Advertisment

Nikki Dowry Case: ମୋ ଝିଅକୁ ଜାଳିଛନ୍ତି ସେମାନଙ୍କୁ ଗୁଳି ମରାଯାଉ...କାନ୍ଦି କାନ୍ଦି କହିଲେ ନିକ୍କିଙ୍କ ବାପା

ନିକ୍କିର ବାପା ଆହୁରି କହିଛନ୍ତି "ସେମାନେ ହତ୍ୟାକାରୀ, ସେମାନଙ୍କୁ ଗୁଳି କରି ମାରି ଦିଆଯାଉ, ସେମାନଙ୍କ ଘର ଭାଙ୍ଗି ଦିଆଯାଉ। ମୋ ଝିଅ ପାର୍ଲର ଚଳାଇ ନିଜ ପୁଅର ଦେଖାଶୁଣା କରୁଥିଲା। ସେମାନେ ତାକୁ ନିର୍ଯାତନା ଦେଇଥିଲେ। ପୁରା ପରିବାର ଷଡ଼ଯନ୍ତ୍ରରେ ସାମିଲ ଥିଲା ଏବଂ ମୋ ଝିଅକୁ ମାରି ଦେଲେ।

author-image
Manasranjan Mohanty
ଅଦ୍ୟତନ ହୋଇଛି
nikki murder

nikki murder

ସାରା ଦେଶକୁ ଦୋହଲାଇ ଦେଇଛି ଗ୍ରେଟର ନୋଏଡାରେ ହୋଇଥିବା ନିକ୍କି ହତ୍ୟାକାଣ୍ଡ । ୩୬ ଲକ୍ଷ ଟଙ୍କା ପାଇଁ ସ୍ବାମୀ ଜାଳିଦେଲା ସ୍ତ୍ରୀକୁ । ନିକ୍କିର ପରିବାର ଲୋକେ ଯେତେବେଳେ ନିଜ ଝିଅର ହାତ ବିପିନଙ୍କୁ ଦେଇଥିଲେ, ସେମାନେ କେବେ ଭାବି ନଥିଲେ ଯେ ଏହି ହାତ ହିଁ ନିକ୍କିକୁ ଜଳାଇଦେବ ।

Advertisment

ନିକ୍କିର ବାହାଘର ତାର ପରିବାର ପାଇଁ ଏକ ଭୟଙ୍କର ସ୍ବପ୍ନ ଭଳି ଥିଲା । ବିପିନ ତାର ସ୍ତ୍ରୀ ନିକ୍କିକୁ ନିଆଁ ଲଗାଇଦେଲା । ସେହି ଦୃଶ୍ୟ ମନେ ପଡ଼ିଲେ ନିକ୍କିଙ୍କ ମାତାପିତାଙ୍କ ଆତ୍ମା ଥରି ଉଠୁଛି। ସେମାନେ କହିଛନ୍ତି ଯେ ବିପିନ ଏବଂ ତାର ପରିବାର ଲୋକେ ଯୌତୁକ ପାଇଁ ନିକ୍କିକୁ ହଇରାଣ କରୁଥିଲେ। ସେମାନେ କେବେ ଭାବି ନଥିଲେ ଯେ ଏମିତି ଏକ ଦିନ ଆସିବ କି ଟଙ୍କା ଲୋଭୀ ରାକ୍ଷସ ମାନେ ଝିଅକୁ ନିଆଁରେ ପୋଡ଼ି ଦେବେ।

ନିକ୍କିର ବାପା କାନ୍ଦି କାନ୍ଦି କହିଥିଲେ, "ଆମେ ଏନକାଉଣ୍ଟର ଚାହୁଁଛୁ, ସରକାର କ’ଣ କରୁଛନ୍ତି?" ୨୮ ବର୍ଷୀୟ ନିକ୍କିର ସ୍ୱାମୀ ଏବଂ ଶାଶୁଘର ଲୋକେ ୩୬ ଲକ୍ଷ ଟଙ୍କାର ଯୌତୁକ ଦାବି କରି ତାକୁ ନିଆଁ ଲଗାଇଥିଲେ। ନିକ୍କୀର ବାପା ଦାବି କରିଛନ୍ତି ଯେ ଅଭିଯୁକ୍ତମାନଙ୍କୁ ଏନକାଉଣ୍ଟରରେ ମାରି ଦିଆଯାଉ ଏବଂ ଏହି ଜଘନ୍ୟ ଅପରାଧର ଶାସ୍ତି ସ୍ୱରୂପ ସେମାନଙ୍କ ଘର ଭାଙ୍ଗି ଦିଆଯାଉ।

Advertisment

ନିକ୍କିର ବାପା ଆହୁରି କହିଛନ୍ତି "ସେମାନେ ହତ୍ୟାକାରୀ, ସେମାନଙ୍କୁ ଗୁଳି କରି ମାରି ଦିଆଯାଉ, ସେମାନଙ୍କ ଘର ଭାଙ୍ଗି ଦିଆଯାଉ। ମୋ ଝିଅ ପାର୍ଲର ଚଳାଇ ନିଜ ପୁଅର ଦେଖାଶୁଣା କରୁଥିଲା। ସେମାନେ ତାକୁ ନିର୍ଯାତନା ଦେଇଥିଲେ। ପୁରା ପରିବାର ଷଡ଼ଯନ୍ତ୍ରରେ ସାମିଲ ଥିଲା ଏବଂ ମୋ ଝିଅକୁ ମାରି ଦେଲେ।

ପୁରା ଘଟଣା କ’ଣ ?

-ନିକ୍କି ୨୦୧୬ରେ ବିପିନ ଭାଟିଙ୍କୁ ବାହା ହୋଇଥିଲେ। ନିକ୍କିର ଭଉଣୀ କାଞ୍ଚନର ବାହାଘର ବିପିନଙ୍କ ଭାଇ ରୋହିତଙ୍କ ସହ ହୋଇଥିଲା।

-କାଞ୍ଚନଙ୍କ ଅଭିଯୋଗ ଅନୁସାରେ ଦାଖଲ ହୋଇଥିବା FIRରେ, ଗୁରୁବାର ସନ୍ଧ୍ୟାରେ ନିକ୍କିର ସ୍ୱାମୀ ଏବଂ ଶାଶୁ ତାଙ୍କୁ ମାଡ଼ ମାରିଥିଲେ। କାଞ୍ଚନ ମଧ୍ୟସ୍ଥି କରିବାକୁ ଚେଷ୍ଟା କରିଥିଲେ, ତାଙ୍କୁ ମଧ୍ୟ ମାଡ଼ ମାରିଥିଲେ।

-ଏହାପରେ ବିପିନ ନିକ୍କି ଦେହରେ ନିଆଁ ଲଗାଇଦେଇଥିଲେ ।

-କାଞ୍ଚନଙ୍କ ଦ୍ୱାରା ରେକର୍ଡ କରାଯାଇଥିବା ଏକ ଭିଡିଓରେ ବିପିନ ନିକ୍କିଙ୍କୁ ଆକ୍ରମଣ କରୁଥିବା ଦେଖାଯାଇଛି।

-ଅନ୍ୟ ଏକ କ୍ଲିପରେ ନିକ୍କି ଜଳୁଥିବା ଦେଖାଯାଇଛି। ତାଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା ଏବଂ ସେଠାରୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲକୁ ରେଫର କରାଯାଇଥିଲା, ଯେଉଁଠି ତାଙ୍କର ମୃତ୍ୟୁ ହୋଇଥିଲା।

-ବିପିନଙ୍କୁ ଗିରଫ କରାଯାଇଛି ଏବଂ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ ଏବେ ଫେରାର ଅଛନ୍ତି।

ନିକ୍କୀର ବାପା କହିଥିଲେ ଯେ ନିକ୍କି ଶାଶୁଘର ଲୋକଙ୍କ ବିଷୟରେ ବେଶୀ କହୁ ନଥିଲେ। ସେ ଚାହୁଁ ନଥିଲା ଯେ ମୁଁ ଚିନ୍ତା କରେ, ତେଣୁ ସେ ବାହାଘରକୁ ସଫଳ କରିବା ପାଇଁ ପୁରା ଚେଷ୍ଟା କରିଥିଲେ। ମୁଁ ମୋ ଝିଅକୁ ବଡ଼ ସ୍କୁଲରେ ପଢ଼ାଇଥିଲି। ଏହି ଲୋକମାନେ ବହୁତ ବିପଜ୍ଜନକ ପ୍ରମାଣିତ ହେଲେ।

ସେ ଆହୁରି ଅଭିଯୋଗ କରିଥିଲେ ଯେ ବିପିନ ଅନ୍ୟ କାହା ସହ ସମ୍ପର୍କରେ ଥିଲେ ଏବଂ ନିକ୍କିକୁ ରାସ୍ତାରୁ ହଟାଇବାକୁ ଚାହୁଁଥିଲେ। ନିକ୍କିର ମାଆ ତାଙ୍କ ଝିଅର ମୃତ୍ୟୁର ଆଘାତରୁ ବାହାରି ପାରି ନାହାଁନ୍ତି। ସେ କାନ୍ଦି କାନ୍ଦି କହିଥିଲେ, "ପୁଅ ଓ ମାଙ୍କୁ ଫାଶୀ ଦେବା ଉଚିତ। ମୋ ଝିଅ ବହୁତ ଯନ୍ତ୍ରଣାରେ ମରିଗଲା ।

Murder Yogi Adityanath
Advertisment
Related Articles
Advertisment