Advertisment

Online Gaming: ଯୁବପୀଢ଼ିଙ୍କୁ ବିଗାଡୁଛି ଅଙ୍ଗୁଳି ଟିପରେ ରୋଜଗାର ନିଶା; ଅନଲାଇନ ଗେମ୍ ଖେଳି ହେଉଛନ୍ତି ସର୍ବସ୍ବାନ୍ତ

ଅନଲାଇନ ଗେମରେ ଲକ୍ଷ ଲକ୍ଷ ଟଙ୍କା ଶ୍ରାଦ୍ଧ କରୁଛନ୍ତି ଯୁବପୀଢ଼ି । ଧାର କରଜ ଶୁଝିବା ପାଇଁ କିଏ କରୁଛନ୍ତି ବ୍ୟାଙ୍କ ଡକାୟତି ତ ଆଉ କିଏ କରୁଛନ୍ତି ଛିନତାଇ ।

undefined

Online Gaming

Advertisment

ଅଙ୍ଗୁଳି ଟିପରେ ରୋଜଗାର ନିଶା, ବରବାଦ୍ କରିଦେବକି ଯୁବପୀଢ଼ିଙ୍କୁ ? କାରଣ ଅନଲାଇନରେ ଗେମରେ ଲକ୍ଷ ଲକ୍ଷ ଶ୍ରାଦ୍ଧ କରୁଛନ୍ତି ଯୁବପୀଢ଼ି। ତା’ପରେ କରଜ ଶୁଝିବାକୁ କିଏ ଡକାୟତି କରୁଛନ୍ତି ତ ଆଉ କିଏ ହାରୁଛନ୍ତି ଅମୂଲ୍ୟ ଜୀବନ। ଗତ କିଛିଦିନ ହେଲା, ଏଭଳି ଟ୍ରେଣ୍ଡ ଏବେ ଉପରମୁହାଁ ହେବା ସହ ସାମାଜିକ ବ୍ୟାଧି ଭାବେ ମୁଣ୍ଡ ଟେକିଲାଣି। ଯାହାକୁ ନେଇ ପୋଲିସ ବିଭାଗ ବି ଚିନ୍ତିତ। ତେବେ କେମିତି ଅପରାଧର ବାଟ କଢ଼ାଇ ନେଉଛି ଏହି ଅନଲାଇନ୍ ଜୁଆ, ବରଗଡ଼ ଓ ବଲାଙ୍ଗିର ଜିଲ୍ଲାରୁ ଦେଖନ୍ତୁ ସ୍ବତନ୍ତ୍ର ରିପୋର୍ଟ। 

Advertisment

ଅନଲାଇନ ଗେମରେ ଲକ୍ଷ ଲକ୍ଷ ଟଙ୍କା ଶ୍ରାଦ୍ଧ କରୁଛନ୍ତି ଯୁବପୀଢ଼ି । ଧାର କରଜ ଶୁଝିବା ପାଇଁ କିଏ କରୁଛନ୍ତି ବ୍ୟାଙ୍କ ଡକାୟତି ତ ଆଉ କିଏ କରୁଛନ୍ତି ଛିନତାଇ । ଅର୍ଥାତ ଅନଲାଇନ୍ ଜୁଆରୁ ପାଲଟି ଯାଉଛନ୍ତି ଅପରାଧୀ। ବରଗଡରେ ଏକ ବ୍ୟାଙ୍କ ଡକାୟତି ମାମଲା ସଂପର୍କରେ ବିସ୍ତୃତ ତଥ୍ୟ ବଖାଣିବାବେଳେ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ କହିଛନ୍ତି ଏଭଳି କଥା, ଏହି ବ୍ୟାଙ୍କ ଡକାୟତି ଘଟଣାରେ ସଂପୃକ୍ତ ୫ ଅଭିଯୁକ୍ତ କୌଣସି ଅଭ୍ୟାସଗତ ଅପରାଧୀ ନୁହଁନ୍ତି। କେବଳ ଅନଲାଇନ୍ ଗେମ୍ ଖେଳି ୧୨ ଲକ୍ଷ ହରାଇବା ପରେ ଟଙ୍କା ପରିଶୋଧ ପାଇଁ କରିଥିଲେ ବ୍ୟାଙ୍କ ଲୁଟ୍ ଉଦ୍ୟମ। ପେଶାଗତ ଅପରାଧି ଭଳି, ପାଖରେ ରଖିଥିଲେ ଅସଲି ଏବଂ ନକଲି ବନ୍ଧୁକ ସହ ଗୁଳି ଏବଂ ମାରଣାସ୍ତ୍ର। ଯାହାଙ୍କୁ ଗିରଫ ପରେ ବରଗଡ଼ ପୋଲିସ କୋର୍ଟଚାଲାଣ କରିଛି। 

ଅଧିକ ପଢ଼ନ୍ତୁ: ଗର୍ଭବତୀଙ୍କୁ ଗୁଳି ଘଟଣାରୁ ଉଠିଲା ପରଦା; ସ୍ୱାମୀ ହିଁ ରଚିଥିଲା ହତ୍ୟାର ବ୍ଲୁ ପ୍ରିଣ୍ଟ

Advertisment

କେବଳ ବରଗଡ଼ ନୁହେଁ, ବଲାଙ୍ଗିର ଜିଲ୍ଲାରେ ବି ଅନଲାଇନ ଗେମରୁ ଅପରାଧି ପାଲଟି ଯାଉଥିବା ନଜିର ଅନେକ। ମାସକ ତଳେ, ବଙ୍ଗୋମୁଣ୍ଡା ପୋଷ୍ଟ ଅଫିସରେ ଟଙ୍କା ହଡ଼ପ ଘଟଣାରେ ସ୍ପଷ୍ଟ ହୋଇଥିଲା ‘ଅନଲାଇନ ଗେମରୁ ଅପରାଧ’। ପୋଷ୍ଟ ଅଫିସରେ କାର୍ଯ୍ୟରତ ପୋଷ୍ଟାଲ ଆସିଷ୍ଟାଣ୍ଟ ପୂର୍ଣ୍ଣଚନ୍ଦ୍ର ଭୋଇ ଓ ସବ ପୋଷ୍ଟମାଷ୍ଟର ଅଭିମନ୍ୟୁ ଛତ୍ରିଆ ୬୦ ଲକ୍ଷ ହଡ଼ପ କରି ଜେଲ୍ ଯାଇଥିଲେ। ତଦନ୍ତରୁ ସ୍ପଷ୍ଟ ହୋଇଥିଲା, ଉପଭୋକ୍ତାଙ୍କ ଟଙ୍କାକୁ ଅନଲାଇନ ଗେମରେ କ୍ରମାଗତ ଲଗାଇ ଚାଲିଥିଲେ ୨ କର୍ମଚାରୀ। ତେବେ ୬୦ ଲକ୍ଷ ଟଙ୍କା ପୋଷ୍ଟ ଅଫିସରେ ଡିପୋଜିଟ ହୋଇନଥିବା ଜଣାପଡ଼ିବା ପରେ ସାମ୍ନାକୁ ଆସିଥିଲା ସାଂଘାତିକ ତଥ୍ୟ। ଅନଲାଇନ ଗେମରେ ନିଜ ଟଙ୍କା ତକ ସାରିଦେଲା ପରେ, ଫନ୍ଦିଫିକର କରି ଉପଭୋକ୍ତାଙ୍କ ଡିପୋଜିଟ୍ ଟଙ୍କାକୁ ଅନଲାଇନ ଗେମରେ ଲଗାଇଥିଲେ। ଅର୍ଥାତ ଅନଲାଇନ୍ ଗେମରୁ ପ୍ରଥମେ ଆର୍ଥିକ ଅପରାଧ ଓ ପରେ ସାଇବର୍ କ୍ରାଇମର ଶିକାର ହେଲା ପରେ ଉପଭୋକ୍ତାଙ୍କ ଡିପୋଜିଟ୍ ଟଙ୍କା ଉପରେ ନଜର ରଖି ପାଲଟି ଯାଇଥିଲେ ଅପରାଧୀ। 

ଡିଜିଟାଲ ଜମାନାରେ ରାତାରାତି ଧନୀ ହେବା ଲୋଭରେ ଅନଲାଇନ ଗେମ୍ ମାୟାରେ ବାୟା ହେଉଛନ୍ତି ଯୁବ ପୀଢ଼ି। କେବଳ ବଲାଙ୍ଗିର କି ବରଗଡ଼ ନୁହେଁ। ଚାରିଆଡ଼େ ଜୁଆର ଭଳି ମାଡ଼ି ଚାଲିଛି ଏହି ଅନଲାଇନ୍ ଜୁଆ। ସାଇବର କ୍ରାଇମ୍ କୋର୍ଡିନେସନ୍ ସେଣ୍ଟରର ତଥ୍ୟ କହୁଛି, ୨୦୨୪ ଜାନୁଆରୀ ୧ରୁ ସେପ୍ଟେମ୍ବର ସୁଦ୍ଧା ଏଭଳି ଅନଲାଇନ ଫ୍ରଡ୍ କରି ଦେଶବ୍ୟାପି ୧୧ ହଜାର ୩୩୩ କୋଟି ଟଙ୍କା ଚୁନା ଲଗାଇଛନ୍ତି ସାଇବର ଅପରାଧୀ। ବିଧାନସଭାରୁ ମିଳିଥିବା ତଥ୍ୟ ଅନୁଯାୟୀ, ଓଡ଼ିଶାରେ ତ ୩ ବର୍ଷରେ ୧୨୫ କୋଟି ଟଙ୍କା ଚାଲିଯାଇଛି, ଅଦୃଶ୍ୟ ଚିତାକଟାଙ୍କ ଖାତାକୁ। ଏଭଳି ଉଦବେଗଜନକ ତଥ୍ୟ ପରେ ବ୍ୟାପକ ଜନସଚେତନତା ଉପରେ ପ୍ରଧାନ୍ୟ ଦେଇଛନ୍ତି ପୋଲିସ ଡିଜି ୱାଇବି ଖୁରାନିଆ। କହିଛନ୍ତି, ଆଗାମୀ ଦିନରେ ଲୋକଙ୍କୁ ବ୍ୟାପକ ସଚେତନ କରାଯିବ ଏଭଳି ସାଇବର କ୍ରାଇମଠୁ ଦୂରରେ ରହିବାକୁ ତାଗିଦ୍ କରାଯିବ।

Advertisment

ଅଧିକ ପଢ଼ନ୍ତୁ: ମଣିଷ ଏତେ ଜଘନ୍ୟ ବି ହେଇପାରେ! ବୟାନ୍ ନ ବଦଳାଇବାରୁ କାଟିଦେଲା

Odisha News Police Online Gaming Crime News Criminals
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ