Advertisment

Firing Viral Video: ଲକ୍ ହେଲା ସୁପାରି କିଲର ବନ୍ଧୁକ, ବାହାରିଲାନି ଗୁଳି ! ତା’ପରେ...

ଦୌଡ଼ି ପଳାଇବା ବେଳେ ସୁପାରି କିଲରକୁ ଧରିଲେ ଲୋକ । CCTVରେ ସମ୍ପୂର୍ଣ୍ଣ ଘଟଣା କଏଦ, ପୋଲିସର ତଦନ୍ତ ଆରମ୍ଭ ।

ଅଦ୍ୟତନ ହୋଇଛି
Firing

ମର୍ଡର କରିବାକୁ ଯାଇଥିବା ବେଳେ ସୁପାରୀ କିଲରର ଫୁଟିଲାନି ଗୁଳି ।

Advertisment

ଭୟଙ୍କର ସ୍ଥିତି । ଗୁଳି ଫୁଟାଇବା ବେଳେ ହଠାତ୍ ଲକ୍ ହୋଇଗଲା ସୁପାରି କିଲର ବନ୍ଧୁକ। ବାହାରିଲାନି ଗୁଳି। ବଞ୍ଚିଗଲା କାଉନସିଲରଙ୍କ ଜୀବନ। ସିସିଟିଭିରେ ପୂରା ଘଟଣା କଏଦ ହୋଇଛି। ସିସିଟିଭିରେ ଦେଖିବାକୁ ମିଳିଛି ଯେ, ଏକ ସ୍କୁଟରରେ ହତ୍ୟା କରିବାକୁ ଦୁଇ ଜଣ ଦୁର୍ବୃତ୍ତ ଆସିଥିଲେ। ଜଣେ ଓହ୍ଲାଇ ବନ୍ଧୁକ ବାହାର କଲା। ଅତି ପାଖକୁ ଯାଇ ଟ୍ରିଗର ଦବାଇଲା, କିନ୍ତୁ ବାହାରିଲାନି ଗୁଳି। ଲକ୍ ହୋଇଯିବାରୁ ବନ୍ଧୁକରୁ ଗୁଳି ବାହାରିଲା ନାହିଁ। ଫଳରେ ବର୍ତ୍ତିଗଲେ ତୃଣମୂଳ କଂଗ୍ରେସର ଜଣେ କାଉନସିଲର ସୁଶାନ୍ତ ଘୋଷ।

Advertisment

କୋଲକାତା କସବା ଅଞ୍ଚଳରେ ଗତକାଲି ରାତିରେ ତାଙ୍କୁ ଗୁଳି ମାରି ହତ୍ୟା କରିଥିବାରୁ ଆସିଥିଲେ ଦୁଇ ଜଣ ଦୁର୍ବୃତ୍ତ। ଅତି ନିକଟରୁ ଫାୟାରିଂ କରିବା ବେଳେ ବନ୍ଧୁକ ଲକ୍ ହେବାରୁ ଗୁଳି ଫୁଟି ନଥିଲା। ଦୁର୍ବୃତ୍ତ ଦୌଡ଼ି ପଳାଇବା ବେଳେ ତାକୁ କାବୁ କରି ପୋଲିସ ଜିମା ଦେଇଥିଲେ ଲୋକ। ଅଭିଯୁକ୍ତ ସୁପାରି କିଲର ଘର ବିହାରରେ। ସେ ପୋଲିସକୁ କହିଛି, ମହମ୍ମଦ ଇକବାଲ ନାମକ ଜଣେ ବ୍ୟକ୍ତି TMC କାଉନସିଲର ସୁଶାନ୍ତ ଘୋଷଙ୍କୁ ହତ୍ୟା କରିବାକୁ କହିଥିଲା।

ଏହା ସହ ପଢ଼ନ୍ତୁ: ମଦ୍ୟପଙ୍କ ରିଲ୍ସ ନିଶା; ଭଡ଼ାରେ ଆଣି ରେଲୱେ ଟ୍ରାକ୍‌ରେ ଚଲାଇଲେ Thar

Advertisment

Firing Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ