Advertisment

୨ ଦୁଷ୍କର୍ମୀଙ୍କୁ ଫାଶି ଦଣ୍ଡାଦେଶ

ଚକୋଲେଟ୍ ନେଇ ଫେରୁଥିବା ନାବାଳିକାକୁ ଦୁର୍ବୃତ୍ତ ଉଠାଇ ନେଇଥିଲେ।

author-image
Chandan Shishu
ଅଦ୍ୟତନ ହୋଇଛି
Death Penalty to Rapists

Posco Court order

୨ ଦୁଷ୍କର୍ମୀଙ୍କୁ ଫାଶି ଦଣ୍ଡାଦେଶ। ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୨ ଦୋଷୀଙ୍କୁ ଫାଶି। ୨ ଦୋଷୀଙ୍କୁ ଫାଶି ଦଣ୍ଡାଦେଶ ଦେଲେ ଜଗତସିଂହପୁର ପକ୍ସୋ କୋର୍ଟ। ୨ ଦୋଷୀ ସେଖ୍ ଆସିଫ୍ ଓ ସେକ୍ ଅକିଲକୁ ଫାଶି ଦଣ୍ଡାଦେଶ ଦିଆଯାଇଛି। ୨୦୧୪ରେ ତିର୍ତ୍ତୋଲ ଥାନା ଅଞ୍ଚଳରେ ଗଣଦୁଷ୍କର୍ମ, ହତ୍ୟା ଘଟିଥିଲା। ଚକୋଲେଟ୍ ନେଇ ଫେରୁଥିବା ନାବାଳିକାକୁ ଦୁର୍ବୃତ୍ତ ଉଠାଇ ନେଇଥିଲେ।

Advertisment

ସୂଚନା ଅନୁସାରେ ଉକ୍ତ ନାବାଳିକା ଘଟଣା ସେଦିନ ଗୋଟାଏ ବେଳେ ଗାଁ ଦୋକାନରୁ ଚକୋଲେଟ କିଣି ଘରକୁ ଫେରୁଥିଲା। ସେହି ସମୟରେ ଶେଖ ଅକିଲ ଓ ଶେଖ ଆସିଫ ତାକୁ ଟେକିନେଇ ଦୁଷ୍କର୍ମ କରିଥିଲେ ଓ ପରେ ହତ୍ୟା କରି ଫୋପାଡ଼ି ଦେଇଥିଲେ।

ଘଟଣା ସମ୍ପର୍କରେ ନାବାଳିକାର ମାଉସୀ ତିର୍ତ୍ତୋଲ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ମୋଟ ୨୭ ଜଣ ସାକ୍ଷୀଙ୍କ ଠାରୁ ବୟାନ ଗ୍ରହଣ କରିବା ପରେ ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି।

Advertisment
POCSO Court
Advertisment
Advertisment