• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନବ ଦାସ ହତ୍ୟା ମାମଲାରେ ଯୋଡ଼ି ହେଲା ଆଉ ଏକ ଫର୍ଦ୍ଦ । ସାମ୍ନାକୁ ଆସିଲା ଗୋପାଳର ପଲିଗ୍ରାଫ୍ ରିପୋର୍ଟ । ପଲିଗ୍ରାଫ୍ ଟେଷ୍ଟରେ ଗୋପାଳ ବହୁ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଥିବା ସୂଚନା ରହିଛି ।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ନବ ଦାସ ଗୋପାଳ ଉପରେ ରାଗିଥିବା ନବଙ୍କ ଜଣେ ଲୋକ କହିଥିଲେ । ତାଙ୍କ ନାଁ ହେଉଛି ମନୋଜ ବେରିଆ । ସେ ଗୋପାଳକୁ କହିଥିଲେ ଯେ, ଦାଦା ତୁମ ଉପରେ ରାଗିଛନ୍ତି । ଗୋପାଳ ନିଜ ବଡ଼ଭାଇ ସହ ବସିଥିବା ବେଳେ ମନୋଜ ତାଙ୍କୁ ଏହି କଥା କହିଥିଲେ । ଗାଡ଼ି ଅଟକାଇବା, ସମର୍ଥକଙ୍କୁ ତାଗିଦ କରିବା ନେଇ ନବ ଖପ୍ପା ଥିବା ଭାବୁଥିଲେ ଗୋପାଳ । ଏସବୁ କାରଣକୁ ନେଇ ନବଙ୍କ ଆଡୁ ତା ପ୍ରତି ବିପଦ ଥିବା ଭାବୁଥିଲା ଗୋପାଳ । ନିଜ ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରି ନବଙ୍କୁ ହତ୍ୟା ଯୋଜନା କରିଥିଲା । ପୂର୍ବରୁ ୨ ଥର ନବଙ୍କୁ ହତ୍ୟା ଉଦ୍ୟମ କରି ସେ ବିଫଳ ହୋଇଥିବା ଜଣାପଡ଼ିଛି ।

ତେବେ ଆଗକୁ ଏହି ଘଟଣାରେ ଆଉ କିଛି ନୂଆ ଫର୍ଦ୍ଦ ଯୋଡ଼ିହେବାର ସମ୍ଭାବନା ମଧ୍ୟ ରହିଛି ।