• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ହାଇକୋର୍ଟରେ ମୋକିମଙ୍କ ଆବେଦନ ଗୃହିତ ହୋଇଥିବା ବେଳେ ଜାମିନ ମଞ୍ଜୁର କରାଯାଇଛି । ଭିଜିଲାନ୍ସ ମାମଲାରେ କଟକ-ବାରବାଟୀ ବିଧାୟକ ମୋକିମ (Mohammed Moquim)ଙ୍କ ଆବେଦନ ଗୃହିତ ହୋଇଛି । ORHDC ଦୁର୍ନୀତି ମାମଲାରେ ତାଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଥିଲେ ଭିଜିଲାନ୍ସ କୋର୍ଟ । ତେବେ ଜେଲ୍ ଦଣ୍ଡାଦେଶ ଓ ଜରିମାନାକୁ ଚ୍ୟାଲେଞ୍ଜ କରିଥିଲେ ମୋକିମ୍ ।

ବର୍ତ୍ତମାନ ମୋକିମଙ୍କ ମାମଲାକୁ ବିଚାର ପାଇଁ ଗ୍ରହଣ କରିବା ସହ ଜାମିନ ପ୍ରଦାନ କରାଯାଇଛି । ୧ ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ ଜାମିନ ମଞ୍ଜୁର କରାଯାଇଛି । ଏହାସହ ଭିଜିଲାନ୍ସ କୋର୍ଟଙ୍କ ଜରିମାନା ଉପରେ ସ୍ଥଗିତାଦେଶ ଜାରି ହୋଇଛି । ଅନ୍ୟପଟେ ଏହି ଦଣ୍ଡାଦେଶ ସମ୍ପର୍କରେ କୋର୍ଟଙ୍କୁ ଲିଖିତ ଭାବେ ଜଣାଇଛି ଭିଜିଲାନ୍ସ । ଆସନ୍ତା ୧୩ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ । ଏନେଇ ସୂଚନା ଦେଇଛନ୍ତି ମୋକିମଙ୍କ ଓକିଲ ପୀତାମ୍ବର ଆଚାର୍ଯ୍ୟ ।

ସୂଚନାଯୋଗ୍ୟ, ୨୯ ସେପ୍ଟେମ୍ବରରେ ORHDC ଦୁର୍ନୀତି ମାମଲାରେ ମୋକିମଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଥିଲେ ଭିଜିଲାନ୍ସ କୋର୍ଟ । ଖାଲି ସେତିକି ନୁହେଁ ମୋକିମ୍‌ଙ୍କ ସହ ପୂର୍ବତନ IAS ବିନୋଦ କୁମାରଙ୍କୁ ମଧ୍ୟ ଜେଲ୍ ଦଣ୍ଡାଦେଶ ଦିଆଯାଇଛି । ଏହି ଘଟଣାରେ କଂପାନୀ ସେକ୍ରେଟାରୀ ସ୍ୱସ୍ତିରଂଜନ ମହାନ୍ତି ଓ ମେଟ୍ରୋ ବିଲଡର୍ସର ନିର୍ଦ୍ଦେଶକ ପୀୟୂଷ ମହାନ୍ତିଙ୍କୁ ବି ୩ ବର୍ଷ ଜେଲ୍ ଦଣ୍ଡ ଶୁଣାଇଥିଲେ କୋର୍ଟ । ସମସ୍ତ ୪ ଜଣଙ୍କୁ ଜେଲ୍ ସହ ୫୦ ହଜାର ଲେଖାଏଁ ଜରିମାନା ଆଦେଶ ଦେଇଥିଲେ ଭିଜିଲାନ୍ସ କୋର୍ଟ ।

ଆଉ ଏନେଇ କୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ଅକ୍ଟୋବର ୨ରେ ମହମ୍ମଦ ମୋକିମ୍ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତଳ କୋର୍ଟଙ୍କ ଦଣ୍ଡାଦେଶ ବିରୋଧରେ ହାଇକୋର୍ଟ ଯାଇଥିଲେ ।