Advertisment

Salman Khan: ସଲମାନ ଖାନ କେବେ ବି କୌଣସି ପଶୁକୁ ମାରି ନାହାନ୍ତି, ସେ ଅପରପା ବି ମାରି ନାହାନ୍ତି; ସଲିମ ଖାନ

ବାବା ସିଦ୍ଦିକିଙ୍କ ହତ୍ୟା ପରେ ସଲମାନ ଖାନଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢିଯାଇଛି। ସଲମାନ ଖାନଙ୍କୁ ମୃତ୍ୟୁ ଧମକ ମଧ୍ୟ ମିଳିଛି। ଏହି ସମୟରେ ସଲିମ ଖାନ କହିଛନ୍ତି ଯେ ବାବା ସିଦ୍ଦିକିଙ୍କ ହତ୍ୟା ଏବଂ ସଲମାନ ଖାନଙ୍କ ହତ୍ୟା ଧକମ ମଧ୍ୟରେ କୌଣସି ସମ୍ପର୍କ ନାହିଁ।

author-image
Pramod Behera
Salim Khan On Salman Khan

Salim Khan On Salman Khan

ଏନ୍‌ସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ପରେ ସଲମାନ ଖାନଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢିଯାଇଛି। ବାସ୍ତବରେ, ନିକଟରେ ଲରେନ୍ସ ବିଷ୍ଣୋଇ ବାବା ସିଦ୍ଦିକିଙ୍କୁ ହତ୍ୟାର ଦାୟି ନିଜ ଉପରକୁ ନେଇଛନ୍ତି। ଏଥି ସହିତ ସଲମାନ ଖାନଙ୍କୁ ମୃତ୍ୟୁ ଧମକ ମଧ୍ୟ ମିଳିଛି।

Advertisment

ଏହି ସମୟରେ ସୁପର୍‌ଷ୍ଟାରଙ୍କ ବାପା ତଥା ସ୍କ୍ରିପ୍ଟ ଲେଖକ ସଲିମ ଖାନ ଏକ ସାକ୍ଷାତକାରରେ କହିଛନ୍ତି ଯେ ବାବା ସିଦ୍ଦିକିନ ହତ୍ୟା ଏବଂ ସଲମାନ ଖାନଙ୍କ ହତ୍ୟା ଧକମ ମଧ୍ୟରେ କୌଣସି ସମ୍ପର୍କ ନାହିଁ।

ଯେତେବେଳେ ତାଙ୍କୁ ପଚରାଯାଇଥିଲା ଯେ ଏନ୍‌ସିପି ନେତା ବାବା ସିଦ୍ଦିକିଙ୍କୁ ସଲମାନ ଖାନଙ୍କ ସହ ବନ୍ଧୁତା ହେତୁ ହତ୍ୟା କରାଯାଇଛି କି ନାହିଁ, ସେ କହିଛନ୍ତି ଯେ ସଲମାନ ଖାନ ଏବଂ ବାବା ସିଦ୍ଦିକିଙ୍କ ହତ୍ୟା ମଧ୍ୟରେ ଆମ ପରିବାରର କୌଣସି ଲିଙ୍କ୍ ନାହିଁ।

Advertisment
Salim Khan On Salman Khanବାପା ସଲିମ୍ ଖାନଙ୍କ ସହିତ ସଲମାନ ଖାନ୍

ବାବା ସିଦ୍ଦିକିଙ୍କ ହତ୍ୟା ସହିତ ଯଦି ବି ଲରେନ୍ସ ବିଷ୍ଣୋଇଙ୍କର କିଛି ସମ୍ପର୍କ ଅଛି ବୋଲି ପରିବାର ବିଶ୍ୱାସ କରାଯାଏ ତେବେ ସଲମାନଙ୍କ ସହିତ ଏହାର କୌଣସି ସମ୍ପର୍କ ନାହିଁ ଏବଂ ଏହା ଏକ ଭିନ୍ନ ପ୍ରସଙ୍ଗ, ବିଶେଷ ଭାବରେ ସମ୍ପତ୍ତି ବିବାଦକୁ ନେଇ ଉପୁଜିଛି।

ସେ ସାକ୍ଷାତକାରରେ କହିଛନ୍ତି ଯେ ସଲମାନ ଖାନ କ୍ଷମା ମାଗିବେ ନାହିଁ। କାରଣ ସେ କଦାପି ପଶୁ ଶିକାର କରି ନାହାଁନ୍ତି। ସେ ପାଉଥିବା କ୍ରମାଗତ ଧମକ ଯୋଗୁଁ ତାଙ୍କ ସମଗ୍ର ପରିବାର ଅସୁବିଧାରେ ପଡିଛନ୍ତି। ସଲିମ ଖାନ କହିଛନ୍ତି, ସଲମାନ କେବେ ବି କୌଣସି ପ୍ରାଣୀକୁ ମାରି ନାହାଁନ୍ତି। ସେ କୌଣସି ସାଧାରଣ ଅସରପାକୁ ମଧ୍ୟ ମାରି ନାହାନ୍ତି। ଆମେ ହିଂସା ଉପରେ ବିଶ୍ୱାସ କରୁନାହୁଁ।

Salim Khan On Salman Khanପରିବାର ସହିତ ସଲମାନ ଖାନ୍

ସେ ଆହୁରି ମଧ୍ୟ କହିଛନ୍ତି ଯେ “ଲୋକମାନେ ଆମକୁ ସବୁବେଳେ କୁହନ୍ତି ଯେ ଆପଣ ସବୁବେଳେ ତଳ ମୁହାଁ। ଆପଣ ବିନମ୍ର ତେଣୁ ମୁଁ ସେମାନଙ୍କୁ କହୁଛି ଏହା ଲଜ୍ଜାଜନକ କଥା ନୁହେଁ। ମତେ ଡର ଲାଗୁଛି ଯେ କେହି ବି ଯଦି ମୋ ପାଦ ତଳେ ଆସି ଆହତ ହୁଏ ତେବେ ମୁଁ ମଧ୍ୟ ସେମାନଙ୍କୁ ରକ୍ଷା କରିବି।”

ସୂଚନାଯୋଗ୍ୟ ଯେ କଡା ସୁରକ୍ଷା ମଧ୍ୟରେ ସଲମାନ ଖାନ ବିଗ୍ ବସ୍ ୧୮ର ୱିକେଣ୍ଡ୍ କା ୱାର୍ ସୁଟ୍ କରିଛନ୍ତି, ଯାହାର ପ୍ରମୋ ଭାଇରାଲ ହେବାରେ ଲାଗିଛି ଏବଂ ପ୍ରଶଂସକମାନେ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି।

Salman Khan Salim Khan Lawrence Bishnoi
Advertisment
Advertisment