Advertisment

ମନ୍ତ୍ରୀ ନବ ଦାସଙ୍କୁ କାହିଁକି ମାରିଲା, ସବୁ ସତ କହିଦେଲା ଗୋପାଳ !

ମନ୍ତ୍ରୀ ନବ ଦାସଙ୍କୁ କାହିଁକି ହତ୍ୟା କଲା ? କ’ଣ ଏହା ପଛର କାରଣ, ଏସବୁ କିଛି କହିଛି ଅଭିଯୁକ୍ତ ଗୋପାଳ ଦାସ। କେମିତି ଓ କାହିଁକି ମାରିଛି ସବୁ ନାର୍କୋ ଟେଷ୍ଟରେ ସେ କହିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Minister Naba Das Murder Case: Accused Gopal Das Reveals Reason Behind Killing

Minister Naba Das Murder Case: Accused Gopal Das Reveals Reason Behind Killing

ମନ୍ତ୍ରୀ ନବ ଦାସଙ୍କୁ କାହିଁକି ହତ୍ୟା କଲା ? କ’ଣ ଏହା ପଛର କାରଣ, ଏସବୁ କିଛି କହିଛି ଅଭିଯୁକ୍ତ ଗୋପାଳ ଦାସ। ଏନେଇ କ୍ରାଇମବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।ନାର୍କୋ ଟେଷ୍ଟରେ ଅଭିଯୁକ୍ତ ଗୋପାଳ ସବୁ ମାନିଥିବା ସୂଚନା ମିଳିଛି। କେମିତି ଓ କାହିଁକି ମାରିଛି ସବୁ ନାର୍କୋ ଟେଷ୍ଟରେ ସେ କହିଛି। ଗୋପାଳ ସବୁ କହିଥିବା ବ୍ରାଇମବ୍ରାଞ୍ଚ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। 

Advertisment

ଗୋପାଳର ମାନସିକ ସ୍ଥିତି କ’ଣ ଥିଲା, ତାହା ମଧ୍ୟ ସେ ମାନିଥିବା ଜଣାପଡିଛି । ଏଇ ସପ୍ତାହରେ ଗୋପାଳର ନାର୍କୋ ଟେଷ୍ଟ ରିପୋର୍ଟ ଆସିବ ବୋଲି କ୍ରାଇମବ୍ରାଞ୍ଚ କହିଛି। ସେପଟେ ଗୋପାଳ ସୁରକ୍ଷା ନେଇ ଜେଲ୍‌ ବିଭାଗ ଏବେ ଚିନ୍ତାରେ ପଡ଼ି ଯାଇଛି। ଝାରସୁଗୁଡା ରୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଜେଲ୍‌ ବିଭାଗ ପ୍ରସ୍ତାବ ଦେଇଛି ।

ଗୋପାଳକୁ ଚୌଦ୍ୱାର ଜେଲ୍‌କୁ ପଠାଇବାକୁ ଝାରସୁଗୁଡା ଜେଲ୍‌ ଅଧୀକ୍ଷକଙ୍କ ଜରିଆରେ ଜେଲ୍ ବିଭାଗ ଅବଗତ କରିଛି। ପୂର୍ବରୁ ଝାରସୁଗୁଡା ଜେଲ୍‌ ପକ୍ଷରୁ ଜେଲ୍‌ ବିଭାଗକୁ ଚିଠି ଲେଖାଯାଇଥିବା ସୂଚନା ମିଳିଛି। ଅନ୍ୟପକ୍ଷେ, ଗୋପାଳକୁ ଆଜି ଜେଲ୍‌ ପଠା ଯିବାର କିଛି ସମୟ ପରେ ପୁଣି ଝାରସୁଗୁଡ଼ା JMFC କୋର୍ଟରେ ହାଜର କରାଯାଇଥିଲା। ୧୬୪ ବୟାନ ରେକର୍ଡ ପାଇଁ କୋର୍ଟକୁ ଅଣାଯାଇଥିଲା ବୋଲି ସୂଚନା ମିଳିଛି। 

Advertisment
Naba Das Minister Naba Das
Advertisment
Advertisment