Advertisment

ରହିଲା ମୋକିମଙ୍କ ବିଧାୟକ ପଦ, ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶରେ ହାଇକୋର୍ଟଙ୍କ ରୋକ୍

ଭିଜିଲାନ୍ସ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ।

ଅଦ୍ୟତନ ହୋଇଛି
Mohammed Moquim

Mohammed Moquim, Congress

Advertisment

କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ଆଶ୍ୱସ୍ତି । ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ଉପରେ ହାଇକୋର୍ଟଙ୍କ ରହିତାଦେଶ। ଏହାପରେ ମୋକିମଙ୍କ ବିଧାୟକ ପଦ ବଜାୟ ରହିଲା । ଆସନ୍ତା ଫେବ୍ରୁଆରୀ ୨୨ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ । ମୋକିମଙ୍କୁ ORHDC ଋଣ ଦୁର୍ନୀତି ମାମଲାରେ ଭିଜିଲାନ୍ସ କୋର୍ଟ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଥିଲେ। ଭିଜିଲାନ୍ସ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ମୋକିମ ।

Advertisment

ଓଆରଏଚଡିସି ଦୁର୍ନୀତି ମାମଲାରେ ଭୁବନେଶ୍ୱର ଭିଜିଲାନ୍ସ କୋର୍ଟ ମହମ୍ମଦ ମୋକିମ ଏବଂ ଅନ୍ୟ ତିନି ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଆଇପିସି ଏବଂ ଦୁର୍ନୀତି ନିବାରଣ ଆଇନର ବିଭିନ୍ନ ଧାରାରେ ଦୋଷୀ ସାବ୍ୟସ୍ତ କରିବା ସହ ତିନି ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ। ଏହାସହ ୫୦ ହଜାର ଟଙ୍କାର ଜରିମାନାରେ ଦଣ୍ଡିତ କରିଥିଲେ। ଏହି ଦଣ୍ଡାଦେଶକୁ ବିରୋଧ କରି ମହମ୍ମଦ ମୋକିମ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଅଧିକ ପଢ଼ନ୍ତୁ: BJDରେ ମିଶିବେ କି ମୋକିମ୍ ? କ୍ରସ୍ ଭୋଟିଂ ପରେ ପଲିଟିକାଲ କ୍ୟାରିୟରକୁ ନେଇ ଚର୍ଚ୍ଚା

Advertisment

ଗତ ୧୦ ତାରିଖ ଦିନ ମାମଲାର ପ୍ରାରମ୍ଭିକ ଶୁଣାଣି କରି ମୋକିମଙ୍କ ଆବେଦନକୁ ଗ୍ରହଣ କରିବା ସହ ଜରିମାନା ଆଦାୟ ଉପରେ ରହିତାଦେଶ ଜାରି କରିଥିଲେ ହାଇକୋର୍ଟ। ଏହାଛଡ଼ା ଏକ ଲକ୍ଷ ଟଙ୍କାର ଦୁଇ ଜଣ ଜାମିନଦାରଙ୍କ ବଦଳରେ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ।

Congress Mohammed Moquim
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ