Advertisment

ବିଜୟଙ୍କ ବଡ଼ ବିସ୍ଫୋରଣ- ‘ମନ୍ତ୍ରୀ ନବ ଦାସ ହତ୍ୟା ପଛରେ ୨ ଅଣଓଡ଼ିଆ ଅଫିସର ମୁଖ୍ୟ ନାୟକ’

ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ବିଜେପି ନେତା ବିଜୟ ମହାପାତ୍ର ବଡ଼ ବିସ୍ଫୋରଣ କରିଛନ୍ତି। ଦୁଇ ଅଣଓଡ଼ିଆ ଅଫିସର ହିଁ ପରଦା ପଛର ମୁଖ୍ୟ ନାୟକ ବୋଲି ବିଜୟ କହିଛନ୍ତି।

ଅଦ୍ୟତନ ହୋଇଛି
Naba Das Murder Case: BJP Leader Bijoy Mohapatra Makes Explosive Statement

Naba Das murder case: BJP leader Bijoy Mohapatra makes explosive statement

Advertisment

ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ବିଜେପି ନେତା ବିଜୟ ମହାପାତ୍ର ବଡ଼ ବିସ୍ଫୋରଣ କରିଛନ୍ତି। ଦୁଇ ଅଣଓଡ଼ିଆ ଅଫିସର ହିଁ ପରଦା ପଛର ମୁଖ୍ୟ ନାୟକ ବୋଲି ବିଜୟ କହିଛନ୍ତି। ସେ କହିଛନ୍ତି, ‘ଜଣେ ଆଇଏଏସ୍ ଓ ଜଣେ ଆଇପିଏସ୍ ଅଫିସର ହିଁ ମୁଖ୍ୟ ନାୟକ। ପୋଲିସ୍‌ କଥା ବୁଝୁଥିବା ଦୁଇ ଅଣଓଡ଼ିଆ ଅଫିସର ହିଁ ମୁଖ୍ୟ ନାୟକ। ସେ ଅଞ୍ଚଳର କିଛି ଜିଲ୍ଲା ପରିଷଦ ସଭ୍ୟଙ୍କୁ ଧମକ ଦିଆଯାଇଛି। ହତ୍ୟା ବିଷୟରେ କିଛି ନକହିବାକୁ ପୋଲିସ ସେମାନଙ୍କୁ ଧମକ ଦେଇଛି’।

Advertisment

ରାଜ୍ୟରେ ପୋଲିସ ବ୍ୟବସ୍ଥା ପୁରା ବୁଡ଼ି ଗଲାଣି। ସମ୍ପୃକ୍ତ ଅଫିସରଙ୍କ ଅହଙ୍କାର ଚରମ ସୀମାରେ ପହଞ୍ଚି ଗଲାଣି ବୋଲି ବିଜୟ କହିଛନ୍ତି। ସେପଟେ ନବ ଦାସ ହତ୍ୟା ତଦନ୍ତକୁ ନେଇ ମଧ୍ୟ ବିଜୟ ମହାପାତ୍ର ବଡ଼ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ‘ମାମଲାରେ କାହିଁକି ୧୨୦ ବି’ ଲଗାଯାଇନି ? ସାଧାରଣ ଛୋଟମୋଟ ଘଟଣାରେ ପୋଲିସ ୧୨୦ ବି ଲଗାଇ ଦେଉଛି।୧୨୦ ବି ଲଗାଗଲେ, ଅପରାଧିକ ଷଡ଼ଯନ୍ତ୍ର ବିଷୟରେ ତଦନ୍ତ ହେବ। ଏହି ଘଟଣାରେ ଜାଣିଶୁଣି ୧୨୦ ବି ଲଗାଯାଇନି, ଷଡ଼ଯନ୍ତ୍ର ପାର୍ଟ ଅନ୍ଧାର।’

ଅଧିକ ପଢ଼ନ୍ତୁ: 'ପାଗଳ ନୁହେଁ ଗୋପାଳ ଦାସ', 'ସୁପାରୀ ଦେଇଥିବା ବ୍ୟକ୍ତି ହିଁ ଖସାଇବାକୁ ଦେଇଛି ପ୍ରତିଶ୍ରୁତି' !

Advertisment

‘ତଦନ୍ତ ଅଗ୍ରଗତି ନେଇ କିଛି କୁହାଯାଉନି, ସବୁ ଇନ୍ କ୍ୟାମେରା ଚାଲିଛି। ଖାମଖିଆଲି ଭାବେ ତଦନ୍ତକୁ ବନ୍ଦ କରିବା ପାଇଁ ଚକ୍ରାନ୍ତ ଚାଲିଛି। ଯେପର୍ଯ୍ୟନ୍ତ ହତ୍ୟାର ଉଦ୍ଦେଶ୍ୟ ସାମ୍ନାକୁ ନଆସିବ, ସନ୍ଦେହ ହଟିବନି’ ବୋଲି ବିଜୟ କହିଛନ୍ତି। ଏହାସହ FBI କୁଆଡ଼େ ଗଲା ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି। ‘FBI ତଦନ୍ତ ହେବ ବୋଲି କହିଲେ, ଏବେ ସେସବୁ କୁଆଡ଼େ ଗଲା ? କହିଦେଇ ଏବେ ସେସବୁ ଭୁଲିଗଲେ। ଜଷ୍ଟିସ ଦାସ କ’ଣ ସୁପରଭାଇଜ୍ କରୁଛନ୍ତି ବୋଲି ମଧ୍ୟ ବିଜୟ ମହାପାତ୍ର ପ୍ରଶ୍ନ କରିଛନ୍ତି।

 ନବ ଦାସ ହତ୍ୟା ମାମଲାକୁ ନେଇ ‘କ୍ରାଇମବ୍ରାଞ୍ଚର ସବୁ ତଦନ୍ତ ଗୋପାଳ ପାଖରେ ହିଁ ଅଟକି ଯାଇଛି। କାହାକୁ ସୁରକ୍ଷା ଦେବାକୁ ତଦନ୍ତ ଏକପାଖିଆ କରାଯାଉଛି’ ବୋଲି ବିଜେପି ନେତା ବିଜୟ ମହାପାତ୍ର ପ୍ରଶ୍ନ କରିଛନ୍ତି। 

Advertisment
Naba Das Odisha Politics Bijoy Mohaptra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ