• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ର ଫାଶରେ ପଡ଼ିଛନ୍ତି ପ୍ରାୟ ୨୫ରୁ ଅଧିକ ନେତା ଓ ପ୍ରଭାବଶାଳୀ ବ୍ୟକ୍ତି , ଯାହାଙ୍କ ମଧ୍ୟରେ ୧୮ଜଣ ବିଧାୟକ ଅଛନ୍ତି । ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଏମାନଙ୍କ ମଧ୍ୟରେ ଅଧିକାଂଶ ବିଜେଡିର ବୋଲି ଚର୍ଚ୍ଚା ହେଉଛି, ଯାହାକୁ ନେଇ ତଦନ୍ତର ଗତି ଆଗକୁ ବଢ଼ାଇବାରେ କମିଶନରେଟ୍ ପୋଲିସ୍ ଏକ ପ୍ରକାର ହରଡ଼ଘଣାରେ ପଡ଼ିଥିବା କୁହାଯାଉଛି । ଯଦିଓ ଅର୍ଚ୍ଚନାଙ୍କୁ ଗିରଫ କରି ପୋଲିସ୍ ଜେଲ୍ ପଠାଇବାର ଇତିମଧ୍ୟରେ ସପ୍ତାହେରୁ ଅଧିକ ସମୟ ବିତିଗଲାଣି, ତଥାପି କାହିଁକି ଏଯାଏଁ ଅର୍ଚ୍ଚନାକୁ ରିମାଣ୍ଡରେ ଆଣି ପଚରାଉଚରା କରୁନି ତାକୁ ନେଇ ବି ପ୍ରଶ୍ନ ଉଠିଛି ।

ଅଧିକ ପଢ଼ନ୍ତୁ: ‘ସତ ସାମ୍ନାକୁ ଆସିଲେ ଭାଙ୍ଗିଯିବ ବିଜେଡି ସରକାର’

ଏଥିସହ ଅର୍ଚ୍ଚନାଙ୍କ କଳାଧନ୍ଦାର ଗୁମର ଖୋଲି ଜଣେ ପୀଡ଼ିତା ଖଣ୍ଡଗିରି ଥାନାରେ ଏତଲା ଦେଇଥିଲେ ବି କାହିଁକି ଉକ୍ତ ଘଟଣାରେ ପୋଲିସ ଆଗ୍ରହ ଦେଖାଉନି ଓ ପୀଡ଼ିତାଙ୍କୁ ଡାକି ମାଜିଷ୍ଟ୍ରେଟଙ୍କ ଆଗରେ ସିଆରପିସିର ଧାରା ୧୬୪ରେ ବୟାନ ରେକର୍ଡ କରୁନାହିଁ, ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଓ ତା ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ସହ ମାଳ ମାଳ ନେତା ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଫଟୋ ସୋସିଆଲ୍ ମିଡି‌ଆରେ ଭାଇରାଲ୍ ହେବାରେ ଲାଗିଛି । ହେଲେ ଅନେକ ନେତା କିନ୍ତୁ ନିଜର ଦୋଷ ଝାଡ଼ି ଦେଉଛନ୍ତି । ଅର୍ଚ୍ଚନାଙ୍କୁ ଚିହ୍ନନ୍ତିନି କି ଜାଣନ୍ତିନି ବୋଲି ପ୍ରତିକ୍ରିୟା ରଖିଛନ୍ତି । ଅନ୍ୟପଟେ ପୋଲିସ ମଧ୍ୟ ସେ ଦିଗରେ ସକ୍ରିୟତାର ସହ ତଦନ୍ତ କରୁନଥିବାରୁ ପ୍ରଶ୍ନ ଉଠିଛି ।

ସେପଟେ ଅର୍ଚ୍ଚନା ନାଗ ପ୍ରସଙ୍ଗ ନେଇ ବିବାଦୀୟ ଥିବା ତାଙ୍କ ସମ୍ପର୍କୀୟ ଭାଇ କୁଆଡେ ଗଲେ ବୋଲି ପ୍ରଶ୍ନ ଉଠିଛି । ପୀଡ଼ିତାଙ୍କ ନ୍ୟୁଡ୍‌ ଭିଡିଓ କରିଥିବା ସେ ଭାଇ କିଏ ? ହନି ଟ୍ରାପ୍, ବ୍ଲାକ୍ ମେଲିଂ ଟଙ୍କା ଆଦାୟ ସମ୍ପର୍କରେ ପୋଲିସ ତାଙ୍କୁ ଜେରା କରିଛି ନା ସେ ମଧ୍ୟ ଫେରାର ହୋଇଯାଇଛନ୍ତି । ନୟାଗଡ଼ର ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଏହି ଚକ୍ରବ୍ୟୁହରେ ଛନ୍ଦି ହୋଇଥିବା ସଦ୍ୟ ସୂଚନା ମିଳିଛି । ଆଉ ତାଙ୍କ ଠାରୁ ହନିଟ୍ରାପ୍ ବାବଦକୁ ଟଙ୍କା ଆଦାୟ ହୋଇଥିଲା । ପୀଡ଼ିତା ୫୦ ହଜାର ଟଙ୍କା ପାଇଥିବା ବେଳେ ଅର୍ଚ୍ଚନା କେତେ ଟଙ୍କା ଆଦାୟ କରିଥିଲେ ? ପୀଡ଼ିତାଙ୍କୁ କେଉଁ କେଉଁ ବ୍ୟକ୍ତିଙ୍କ ସହ ହନିଟ୍ରାପରେ ବ୍ୟବହାର କରାଯାଇଛି, ଆଉ କେଉଁ ନାମିଦାମୀ ବିଶିଷ୍ଟ ବ୍ୟକ୍ତିଙ୍କ ନିକଟରେ ଟଙ୍କା ଆଦାୟ କରିଛନ୍ତି ଅର୍ଚ୍ଚନା , ଏସବୁ ଏବେ ରହସ୍ୟ ଘେରରେ ।