କ୍ରିପ୍ଟୋ କରେନ୍ସି ଲିଙ୍କ୍ରେ ତାଙ୍କର ସମ୍ପତ୍ତି ଫ୍ରିଜ୍ କରାଯିବ ବୋଳି ଜଣାପଡ଼ିଛି। ଜେରା ପରେ ଭିଜିଲାନ୍ସ ନିର୍ଦ୍ଦେଶକ ଯଶୋବନ୍ତ ଜେଠ୍ୱା ଏହି ସୂଚନା ଦେଇଛନ୍ତି।
କ୍ରିପ୍ଟୋରେ ଅର୍ଥ ବିନିଯୋଗ ନେଇ ଏକ୍ସପର୍ଟଙ୍କ ସହାୟତା ନିଆଯାଉଛି। ବର୍ତ୍ତମାନ ଠାବ କରେନ୍ସି ଫ୍ରିଜ୍ କରାଯିବ। ଏନେଇ ଇ-ମେଲ୍ ମାଧ୍ୟମରେ କ୍ରିପ୍ଟୋ ଅଥରିଟିଙ୍କୁ ଚିଠି ଲେଖିଛି ଭିଜିଲାନ୍ସ। ଅନ୍ୟ ରାଜ୍ୟର କ୍ରିପ୍ଟୋ ଏକ୍ସପର୍ଟଙ୍କ ସହାୟତା ମଧ୍ୟ ନିଆଯାଉଛି।
ନିହାର ରଞ୍ଜନଙ୍କ ଘରୁ ୧ କୋଟି ୭୫ ଲକ୍ଷ ଟଙ୍କା ମୂଲ୍ୟର କ୍ରିପ୍ଟୋ କରେନ୍ସି ମିଳିଛି। ଆହୁରି ଅଧିକ କ୍ରିପ୍ଟୋ ଲିଙ୍କ୍ ମିଳିବ ବୋଲି ଭିଜିଲାନ୍ସ ନିର୍ଦ୍ଦେଶକ କହିଛନ୍ତି। RWSS ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାରଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରାଜ୍ୟର ୬ଟି ସ୍ଥାନରେ ଚଢ଼ାଉ କରିଥିଲା। ଏହାବ୍ୟତୀତ ଭିଜିଲାନ୍ସ ମୋଟ୍ ସାଢ଼େ ୪ କୋଟିର ସମ୍ପତ୍ତି ଠାବ କରିଛି। ଏହା ମଧ୍ୟରେ ସମ୍ବଲପୁରରେ ମିଳିଛି ୮ଟି ପ୍ଲଟ୍।
ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଭୁବନେଶ୍ୱର ସର୍କଲର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ହେଉଛନ୍ତି ନିହାର ରଞ୍ଜନ ଦାସ । ତାଙ୍କ ଘରେ ଭିଜିଲାନ୍ସ ରେଡ୍ କରିଥିଲା। ତେବେ ଭିଜିଲାନ୍ସ ଟିମ୍କୁ ଦେଖି ବାବୁ ଏତେ ଜୋରରେ ଡରିଗଲେ ଯେ, ତରବର ହୋଇ ଝରକା ବାଟେ ଡକ୍ୟୁମେଣ୍ଟ୍ ସହ ମୋବାଇଲକୁ ଫୋପାଡି ଦେଇଥିଲେ । ପ୍ରମାଣ ନଷ୍ଟ କରିବା ପାଇଁ ଉଦ୍ୟମ କରିଥିଲେ । ହେଲେ ତାଙ୍କର ସବୁ ଚେଷ୍ଟା ପାଣିରେ ପଡ଼ିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)