Advertisment

Pregnant Woman Shot Dead: ୭ ମାସର ଗର୍ଭବତୀଙ୍କୁ ଗୁଳିକରି ହତ୍ୟାକୁ ନେଇ ବଢୁଛି ରହସ୍ୟ; ଲୁଟ୍ ପାଇଁ ହତ୍ୟା ନା ଷଡ଼ଯନ୍ତ୍ର ?

ଗର୍ଭରେ ଖେଳୁଥିଲା ୭ ମାସର ରକ୍ତ ମାଂସର ପିଣ୍ଡୁଳାଟିଏ। ୨ ମାସ ପରେ ପାଦ ଥାପିଥାନ୍ତା ନବଜାତ। କିନ୍ତୁ, ଦୁର୍ଭାଗ୍ୟର ରେଖା ଟାଣିଦେଲା ଦଇବ। ଯେଉଁ ମା’ର ଗର୍ଭକୁ ଘର ଭାବି ବଢୁଥିଲା ସନ୍ତକଟିଏ, ସେହି ଗର୍ଭରେ ହିଁ ରକ୍ତରଂଜିତ ହୋଇ ପ୍ରାଣ ହରାଇଲା।

author-image
Sujit kumar Swain
undefined

Pregnant Woman Shot Dead

ହାଟରେ ହେଉ କି ବାଟରେ, ଘରେ ହେଉ କି ଦାଣ୍ଡରେ। ସତେ ଯେମିତି ଯମ ସାଜି ଛକି ରହିଥିବା ଅପରାଧୀ, ମଣିଷକୁ ମରଣ କୋରଡ଼କୁ ଝାମ୍ପି ନେଉଛି ଆଖି ପଲକେ। ଯାହାର ଏକ ନମୁନା ଗତ ରାତିରେ  ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲାରେ। ନିସ୍ତବ୍ଧ ରାତିରେ ଠକ୍ ଠକ୍ ଶବ୍ଦ ଶୁଣି କବାଟ ଖୋଲିଲା ବେଳକୁ ଗୁଳି ମାଡ଼ରେ ଚାଲିଗଲା ୭ ମାସର ଗର୍ଭଧାରଣ କରିଥିବା ଜଣେ ମହିଳାଙ୍କ ଜୀବନ। କିଏ ଓ କାହିଁକି ଭିଆଇଲା ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ, ସେନେଇ ପୋଲିସ ଖୋଳତାଡ଼ କରୁଥିବାବେଳେ ଏହି ମର୍ଡର ମିଷ୍ଟ୍ରିକୁ ନେଇ ଉଠୁଛି ନାନା ପ୍ରଶ୍ନ।

Advertisment

ଗର୍ଭରେ ଖେଳୁଥିଲା ୭ ମାସର ରକ୍ତ ମାଂସର ପିଣ୍ଡୁଳାଟିଏ। ୨ ମାସ ପରେ ପାଦ ଥାପିଥାନ୍ତା ନବଜାତ। କିନ୍ତୁ, ଦୁର୍ଭାଗ୍ୟର ରେଖା ଟାଣିଦେଲା ଦଇବ। ଯେଉଁ ମା’ର ଗର୍ଭକୁ ଘର ଭାବି ବଢୁଥିଲା ସନ୍ତକଟିଏ, ସେହି ଗର୍ଭରେ ହିଁ ରକ୍ତରଂଜିତ ହୋଇ ପ୍ରାଣ ହରାଇଲା। ବକ୍ଷସ୍ଥଳରେ ଦୁର୍ବୃତ୍ତର ଗୁଳିମାଡ଼ ଯୋଗୁ ମା’ ତ ଚାଲିଗଲା, ସେହି ମା’ର ଗର୍ଭରେ ଆଖିବୁଜିଲା ୭ ମାସର ଗର୍ଭସ୍ଥ ସନ୍ତାନ। ସ୍ତବ୍ଧ ସାରା ଇଲାକା, କେହି କିଛି ବୁଝିପାରୁନାହାଁନ୍ତି। କୋହରେ କେବଳ ଫାଟିପଡୁଛି ମୃତ ମହିଳାଙ୍କ ବାପା ଆଉ ମା’ଙ୍କ ପ୍ରାଣ।

ଅଧିକ ପଢ଼ନ୍ତୁ: ମଣିଷ ଏତେ ଜଘନ୍ୟ ବି ହେଇପାରେ! ବୟାନ୍ ନ ବଦଳାଇବାରୁ କାଟିଦେଲା

ସୁନ୍ଦରଗଡ଼ ଟିକାୟତପାଲି ଥାନା ଝିଡ଼ାପାଲି ଗାଁ। ନିଶବ୍ଦ ରାତିରେ ପରିବାର ସହ ଶୋଇଯାଇଥିଲେ ୭ ମାସର ଗର୍ଭବତୀ ସୌମ୍ୟା ବେହେରା। ସ୍ବାମୀ ଦେବେନ୍ ବେହେରାଙ୍କ କହିବା ଅନୁଯାୟୀ, ସମୟ ରାତି ପ୍ରାୟ ସାଢ଼େ ୧୨ଟା। ହଠାତ୍ କିଏ ଜଣେ କବାଟକୁ ଠକ୍ ଠକ୍ କରି ଡାକିଲେ। ଆଉ ଶବ୍ଦ ଶୁଣି କବାଟ ଖୋଲିଥିଲେ ସୌମ୍ୟା। ଠିକ୍ ଏହି ସମୟରେ ସାମ୍ନାରେ ଥିବା ଜଣେ ଦୁର୍ବୃତ୍ତ ସୌମ୍ୟାଙ୍କ ବେକରୁ ସୁନା ଚେନ୍ ଝାଂପିବାକୁ ଚେଷ୍ଟା କରିଥିଲା। କିନ୍ତୁ ସୌମ୍ୟା ଚିତ୍କାର କରିବାରୁ ଦୁର୍ବୃତ୍ତ ଜଣକ ତାଙ୍କ ଛାତି ଉପରକୁ ଗୋଟିଏ ରାଉଣ୍ଡ ଗୁଳି ଚଳାଇ ଖସି ପଳାଇଥିଲା। ଏଣେ ରକ୍ତାକ୍ତର ଅବସ୍ଥାରେ ସୌମ୍ୟାଙ୍କୁ ବଣେଇ ଡାକ୍ତରଖାନା ନିଆଯାଇଥିଲେ ବି ସେଠାରେ ମୃତ ଘୋଷଣା କରିଥିଲେ ଡାକ୍ତର। 

Advertisment

ପଞ୍ଚାୟତ ନିର୍ବାହୀ ଅଧିକାରୀ ଦେବେନ୍ ବେହେରାଙ୍କୁ ଗତ ବର୍ଷ ଫେବୃଆରୀରେ ବିବାହ କରିଥିଲେ ଛେଣ୍ଡିପଦାର ସୌମ୍ୟା। ତେବେ ଲୁଟ୍ ପାଇଁ ହତ୍ୟାକାଣ୍ଡ ନା ସୌମ୍ୟାଙ୍କୁ ହତ୍ୟା ପାଇଁ ରଚାଯାଇଥିଲା ସୁପରିକଳ୍ପିତ ଷଡ଼ଯନ୍ତ୍ର ? ପାଖରେ ସ୍ୱାମୀ ଥାଉ ଥାଉ ଗର୍ଭାବସ୍ଥାରେ ଥିବା ସୌମ୍ୟା ବିଳମ୍ବିତ ରାତିରେ କବାଟ ଖୋଲିବା ପଛର ସତ୍ୟତା କେତେ ? ଏବେ ଏଭଳି ନାନା ପ୍ରଶ୍ନ ଉଠୁଥିବାବେଳେ ଡିଆଇଜିଙ୍କ ସହ ରାଉରକେଲା ଏସପି ଘଟଣାର ଛାନଭିନ୍ ଚଳାଇଛନ୍ତି। ଏବେ ଅପେକ୍ଷା, ସାରା ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଏହି ରହସ୍ୟମୟ ଅପରାଧର କି ସତ ସାମ୍ନାକୁ ଆଣୁଛି ପୋଲିସ।

ଅଧିକ ପଢ଼ନ୍ତୁ: ବିଷ ଦେଇ ୧୨ ଜଣଙ୍କୁ ମାରିଥିବା ଜଣେ ବାବାର କାହାଣୀ

Odisha News Pregnant Woman Shot Dead
Advertisment
Advertisment