Advertisment

Salman Khan Death Threat: ସଲମାନଙ୍କୁ ପୁଣି ହତ୍ୟା ଧମକ; ମନ୍ଦିରରେ କ୍ଷମା ମାଗ କିମ୍ବା ୫ କୋଟି ଦିଅ, ନଚେତ୍‌....

ମୁମ୍ବାଇ ପୋଲିସର ଟ୍ରାଫିକ୍‌ କଣ୍ଟ୍ରୋଲ୍‌ ୟୁନିଟ୍‌ କହିଛି ଯେ, ସେମାନେ ସୋମବାର ଦିନ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ନୋଇଙ୍କ ଭାଇ ବୋଲି କହୁଥିବା ଜଣେ ବ୍ୟକ୍ତିଙ୍କଠାରୁ ଏକ ଧମକପୂର୍ଣ୍ଣ ମେସେଜ୍‌ ପାଇଥିଲେ ।

ଅଦ୍ୟତନ ହୋଇଛି
Salman Khan gets fresh threat From Lawrence Bishnoi

Salman Khan gets fresh threat

Advertisment

ସୁପରଷ୍ଟାର ସଲମାନ ଖାନଙ୍କୁ ପୁଣି ମିଳିଲା ଧମକ । ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ୍‌ ପକ୍ଷରୁ ମିଳିଛି ନୂଆ ଧମକ । ମିଳିଥିବା ଧମକରେ କୁହାଯାଇଛି କି, ସଲମାନ ଖାନ୍‌ କୃଷସାର ମୃଗ ହତ୍ୟା କରିବା ଅଭିଯୋଗରେ ମନ୍ଦିର ଆସି କ୍ଷମା ମାଗନ୍ତୁ ନହେଲେ ୫ କୋଟି ଟଙ୍କା ଦିଅନ୍ତୁ । ତେବେ ଏହା ପ୍ରଥମ ଥର ନୁହେଁ ଏହା ପୂର୍ବରୁ ମଧ୍ୟ ଏକାଧିକ ବାର ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ୍‌ ସଲମାନ ଖାନଙ୍କୁ ହତ୍ୟା କରିବାକୁ ଧମକ ଦେଇଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: Salman Khan: ସଲମାନ କହିଲେ ‘ମୁଁ କଳା ହରିଣ ଶିକାର କରି ନାହିଁ’; ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ ପୋଲିସର ଟ୍ରାଫିକ୍‌ କଣ୍ଟ୍ରୋଲ୍‌ ୟୁନିଟ୍‌ କହିଛି ଯେ, ସେମାନେ ସୋମବାର ଦିନ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ନୋଇଙ୍କ ଭାଇ ବୋଲି କହୁଥିବା ଜଣେ ବ୍ୟକ୍ତିଙ୍କଠାରୁ ଏକ ଧମକପୂର୍ଣ୍ଣ ମେସେଜ୍‌ ପାଇଥିଲେ । ଏହି ମେସେଜ୍‌ରେ ଉକ୍ତ ବ୍ୟକ୍ତିଜଣକ କହିଥିଲେ, ଯଦି ସଲମାନ ଖାନ ବଞ୍ଚିବାକୁ ଚାହୁଁଛନ୍ତି, ସେ ଆମ ମନ୍ଦିର ଯାଇ କ୍ଷମା ମାଗନ୍ତୁ କିମ୍ବା ୫ କୋଟି ଟଙ୍କା ଦିଅନ୍ତୁ । ଯଦି ସେ ଏହା ନ କରନ୍ତି ତେବେ ଆମେ ତାଙ୍କୁ ହତ୍ୟା କରିବୁ । ଏବେ ବି ଆମ ଗ୍ୟାଙ୍ଗ୍‌ ସକ୍ରିୟ ଅଛି ବୋଲି ସେହି ମେସେଜ୍‌ରେ କୁହାଯାଇଛି ।

Advertisment

ତେବେ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଛି ଏବଂ ଧମକ ପଠାଇଥିବା ବ୍ୟକ୍ତିଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି ବୋଲି ମୁମ୍ବାଇ ପୋଲିସ୍‌ ପକ୍ଷରୁ କୁହାଯାଇଛି । ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ବାବା ସିଦ୍ଦିକଙ୍କ ହତ୍ୟା ପରେ ଅଭିନେତା ସଲମାନଙ୍କ ସୁରକ୍ଷା କଭରକୁ ବୃଦ୍ଧି କରାଯାଇଛି । ତେବେ ଏହା ପୂର୍ବରୁ ଅକ୍ଟୋବର ୩୦ରେ ସଲମାନ ଖାନଙ୍କୁ ଜଣେ ଅଜ୍ଞାତ ବ୍ୟକ୍ତିଙ୍କଠାରୁ ସମାନ ଧରଣର ହତ୍ୟା ଧମକ ମିଳିଥିଲା, ଯିଏକି ସଲମାନଙ୍କୁ ୨ କୋଟି ଟଙ୍କା ମାଗିଥିଲେ ।

ଅକ୍ଟୋବର ୨୮ରେ ସଲମାନ ଖାନଙ୍କୁ ହତ୍ୟା ଧମକ ଦେଇଥିବା ଜଣେ ୨୦ ବର୍ଷୀୟ ଯୁବକ ଗୁଫରାନ ଖାନ ଲକ୍ଷ୍ନୌରୁ ଗିରଫ ହେବା ପରେ ପୁଣି ଏକ ଧମକ ପୂର୍ଣ୍ଣ ମେସେଜ ଆସିଥିଲା । ପୂର୍ବରୁ ଶେଖ ହୁସେନ ନାମକ ଜଣେ ପରିବା ବ୍ୟବସାୟୀଙ୍କୁ ମଧ୍ୟ ସଲମାନଙ୍କୁ ଧମକ ମେସେଜ ମାମଲାରେ ଗିରଫ କରାଯାଇଥିଲା । ସେ ହ୍ବାଟ୍ସଆପ୍‌ରେ ୫ କୋଟି ଟଙ୍କା ମାଗିଥିଲେ । ନଦେଲେ ହତ୍ୟା ପାଇଁ ଧମକ ଦେଇଥିଲେ । ସଲମାନ ଖାନଙ୍କୁ ପୂର୍ବରୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରୁ ମଧ୍ୟ ହତ୍ୟା ଧମକ ମିଳିଥିଲା । ବାରମ୍ବାର ହତ୍ୟା ଧମକ ମିଳୁଥିବାରୁ ସଲମାନଙ୍କ ସୁରକ୍ଷା ବ୍ୟବସ୍ଥା ବଢ଼ାଯାଇଛି ।

Advertisment

 

ସେପଟେ ସଲମାନ ଖାନ୍‌ଙ୍କୁ ହତ୍ୟା ଧମକ ମିଳିବା ପରେ ଏକ ସାକ୍ଷାତକାରରେ ପ୍ରତିକ୍ରିୟା ରଖିଥିଲେ ସଲମାନ ଖାନଙ୍କ ପିତା ସଲିମ୍‌ ଖାନ୍‌ । ସୁପର୍‌ଷ୍ଟାର ସଲମାନଙ୍କ ବାପା ତଥା ସ୍କ୍ରିପ୍ଟ ଲେଖକ ସଲିମ ଖାନ ଏକ ସାକ୍ଷାତକାରରେ କହିଥିଲେ ଯେ ବାବା ସିଦ୍ଦିକି ହତ୍ୟା ଏବଂ ସଲମାନ ଖାନଙ୍କ ହତ୍ୟା ଧମକ ମଧ୍ୟରେ କୌଣସି ସମ୍ପର୍କ ନାହିଁ । ଯେତେବେଳେ ତାଙ୍କୁ ପଚରାଯାଇଥିଲା ଯେ ଏନ୍‌ସିପି ନେତା ବାବା ସିଦ୍ଦିକିଙ୍କୁ ସଲମାନ ଖାନଙ୍କ ସହ ବନ୍ଧୁତା ହେତୁ ହତ୍ୟା କରାଯାଇଛି କି ନାହିଁ, ସେ କହିଥିଲେ ଯେ ସଲମାନ ଖାନ ଏବଂ ବାବା ସିଦ୍ଦିକିଙ୍କ ହତ୍ୟା ମଧ୍ୟରେ ଆମ ପରିବାରର କୌଣସି ଲିଙ୍କ୍ ନାହିଁ ।

ବାବା ସିଦ୍ଦିକିଙ୍କ ହତ୍ୟା ସହିତ ଯଦି ବି ଲରେନ୍ସ ବିଷ୍ଣୋଇଙ୍କର କିଛି ସମ୍ପର୍କ ଅଛି ବୋଲି ବିଶ୍ୱାସ କରାଯାଏ ତେବେ ସଲମାନଙ୍କ ସହିତ ଏହାର କୌଣସି ସମ୍ପର୍କ ନାହିଁ ଏବଂ ଏହା ଏକ ଭିନ୍ନ ପ୍ରସଙ୍ଗ, ବିଶେଷ ଭାବରେ ସମ୍ପତ୍ତି ବିବାଦକୁ ନେଇ ଉପୁଜିଛି । ସେ ସାକ୍ଷାତକାରରେ ଆହୁରି କହିଥିଲେ ଯେ ସଲମାନ ଖାନ କ୍ଷମା ମାଗିବେ ନାହିଁ । କାରଣ ସେ କଦାପି ପଶୁ ଶିକାର କରି ନାହାଁନ୍ତି । ସେ ପାଉଥିବା କ୍ରମାଗତ ଧମକ ଯୋଗୁଁ ତାଙ୍କ ସମଗ୍ର ପରିବାର ଅସୁବିଧାରେ ପଡିଛନ୍ତି । ସଲିମ ଖାନ କହିଛନ୍ତି, ସଲମାନ କେବେ ବି କୌଣସି ପ୍ରାଣୀକୁ ମାରି ନାହାଁନ୍ତି। ସେ କୌଣସି ସାଧାରଣ ଅସରପାକୁ ମଧ୍ୟ ମାରି ନାହାନ୍ତି। ଆମେ ହିଂସା ଉପରେ ବିଶ୍ୱାସ କରୁନାହୁଁ ବୋଲି ସଲିମ ଖାନ କହିଛନ୍ତି ।

ଅଧିକ ପଢ଼ନ୍ତୁ: କଣ ପାଇଁ ଗଲା ବାବା ସିଦ୍ଦିକିଙ୍କ ଜୀବନ? ସଲମାନଙ୍କୁ ଧମକ, ଗାଲାକ୍ସିରେ ବଢିଲା ସୁରକ୍ଷା

Salman Khan Lawrence Bishnoi Gang Lawrence Bishnoi Death Threat
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ