Advertisment

କେମିତି ସ୍ୱାଭାବିକ ଅବସ୍ଥାକୁ ଫେରିବ ସମ୍ବଲପୁରର ଜନଜୀବନ ?

ସମ୍ବଲପୁର ସହରର ଅଇଁଠାପାଲି ସମେତ ସମସ୍ତ ପ୍ରବେଶ ପଥକୁ ସିଲ୍ କରିଛି ପୋଲିସ।

ଅଦ୍ୟତନ ହୋଇଛି
undefined

Sambalpur violence

Advertisment

କେମିତି ଶାନ୍ତ ହେବ ସମ୍ବଲପୁର ? କର୍ଫ୍ୟୁ ଲଗାଇ ପ୍ରଶାସନ କରୁଛି ଘନ ଘନ ଉଦ୍ୟମ। ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟଠୁ ଅଶାନ୍ତ ହୋଇପଡ଼ିଥିବା ସମ୍ବଲପୁରକୁ କେମିତି କରିହେବ ଶାନ୍ତ ? ଜିଲ୍ଲା ପୋଲିସ ଓ ପ୍ରଶାସନ ପକ୍ଷରୁ ଚାଲିଛି ଘନଘନ ଉଦ୍ୟମ। ଆଉ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନଉପୁଜେ, ସେଥିପାଇଁ ଗତ ମଧ୍ୟରାତ୍ରରୁ ସହରର ୬ଟି ଥାନା ଇଲାକାରେ କର୍ଫ୍ୟୁ ଜାରି କରାଯାଇଛି। କର୍ଫ୍ୟୁରୁ ଜରୁରୀକାଳୀନ ସେବାକୁ ବାଦ୍ ଦିଆଯାଇଛି। ତେବେ କାହିଁକି ଘଟିଲା ଅଘଟଣ ? ଆଇନଶୃଙ୍ଖଳା ଏଡିଜି ଏବଂ ଗୁଇନ୍ଦା ଏଡିଜିଙ୍କୁ ସାଙ୍ଗରେ ନେଇ ସମ୍ବଲପୁରରେ ସ୍ଥିତିର ସମୀକ୍ଷା ଜାରି ରଖିଛନ୍ତି ପୋଲିସ ଡିଜି।

Advertisment

ଅଧିକ ପଢ଼ନ୍ତୁ: ସମ୍ବଲପୁର ହିଂସା: ପୋଲିସ ପ୍ରଶାସନର ବେପରୱା ମନୋଭାବରୁ ବିଗିଡ଼ିଗଲା କି ସ୍ଥିତି ?

ଏବେ ଲିଭିଛି ଅସନ୍ତୋଷର ନିଆଁ । କିନ୍ତୁ ଦାଉ ଦାଉ ହୋଇ ବାରି ହେଉଛି ନିଆଁ ଆଉ ଧୂଆଁର ସେହି କାଳିମା। ସ୍ଥାୟୀ ଦୋକାନ ହେଉ କିମ୍ବା ଛୋଟମୋଟ କ୍ୟାବିନ। ଜଳିପୋଡ଼ି ନଷ୍ଟ ହୋଇଯାଇଛି। ଆଉ ସ୍ଥିତି ଅସମ୍ଭାଳ ପରେ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟରାତ୍ରରୁ ଲଗାଯାଇଛି କର୍ଫ୍ୟୁ। ରାତି ପାହିଲା କ୍ଷଣି ଡାକବାଜିରେ ସତର୍କ କରିଦିଆଯାଇଛି ସାରା ସହରବାସୀଙ୍କୁ। ଅଶାନ୍ତ ସମ୍ବଲପୁରକୁ ଶାନ୍ତ କରିବା ପାଇଁ ଜିଲ୍ଲା ପୋଲିସ ଓ ପ୍ରଶାସନ ପକ୍ଷରୁ ନିଆଯାଇଛି ଏଭଳି ଯୁଦ୍ଧକାଳୀନ ପଦକ୍ଷେପ।

Advertisment

ସହରର ୬ଟି ଥାନା ଯଥା ଧନୁପାଲି, ଟାଉନଥାନା, ସଦର ଥାନା, କ୍ଷେତରାଜପୁର, ଅଇଁଠାପାଲି, ବରେଇପାଲି ଅଞ୍ଚଳରେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଜାରି କରାଯାଇଛି କର୍ଫ୍ୟୁ।କୌଣସି ବ୍ୟକ୍ତିଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ସକାଳ ୮ଟାରୁ ପୂର୍ବାହ୍ନ ୧୦ଟା ଏବଂ ଅପରାହ୍ଣ ସାଢ଼େ ୩ଟାରୁ ସାଢ଼େ ୫ଟା ପାଇଁ ଲୋକଙ୍କୁ ଅନୁମତି ଦିଆଯାଇଛି। ଏପରିକି ସମ୍ବଲପୁର ସହରର ଅଇଁଠାପାଲି ସମେତ ସମସ୍ତ ପ୍ରବେଶ ପଥକୁ ସିଲ୍ କରିଛି ପୋଲିସ। କୌଣସି ମେଡିକାଲ ଏମର୍ଜେନ୍ସି ଯଦି ପଡ଼େ, ତେବେ ହେଲ୍ପଲାଇନ୍ ନମ୍ବର ୭୬୫୫୮୦୦୭୬୦ରେ କଲ୍ କରିବାକୁ ବିଜ୍ଞପ୍ତିରେ ଦର୍ଶାଯାଇଛି।

ବୁଧବାର ସଂଧ୍ୟା ଏବଂ ଶୁକ୍ରବାର ସଂଧ୍ୟାରେ ହନୁମାନ ଜୟନ୍ତୀ ଅବସରରେ ସମନ୍ୱୟ ସମିତିର ବାଇକ ରାଲିବେଳେ ହୋଇଥିଲା ଟେକାପଥର ମାଡ଼ । ଆଉ ଶୁକ୍ରବାର ସାମୁହିକ ଶୋଭାଯାତ୍ରା ସମୟରେ ଦୋକାନ ବଜାରର କିଛି ସ୍ଥାନରେ ଲାଗିଥିଲା ନିଆଁ। ତାହାରି ଭିତରେ ମରଣାନ୍ତକ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ମେଡ଼ିକାଲରେ। ତେବେ ସଂପୃକ୍ତ ବ୍ୟକ୍ତିଙ୍କୁ ଆକ୍ରମଣର କାରଣ ଏବେ ବି ଅସ୍ପଷ୍ଟ ରହିଥିବାବେଳେ ଏଭଳି ଏକାଧିକ ଅପ୍ରୀତିକର ସ୍ଥିତିକୁ ନେଇ ରାତିରେ ସହରରେ ଲାଗିରହିଥିଲା ଅଶାନ୍ତ ପରିସ୍ଥିତି। ତେବେ ସମ୍ବଲପୁର ଏସ୍.ପିଙ୍କ କହିବା କଥା, ବ୍ୟକ୍ତିଗତ କାରଣ ପାଇଁ ଏହି ହତ୍ୟାକାଣ୍ଡ ହୋଇଛି ଏବଂ ପୂରା ଘଟଣା ଉପରେ ତଦନ୍ତ ଚାଲିଛି। ଏଥିରେ ଜଣଙ୍କୁ ପୋଲିସ ଅଟକ ରଖିଛି । ତା’ସହ ପୋଡ଼ାଜଳା ଘଟଣାରେ ୬/୭ ଜଣଙ୍କୁ ଗିରଫ କରାଯାଇଛି।

Advertisment

ତେବେ କାହିଁକି ଅଶାନ୍ତ ହେଲା ସମ୍ବଲପୁର ସହର ? କେଉଁଠି ରହିଥିଲା ତ୍ରୁଟି ? କେମିତି ସ୍ୱାଭାବିକ ଅବସ୍ଥାକୁ ଫେରିବ ସମ୍ବଲପୁରର ଜନଜୀବନ ? ଏସବୁ ଦିଗକୁ ଧରି ଆଇନଶୃଙ୍ଖଳା ଏଡିଜି ରାଧାକୃଷ୍ଣ ଶର୍ମା, ଗୁଇନ୍ଦା ଏଡିଜି ସଂଜୀବ ପଣ୍ଡାଙ୍କ ଉପସ୍ଥିତିରେ ଉତ୍ତରାଞ୍ଚଳ ଆଇଜି ଏବଂ ସମ୍ବଲପୁର ଏସପିଙ୍କ ସହ ସମୀକ୍ଷା କରିଛନ୍ତି ପୋଲିସ ଡିଜି। ସମୀକ୍ଷା ପରେ କହିଛନ୍ତି, ଅତିରିକ୍ତ ଫୋର୍ସ ମୁତୟନ କରାଯାଇଛି। ହିଂସାକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। କର୍ଫ୍ୟୁ ସମୟରେ ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ପଦକ୍ଷେପ ନିଆଯାଉଛି । ଦିନେ ଦୁଇ ଦିନ ମଧ୍ୟରେ ସହରରେ ସ୍ୱାଭାବିକ ଅବସ୍ଥା ଫେରିଆସିବ, ଯେଉଁ ଅସୁବିଧା ହୋଇଛି ପୋଲିସକୁ ସମସ୍ତେ ସାହାଯ୍ୟ କରନ୍ତୁ ବୋଲି ଅପିଲ କରିଛନ୍ତି ପୋଲିସ ଡିଜି। 

Odisha Police Violene At Hanuman Jayanti Rally
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ