• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଟ୍ରଲି ବ୍ୟାଗ୍‌ରେ ଯୁବତୀଙ୍କ ମୃତଦେହ । ବାପାଙ୍କୁ ନକହି ଘରୁ ବାହାରିକି ଯାଇଥିଲା ଝିଅ । ଆସିଲା ପରେ ଗୁଳି କରିଦେଲା ବାପା । କ’ଣ ସତରେ ଜଣେ ବାପା ନିଜ ଝିଅ ଉପରେ ଏତେ ରାଗିପାରେ ? ଆଜ୍ଞା ହଁ ଏମିତି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶରେ ।

କିଛି ଦିନ ପୂର୍ବରୁ ୟୁପି ମଥୁରାର ଯମୁନା ଏକ୍ସପ୍ରେସ୍‌ ୱେ ନିକଟରେ ଏକ ଟ୍ରଲି ବ୍ୟାଗ୍‌ ପଡ଼ିଥିଲା । ଯେଉଁଥିରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଯୁବତୀଙ୍କ ନାଁ ଆୟୁଷି ଯାଦବ ବୋଲି ଜଣାପଡ଼ିଛି । ସେ ଦିଲ୍ଲୀ ବଦରପୁରର ମୂଳ ବାସିନ୍ଦା । ସୂଚନାନୁସାରେ, ଆୟୁଷି ନିଜ ପିତା ନିତେଶ ଯାଦବଙ୍କୁ ନକହି ଘରୁ ବାହାରିକି ବୁଲିବାକୁ ଚାଲିଯାଇଥିଲେ ।

ଘରୁ ବାହାରିକି ଯିବାର କିଛି ଦିନ ପରେ ଆୟୁଷି ପୁଣି ଘରକୁ ଫେରିଥିଲେ । ହେଲେ ଜାଣିନଥିଲେ ଘରକୁ ଫେରିବା ମାତ୍ରେ ତାଙ୍କ ଜୀବନ ଚାଲିଯିବ । ଖୋଦ୍‌ ଜନ୍ମ କଲା ବାପା ତାଙ୍କ ଜୀବନ ନେଇଯିବେ ସେ କେବେ ସ୍ୱପ୍ନରେ ସୁଧା ଭାବିନଥିବେ । ଆୟୁଷି ଘରକୁ ଫେରିଥିବା ଦେଖି ତାଙ୍କ ବାପା ନିତେଶ, ଖୁବ୍‌ ଉତ୍‌କ୍ଷିପ୍ତ ହୋଇଥିଲେ । ଆଉ ନିଜର ହିତାହିତ ଜ୍ଞାନ ଭୁଲିଯାଇଥିଲେ । ଆୟୁଷିଙ୍କ କୌଣସି ପ୍ରକାର ଯୁକ୍ତି ଶୁଣିନଥିଲେ । ସିଧା ଗୁଳି ଚଳାଇଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ଜୀବନ ଚାଲିଯାଇଥିଲା ।

Father Killed DaughterFather Killed Daughter

ଏହାପରେ ବାପା ନିତେଶ ଏକ ପଲିଥିନ୍‌ରେ ଆୟୁଷିଙ୍କ ମୃତଦେହକୁ ଗୁଡ଼ାଇଥିଲେ । ତାପରେ ଏକ ନାଲି ରଙ୍ଗର ଟ୍ରଲି ବ୍ୟାଗ୍‌ରେ ଶରୀରକୁ ପ୍ୟାକ୍‌ କରିଥିଲେ । ଆଉ ତାକୁ ନେଇ ଉତ୍ତରପ୍ରଦେଶ ମଥୁରାର ଯମୁନା ଏକ୍ସପ୍ରେସ୍ ୱେରେ ଫିଙ୍ଗି ଦେଇଥିଲେ । ଗତ ଶୁକ୍ରବାର ମହିଳାଙ୍କ ମୃତଦେହ ଠାବ କରାଯାଇଥିଲା । ସ୍ଥାନୀୟ ଅଞ୍ଚଳର ସେହି ସର୍ଭିସ ରୋଡ୍ ଦେଇ ଯିବା ଆସିବା କରିବା ବେଳେ କିଛି ଲୋକ ଏହି ଟ୍ରଲି ବ୍ୟାଗ୍‌କୁ ଦେଖିଥିଲେ । ଲୋକଙ୍କ ମନରେ ସନ୍ଦେହ ଉପୁଜିଥିଲା ।

ପରେ ସେମାନେ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା । ପ୍ରାଥମିକ ତଦନ୍ତରୁ ପୋଲିସ ମୃତଦେହ ଚିହ୍ନଟ କରିବାରେ ସକ୍ଷମ ହୋଇନଥିଲା । କିନ୍ତୁ ପରେ ଚିହ୍ନଟ ହୋଇଥିଲା । ଏବେ ଏହି ଘଟଣାରେ ଅଧିକ ତଦନ୍ତ କରାଯାଉଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।